2023 ବିଶ୍ୱକପ ପାଇଁ ଭାରତ ଆସିବା ପାଇଁ ମୁହଁ ଖୋଲିଲେ ସାହିଦ ଆଫ୍ରିଦ, କହିଲେ ଏପରି କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !!

ନମସ୍କାର ଦର୍ଶକବନ୍ଧୁ ହିନ୍ଦୁସ୍ତାନରେ ପାକିସ୍ତାନ ଟିମ ଉପରେ ଆକ୍ରମଣ ହୋଇଥାଏ ବିଶ୍ୱକପ ପୂର୍ବରୁ ସାହିଦ ଆଫ୍ରିଦ ଦେଲେ ବଡ଼ ବୟାନ ବିବାଦୀୟ ଏବଂ ଭାରତ ବିରୋଧୀ ବୟାନ ଦେବା ଆଫ୍ରିଦଙ୍କ ପୁରୁଣା ଅଭ୍ୟାସ ବିଶ୍ୱକପ ମୈଦାନରେ ଭାରତ ପାକିସ୍ତାନ ଲଢେଇ ଦେଖିବାକୁ ଆଶା ରଖିଥିବା କ୍ରୀଡ଼ା ପ୍ରେମୀ ମାନଙ୍କୁ ଦୋହଲାଇ ଦେଇଛି ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦଙ୍କ ଏକ ବୟାନ |ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଟିମ ଭାରତ ଗସ୍ତରେ ବିଶ୍ୱକପରେ ଅଂଶ ଗ୍ରହଣ କରିବ କି ନାହିଁ ତାହାର କୌଣସି ସ୍ପଷ୍ଟୀକରଣ ପାକିସ୍ତାନ କ୍ରିକେଟ ବୋର୍ଡ଼ ଦେଇନଥିବା ବେଳେ ବର୍ତ୍ତମାନ ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦଙ୍କ ଏକ ବିବାଦୀୟ ବୟାନ କ୍ରିକେଟ ଜଗତକୁ ପୁରା ହଲଚଲ କରିଦେଇଛି |

ଏକ ପାକିସ୍ତାନ ଗଣ ମାଧ୍ୟମ ଦେଇଥିବା ବୟାନ ଅନୁସାରେ ଆଫ୍ରିଦ କହିଛନ୍ତି ଯେ ଭାରତରେ ପାକିସ୍ତାନ କ୍ରିକେଟ ଟିମ ଉପରେ ପଥର ମାଡ଼ ହୋଇଥାଏ ଯାହାକି ବର୍ତ୍ତମାନ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି ଆଫ୍ରିଦ ନିଜ ବକ୍ତବ୍ୟରେ ଆଗକୁ ବଢି କହିଛନ୍ତି ଯେ 2005 ମସିହାରେ ଭାରତ ଗସ୍ତ ସମୟରେ ବେଙ୍ଗଲୋରରେ ପାକିସ୍ତାନ ଟିମ ବସ ଉପରକୁ ପଥର ମାଡ଼ ହୋଇଥିଲା |

ସେହି 2005 ମସିହା ଭାରତ ଗସ୍ତରେ ଆମ ଟିମ ଉଚ୍ଚ କୋଟିର ପ୍ରଦର୍ଶନ କରିଥିଲା ଛଅ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଚାରି ଦୁଇରେ ଜିତିଥିବା ବେଳେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟରେ ବ୍ୟାଙ୍ଗଲୁରରେ ଟେଷ୍ଟ ଜିତିବା ସହ ପାକିସ୍ତାନ ସିରିଜକୁ 1-1 ରେ ଡ୍ରଅ ରଖିଥିଲା ଏହି ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ ପାକିସ୍ତାନ ଖେଳାଳି ଆମେ ଛକା ଚୌକାର ବର୍ଷା କରିଥିଲୁ |

ହେଲେ ଆମ ପାଇଁ କରତାଳି ଟିକେ ମଧ୍ୟ ମିଳୁ ନଥିଲା ଆଉ ଆମ ବିସ୍ପୋରକ ବ୍ୟାଟିଙ୍ଗରେ ପୁରା ଷ୍ଟାଡିଅମ ନିଷ୍ପଧ ହୋଇ ଯାଇଥିଲା କିନ୍ତୁ ଆମେ ହିନ୍ଦୁସ୍ତାନୀ ଟିମକୁ ହେବି ହେବାର ଟିକେ ସୁଯୋଗ ଦେଇ ନଥିଲୁ ସତରେ ସେହି ମୁହୁର୍ତ୍ତ ଗୁଡ଼ିକ ଅନୁଭୂତି ନିଆରା ବୋଲି ସାହିଦ ଆଫ୍ରିଦ କହିଛନ୍ତି |

ଶେଷରେ ଆମ ଉଚ୍ଚ ପ୍ରଦର୍ଶନରେ ଜର୍ଜରିତ ଫ୍ୟାନ ମାନେ କିଛି ହିନ୍ଦୁସ୍ତାନୀ ଫ୍ୟାନ ମାନେ ଆମ ବସଙ୍କ ଉପରକୁ ପଥର ଫିଙ୍ଗିଥିଲେ |2023 ରେ ପାକିସ୍ତାନ ଭାରତ ଆସିବା ନେଇ ସାହିଦ ଆଫ୍ରିଦ କହିଛନ୍ତି ଯେ ଦୁଇ ଦେଶ ଭିତରେ ଯାହା ବି କିଛି ରାଜନୀତି ହେଉ ହେଲେ କ୍ରିକେଟରେ ଏପରି କିଛି ନ ଘଟୁ |

Leave a Reply

Your email address will not be published. Required fields are marked *