ସରକାରଙ୍କ ତରଫରୁ ଆସିଲା ବହୁତ ବଡ଼ ଖୁସି ଖବର ,ଯଦି ଆପଣ ସାହାରା ଇଣ୍ଡିଆରେ ପଲିସି କରିଥିଲେ ହୋଇଯିବେ ମାଲାମାଲ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆସିଲା ବହୁତ ବଡ଼ ଖବର ଆପଣ ଯଦି ଜଣେ ସାହାରା ଇଣ୍ଡିଆର ୟୁଜର ଅର୍ଥାତ ଆପଣ ସାହାରା ଇଣ୍ଡିଆରେ ପଲିସି କରିଛନ୍ତି ତେବେ ଜାଣି ରଖନ୍ତୁ ସରକାର ଫେରେଇବାକୁ ଯାଉଛନ୍ତି ଆପଣଙ୍କ ଟଙ୍କା | ତେବେ ଆସନ୍ତୁ ଏହାକୁ କେମିତି ଆପଲାଏ କରିବେ କଣ ରହିଛି ବଡ଼ ପ୍ରୋସେସ ଏନେଇ ଆଉ କିଛି ନୂଆ ସୂଚନା ସମ୍ପୂର୍ଣ ଖବରଟି ଜାଣିବା | ଲକ୍ଷ ଲକ୍ଷ ଲୋକଙ୍କ ଅର୍ଥ ସାହାରା ଇଣ୍ଡିଆରେ ଫସି ରହିଛି ନିବେଶ ଅବଧି ସରିବା ପରେ ଅର୍ଥ ମଧ୍ୟ ଫେରସ୍ତ ନରହିବା ପରେ ବିଭିନ ରାଜ୍ୟରେ ନିବେଶକ ମାନେ ସାହାରା ଇଣ୍ଡିଆ ବିରୁଦ୍ଧରେ ଆନ୍ଦୋଳନ କରିଥାଆନ୍ତି |

ତେବେ ନିଜର ନିବେଶ ଅର୍ଥ ପାଇବା ପାଇଁ ଗରିବ ଲୋକମାନେ ବିକଳ ହୋଇ ଚାହିଁ ରହିଛନ୍ତି ତେବେ ଏହାରି ମଧ୍ୟରେ ଆସି ଯାଇଛି ଏକ ଆଶ୍ବସ୍ତି କର ଖବର | ସୂଚନା ମୁତାବକ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ସାହାରା ରିପୋର୍ଟ ପୋର୍ଟାଲ ଯାଞ୍ଜ କରିବେ | ଏହି ୱେବସାଇଟକୁ ସକାଳ 11 ଟା ସମୟରେ ଉର୍ଜା ଭବନରେ ଲଞ୍ଚ କରାଯିବ |

ଯେଉଁମାନଙ୍କ ନିବେଶ ଅବଧି ସମାପ୍ତ ହୋଇ ଯାଇଥିବ ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଅର୍ଥ ଫେରସ୍ତ କରାଯିବ ନିବେଶକଙ୍କୁ କେଉଁ ପ୍ରକ୍ରିୟାରେ ଅର୍ଥ ଫେରସ୍ତ କରାଯିବ ସେନେଇ ଏହି ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ରହିବ |ତେବେ ଦେଶର ଲକ୍ଷ ଲକ୍ଷ ନିବେଶକଙ୍କର କୋଟି କୋଟି ଅର୍ଥ ସାହାରା ଇଣ୍ଡିଆରେ ଫସି ରହିଛି ତେବେ ନିଜର ନିବେଶ ଅର୍ଥ ଫେରି ପାଇବା ପାଇଁ ନିବେଶକ ମାନେ ଉତ୍କର୍ଷତାର ସହିତ ଚାହିଁ ରହିଛନ୍ତି |

ମ୍ୟାଚୁରିଟି ପିରିୟଡ଼ ସମାପ୍ତ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରାଯାଇ ନାହିଁ ତେବେ ଏନେଇ ବହୁବାର ନିବେଶକ ମାନେ ମଧ୍ୟ ଆନ୍ଦୋଳନକୁ ଓଲ୍ହାଇଥିଲେ ତେବେ ମାତ୍ର କୌଣସି ସୁଫଳ ନଥିଲା |

ବିହାର ,ଝାରଖଣ୍ଡ ,ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ ,ଝାରଖଣ୍ଡରେ ଅଧିକ ସାହାରା ନିବେଶ କରୁଥିବାରୁ ସେହି ରାଜ୍ୟ ମାନଙ୍କରେ ଅଧିକ ଆନ୍ଦୋଳନ କରାଯାଇଥିଲା ତେବେ ଏହି ମାମଲା ପାଇଁ ନିବେଶକ ମାନେ ସରକାରଙ୍କ ନିକଟରେ ଅପିଲ କରିଥିଲେ |ଏଥର ଏକ ୱେବସାଇଟ ମାଧ୍ୟମରେ ଅର୍ଥ ଫେରସ୍ତ କରାଯିବ ବୋଲି ଜଣା ପଡିଛି ତେବେ ଖୁବ ଶୀଘ୍ର ଆଜି ମଧ୍ୟ ଲଞ୍ଚ ହେବ |

Leave a Reply

Your email address will not be published. Required fields are marked *