କପିଳାସ ଦୁନିଆର ଦ୍ଵିତୀୟ କୈଳାସ ,କପିଳାସ ରହସ୍ୟ ଜାଣିଲେ ଆପଣ ହାତ ଯୋଡ଼ିଦେବେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଦେବଙ୍କର ଦେବ ମହାଦେବ ଶିବ ସେଥିପାଇଁ ତାଙ୍କୁ ମହାଦେବ ମଧ୍ୟ କୁହାଯାଏ ତାଙ୍କୁ ପ୍ରସନ୍ନ କରିବା ଯେତିକି ସହଜ ସେତିକି ଦୁଷ୍କର ମଧ୍ୟ ଆଜି ଆମେ ଆଲୋଚନା କରିବା ଓଡ଼ିଶାରେ ଅବସ୍ଥିତ ଭାରତର ଦ୍ୱିତୀୟ କୈଳାସ କପିଳାସ ମନ୍ଦିର ବିଷୟରେ କପିଳାସ ମନ୍ଦିର ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ 25 କିଲୋମିଟର ଦୂରରେ ଉତ୍ତର ପୂର୍ବ ଦିଗରେ ଅବସ୍ଥିତ ଏହା ନୀଳ ସବୁଜ ଆକାରରେ ଆଚ୍ଛାଦିତ କପିଳାସର ଏହି ଜଙ୍ଗଲ ସରକାରଙ୍କ ଦ୍ୱାରା 2011 ମସିହାରେ ଏକ ୱାଇଲଡ ଲାଇଭ ସେଞ୍ଚୁରୀ ଭାବରେ ଘୋଷଣା କରାଯାଇଛି |

ଏଠାରେ ଅନେକ ଧାର୍ମିକ ବିଶ୍ୱାସ ଏବଂ ମାନ୍ୟତା ମଧ୍ୟ ରହିଛି ଏହାକୁ ଦ୍ୱିତୀୟ କୈଳାସ ପର୍ବତ ବୋଲି କୁହାଯାଏ |ମହାଦେବ ଶିବ ଏଠାରେ ଚନ୍ଦ୍ରଶେଖର ନାମରେ ପୂଜା ପାଉଛନ୍ତି ବନ୍ଧୁଗଣ ଏବେ ଶ୍ରାବଣ ମାସ ଚାଲିଛି ଲକ୍ଷ ଲକ୍ଷ ଭକ୍ତ କାନ୍ଧରେ କାଉଡି ଭାର ନେଇ ଏଠାରେ ବାବା ଚନ୍ଦ୍ରଶେଖର ଉପରେ ଜଳାଭିଷେକ କରୁଛନ୍ତି ଏହି ମନ୍ଦିର ବିଷୟରେ ଆମେ କୈଳାସ ପର୍ବତର ନିର୍ମାଣ ଏଠାରେ ପ୍ରଚଳିତ କିମ୍ବଦନ୍ତୀ ବିଷୟରେ ଜଣେଇବୁ ଆଉ ଏମିତି କିଛି ଗୁପ୍ତ ରହସ୍ୟ ରହିଛି ଯାହା ଆପଣ ଜାଣିବା ନିହାତି ଦରକାର |

ସମୁଦ୍ର ପତନ ଠାରୁ 2239 ଫୁଟ ଦୂରରେ ପ୍ରାୟ ଏହି ମନ୍ଦିର ଅବସ୍ଥିତ ଏହି ମନ୍ଦିରର ଉଚ୍ଚତା ପ୍ରାୟ 60 ଫୁଟ ଗଙ୍ଗରାଜବଂଶର ରାଜା ନରସିଂହ ଦେବ 1246 ମସିହାରେ କପିଳାସ ମନ୍ଦିରର ନିର୍ମାଣ କରାଇଥିଲେ ସେ ସମୟରେ ଏଠାରେ ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଥିଲା ସେଥିପାଇଁ ପ୍ରାୟ 2000 ରୁ ଅଧିକ ଶ୍ରମିକ ଏହି ମନ୍ଦିରର ନିର୍ମାଣ କରିଛନ୍ତି ବୋଲି ମନ୍ଦିରର ପ୍ରାଚୀନ ଲିପିରୁ ଜଣାଯାଏ ମନ୍ଦିରର ଦୁଇଟି ପାର୍ଶ୍ୱରେ ଦୁଇଟି କୁଣ୍ଡ ରହିଛି

ମନ୍ଦିରର ବାମ ପାର୍ଶ୍ୱରେ ପାୟାମତ କୁଣ୍ଡ ଏବଂ ଡାହାଣ ପାର୍ଶ୍ୱରେ ମରିଚି କୁଣ୍ଡ ଅବସ୍ଥିତ କିମ୍ବଦନ୍ତୀ ଅନୁସାରେ ଏହି କୁଣ୍ଡରେ ସ୍ନାନ କଲେ ସମସ୍ତ ରୋଗ ବ୍ୟାଧି ଦୂର ହୁଏ ବୋଲି ବିଶ୍ୱାସ କରାଯାଏ ,
ଶ୍ରୀଗଣେଶ,କାର୍ତ୍ତିକେୟ ଏବଂ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ କପିଳାସରେ ଦେଖିବାକୁ ମିଳେ ପାର୍ଶ୍ୱ ଦେବତା ଭାବରେ ପତିତ ପାବନ ଜଗନାଥ ପୂଜା ପାଉଛନ୍ତି |

ଏଠାରେ ଏକ ବିଶ୍ୱନାଥ ମନ୍ଦିର ମଧ୍ୟ ଅବସ୍ତିତ କେତେକ ପଣ୍ଡିତ କହିବା ଅନୁସାରେ ଏହି ମନ୍ଦିର ଚନ୍ଦ୍ରଶେଖର ମନ୍ଦିର ଠାରୁ ଆହୁରି ପୁରାତନ ତେଣୁ ଏହାକୁ ବୁଢା ଲିଙ୍ଗ ବୋଲି ମଧ୍ୟ କୁହାଯାଏ କପିଳାସ ପୀଠ ଏବଂ ଏହାର ମହତ୍ତ୍ୱ ବିଷୟରେ ଅନେକ କିମ୍ବଦନ୍ତୀ ରହିଛି ଏହାକୁ କପିଳ ମୁନିଙ୍କ ଆଶ୍ରମ ବୋଲି କୁହାଯାଏ କେତେକ ବିଦ୍ୱାନଙ୍କ ପାଇଁ ଏହା ଦ୍ୱିତୀୟ କୈଳାସ ଅଟେ |

Leave a Reply

Your email address will not be published. Required fields are marked *