ବର୍ତ୍ତମାନର ବଡ ଖବର ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗପ ସାଗରରେ ଏକ ଗ୍ରୁର୍ଣ୍ଣିବଳୟ ସୃଷ୍ଟି ହେବ ପ୍ରଭାବରେ ରାଜ୍ୟରେ 20ରୁ 23 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି |
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ ଜିଲ୍ଲାପାଇଁ 20ରୁ 23 ତାରିଖ ପାଇଁ yellow warning ଜାରି କରାଯାଇଛି | ତେବେ ଆସନ୍ତୁ ଜାଣିବା ରାଜ୍ୟର କେଉଁ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି |
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ଉପକୂଳ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା | 20 ତାରିଖ ଅର୍ଥାତ ଆଜି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି |
ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, କଟକ, ପୁରୀ, ଜଗସିଂପୁର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡିକୁ yellow warning ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ |
ଏହି ସବୁ ଜିଲ୍ଲାରେ 7ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବର ସମ୍ଭାବନା ରହିଛି ସେହି ପରି ଆହୁରି 12ଟି ଜିଲ୍ଲାକୁ yellow warning ଜାରି କରାଯାଇଛି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୋନପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ଅନେକ ଜାଗାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି |