ଫେଲ ମାରିଲା ମୋ ଘର ଯୋଜନା ସରକାର ଦେଲେ ଏପରି ବୟାନ ,ଆବେଦନ କରିଥିଲେ ନିଶ୍ଚୟ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମୋ ଘର ଯୋଜନା ଫେଲ ଦୁଇ ଲକ୍ଷ ଛୁଇଁଲାନି ଆବେଦନ ବ୍ୟାଙ୍କ ଦେଉ ନାହାଁନ୍ତି ଋଣ ଆପଣମାନେ ଜାଣିଛନ୍ତି ଏହି କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଥିଲା ଯାହାକି ଆପଣମାନେ 3,00,000 ଟଙ୍କା ପର୍ଯ୍ୟନ୍ତ ଲୋନ ପାଇପାରିବେ ତେବେ ଏନେଇ ଜାରି ହେଲା ଆଉ କିଛି ନୂଆ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା | ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଭୋଟରଙ୍କ ଆକୃଷ୍ଟ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ଘର ଯୋଜନା ତେବେ ଫେଲ ମାରିଚି |

ଏହି ଯୋଜନା ମାସେ ପରେ ମଧ୍ୟ ଏହି ଗ୍ରାମୀଣ ବାସ ଗୃହ ଯୋଜନାରେ ଘରଟିଏ ନିର୍ମାଣ କରିବା ପାଇଁ ସାଧାରଣ ଗରିବ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲିକ୍ଷିତ ହୋଇ ନାହିଁ ତେବେ ଏହି ଯୋଜନାରେ 4,00,000 ହିତାଧିକାରୀଙ୍କୁ ଗୃହ ନିର୍ମାଣର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର 2,150 କୋଟି ଟଙ୍କାର ବଜେଟ ସ୍ଥାପନ କରୁଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରାମୀଣ ବାସ ଗୃହ ଯୋଜନା ଅନୁରୂପ ଏହା ହୋଇ ନଥିବାରୁ ଲୋକେ ଏଥିପ୍ରତି ମୁହଁ ମୋଡ଼ିବାରେ ଲାଗିଛନ୍ତି |

ଆଉ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବିନା ବନ୍ଧକ ଓ ଆବଶ୍ୟକ ଦସ୍ତାବିଜ ବିନା ଗୃହ ଋଣ ପାଇଁ ଆଗ୍ରହ ଦେଖାଉ ନଥିବା ଜଣାପଡିଛି ଯେଉଁଥି ପାଇଁ ଜୁନ 16 ତାରିକରୁ ଏହି ଯୋଜନାରେ ଆବେଦନ ହୋଇ ନଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବେଦନ କାରୀଙ୍କ ସଂଖ୍ୟା 2,00,000 ଛୁଇଁ ନଥିବା ସୂଚନା ମିଳିଛି ତେବେ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମେ 29 ତାରିକରେ ପଞ୍ଚମ ପାଳି ସରକାର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୋ ଘର ଯୋଜନାରେ ରାଜ୍ୟ କେବିନେଟରେ ଅନୁମୋଦନ କରିଥିଲେ |

ତେବେ ଜୁନ 3 ତାରିକରେ ରାଜ୍ୟ ସରକାର ଏହି କ୍ରେଡିଟ ଲିଙ୍କଟିକୁ କ୍ୟାପିଟାଲ ସବ୍ସିଡି ଯୋଜନା ଅର୍ଥାତ ମୋ ଘର ଗାଇଡଲାଇନ ଜାରି କରିବା ସହିତ ମାସିକ 25,000 ଟଙ୍କାରୁ କମ ଉପାର୍ଜନ କରୁଥିବା ପରିବାର ମୋ ଘର ପାଇବାକୁ ଯୋଗ୍ୟ ବିବେଚିତ ହେବ |ତେବେ ବ୍ୟାଙ୍କରେ ଜମି ପଟା ବନ୍ଧକ ରଖି ଏକ ରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇ ରାଜ୍ୟ ସରକାର ,

ଚାଳିଶିରୁ ସତୁରି ହଜାର ଟଙ୍କା ସାଧାରଣ ବର୍ଗ ପାଇଁ ଏମିତିକି ତିରିଶିରୁ ଷାଠିହେ ହଜାର ଟଙ୍କା କ୍ୟାପିଟାଲ ସବ୍ସିଡି ତଥା ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ଘରଟିଏ ପାଇ ନଥିବା ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ବର୍ଗ ଲୋକଙ୍କୁ ଏହି ଘର ମିଳିବ ବୋଲି ଘୋଷଣା କରିଥିଲେ |

Leave a Reply

Your email address will not be published. Required fields are marked *