ସରକାରଙ୍କ ତରଫରୁ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ଶୀଘ୍ର ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଚଳିତ ବର୍ଷ ରାଜ୍ୟରେ ପଢ଼ୁଥିବା ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜାରି ହେଲା ଆଉ କିଛି ନୂଆ ସୂଚନା ଯାହା ଆପଣମାନେ ସମସ୍ତେ ଜାରି ରଖିବା ଉଚିତ ତେବେ ଚଳିତ ବର୍ଷ 2023-24 ରେ ହାଇସ୍କୁଲର ନବମ ଏବଂ ଦଶମ ପରୀକ୍ଷା ପାଇଁ ନୂଆ ଢାଞ୍ଚା କରାଯିବାକୁ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା | କରୋନା ସମୟରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ଚାରୋଟି ଇଣ୍ଟରନାଲ ସମେତ ବର୍ଷ ଆଧରରେ ଏସ 1ଓ ବର୍ଷ ଶେଷରେ ଏସ 2 ପରୀକ୍ଷା କରାଯାଉଥିଲା |

ତେବେ ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଚାରୋଟି ଇଣ୍ଟରନାଲ ଦୁଇଟି ଏସେଏକୁ ଆଧାର କରି କରାଯାଉଥିଲା କିନ୍ତୁ ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ବର୍ଷ ଶେଷକୁ ଗୋଟିଏ ପରୀକ୍ଷା ହେବ ଓ ଏହା 100 ନମ୍ବର ବିଶିଷ୍ଟ ହେବ ଏଥିରେ 50 ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ଅବଜେକ୍ଟିଭ ଓ ଅବଶିଷ୍ଟ ଦୀର୍ଘ ଉତ୍ତରମୂଳକ ସବଜେକ୍ଟିଭ ପ୍ରଶ୍ନ ଆସିବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି |

ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷରୁ ଏଯାଏଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଶୈଳୀ ମାର୍କ ଡିଷ୍ଟ୍ରିବୁସନ ପରୀକ୍ଷାର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପ୍ରକାଶ ପାଇ ନାହିଁ ହେଲେ ଏହି ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ବା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ କିଛି ଅବଗତ ପ୍ରକାଶ କରାଯାଇ ନାହିଁ କିମ୍ବା ବୋର୍ଡ଼ ୱେବସାଇଟରେ ମଧ୍ୟ ଛଡ଼ା ଯାଇ ନାହିଁ କିନ୍ତୁ ବଜାରରେ ମାଳମାଳ ଟେଷ୍ଟ ପେପର ବିକ୍ରି ଚାଲିଛି |

ଏହାକୁ ନେଇ ହାଇସ୍କୁଲ ଶିକ୍ଷକ ,ଅଭିଭାବକ ଦ୍ବନ୍ଦରେ ପଡ଼ିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି | ତେବେ ଯେଉଁ ସବୁ ଘରୋଇ ସଂସ୍ଥା ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଟେଷ୍ଟ ପେପର ପ୍ରସ୍ତୁତ କରିଛନ୍ତି ସେଗୁଡିକ ଠିକ କି ନାହିଁ ଯଦି ଠିକ ସ୍କୁଲକୁ ପ୍ରଥମେ ମାଟ୍ରିକ ପ୍ରଶ୍ନପତ୍ର ଶୈଳୀ ବା ମାର୍କ ଡିଷ୍ଟ୍ରିବୁସନ ନ ଆସିବା ପୂର୍ବରୁ ସେମାନଙ୍କ ପାଖକୁ ଗଲା କିପରି |

Leave a Reply

Your email address will not be published. Required fields are marked *