ନମସ୍କାର ଦର୍ଶକବନ୍ଧୁ ବାସ୍ତୁଶାସ୍ତ୍ର ଅନୁସାରେ ଆଜି ଆମେ ଏକ ଖାସ ଜିନିଷ ଉପରେ ଚର୍ଚ୍ଚା କରିବାକୁ ଯାଉଛେ ଯାହାର ପ୍ରଭାବ ଆମ ଜୀବନରେ ଅନେକ ପ୍ରକାର ପଡ଼ିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ଏମିତି କେଉଁ ଖାସ ଜିନିଷ ରହିଛି ଯାହାକୁ ଆପଣ ଶୋଇବା ସମୟରେ ପାଖକୁ ରଖି ଶୁଆନ୍ତୁ ନାହିଁ ତାହା ସହିତ ସେହି ଖାସ ଉପାୟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛି କି ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିଦେବ ତ ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ରରେ ଆମର ପ୍ରତ୍ୟକ ବିଷୟରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି |
ଆମେ ଆମର ଦିନ ଯଜ୍ଞକୁ କେମିତି ରଖିବା ଆଉ ସମସ୍ତ ନିୟମର କିପରି ଭାବରେ ପାଳନ କରିବା ଏହି ନିୟମରୁ ଆମକୁ କିପରି ଭାବରେ ସଫଳ ମିଳିଥାଏ ସେସବୁ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି ଏମିତିକି ଘରର କେଉଁ ବସ୍ତୁ କେଉଁ ଆଡ଼କୁ ରହିବ ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଅଛି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଶୋଇବା ସମୟରେ କେଉଁ ସବୁ ବସ୍ତୁ ପାଖରେ ରଖିବା ଅନୁଚିତ କାରଣ ଏହି ସବୁ ଜିନିଷରୁ ବାହାରୁଥିବା ନକାରାତ୍ମକ ଶକ୍ତି ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ |
ଯେଉଁ ଲୋକମାନେ ଏହି ନିୟମକୁ ଅନ୍ଧ ବିଶ୍ୱାସ ଭାବି ଥାଆନ୍ତି ଏହି ନିୟମକୁ ପାଳନ କରି ନଥାନ୍ତି ସେମାନେ ସର୍ବଦା ଚିନ୍ତିତ ରହି ଥାଆନ୍ତି ଆଉ ଏହି ସବୁ ଜିନିଷ ତାଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଅଧିକ ଖରାପ ପ୍ରଭାବ ପକାଇଥାଏ |ସର୍ବ ପ୍ରଥମେ ଆପଣ ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ରଖି ଶୋଉଚନ୍ତି ଏହା ବି ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କେବେବି ଶୋଇବା ସମୟରେ ଆପଣଙ୍କ ମୁଣ୍ଡକୁ ପଶ୍ଚିମ ଏବଂ ଉତ୍ତର ଦିଗକୁ ଦେଇ ଶୋଇବା ଉଚିତ ନୁହେଁ ଧ୍ୟାନ ଦେଇ ଶୁଣନ୍ତୁ |
ଶୋଇବା ସମୟରେ ଉତ୍ତର ଏବଂ ପଶ୍ଚିମ ଦିଗରେ କେବେବି ମୁଣ୍ଡ କରି ଶୁଅନ୍ତୁ ନାହିଁ ଆଉ ଏହି କଥାର ସର୍ବଦା ଧ୍ୟାନ ରଖନ୍ତୁ ଶୋଇବା ସମୟରେ ନିଜର ମୁଣ୍ଡକୁ ଦକ୍ଷିଣ ଦିଗକୁ ଓ ନିଜର ଗୋଡ଼କୁ ଉତ୍ତର ଦିଗକୁ ରଖନ୍ତୁ ଆଉ ସେହିଭଳି ଭାବରେ ନିଜର ମୁଣ୍ଡ ପୂର୍ବ ଦିଗକୁ ପୁଣି ନିଜର ଗୋଡ଼ ପଶ୍ଚିମ ଦିଗରେ ରହିବା ଉଚିତ ଏହା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତିର ଉର୍ଜା ହୋଇଥାଏ ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ ଆଉ ଏହା ସହିତ ନିଦ ମଧ୍ୟ ଭଲ ରହିଥାଏ |
ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାଆନ୍ତି ଏବଂ ରାତିରେ ଶୋଇବା ବେଳେ ଏକ ପାତ୍ରରେ ପାଣି ରଖି ନିଜ ପାଖରେ ଶୋଇଥାଆନ୍ତି ଭୁଲରେ ସକାଳୁ ଉଠି ଆପଣ ସେହି ପାଣିକୁ ପିଅନ୍ତୁ ନାହିଁ ଯଦି ଆପଣ ଭୁଲରେ ଆପଣଙ୍କ ମୁଣ୍ଡ ପାଖରେ ପାଣି ରଖି ଶୋଇ ପଡୁଛନ୍ତି ତେଣୁ ସେହି ପାଣିକୁ ସକାଳୁ ଉଠି ପିଅନ୍ତୁ ନାହିଁ ତେବେ ଏହି ପାଣିକୁ ନେଇ ଆପଣ ଘରର କୌଣସି ଦୂର ସ୍ଥାନରେ ଉଜାଡି ଦିଅନ୍ତୁ |