ନମସ୍କାର ଦର୍ଶକବନ୍ଧୁ ଆଗକୁ ଆସୁଛି ବଡ଼ ବର୍ଷା ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ 15 ଜୁଲାଇରୁ 19 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ତେବେ ଏହି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିପାରେ ତେବେ ଆସନ୍ତୁ ସେହି ସବୁ ଜିଲ୍ଲା ଗୁଡିକ କଣ ରହିଛି କଣ ରହିଛି ପାଣିପାଗ ବିଭାଗର ଅପଡେଟ |
ଓଡିଶାକୁ ଫେରୁଛି ମୌସୁମୀ କଟକ ଏବଂ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଛି ଲଗାଣ ବର୍ଷା ଗୋଟିଏ ପଟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ଏବଂ ଅନ୍ୟପଟେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାକୁ ଫେରିଛି 15 ରୁ 19 ତାରିକ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାକୁ ନିର୍ଦେଶ ଦେଇଛନ୍ତି SRC
ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ଏହି ଘୁର୍ଣ୍ଣିବଳୟ ଉତ୍ତର ,ପଶ୍ଚିମ ଦିଗରେ ଗତି କରି ଆସନ୍ତା 2 ରୁ 3 ଦିନ ଭିତରେ ଉତ୍ତର ଓଡିଶା ଓ ଏହା ସହ ଲାଗି ରହିଥିବା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଦେଇ ଗତି କରିବ |
ତେବେ 18 ତାରିକ ବେଳକୁ ଆଉ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ଏପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ସକ୍ରିୟତା ବୃଦ୍ଧି ଯୋଗୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଂଚଳରେ ବର୍ଷା ବର୍ଷା ଲାଗି ରହିଛି |
ତେବେ ଆଜି ପାଇଁ ଓଡିଶାର 11 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ତେବେ ଆସନ୍ତା କାଲି ପର୍ଯ୍ୟନ୍ତ ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ସମେତ 7 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରିକରାଯାଇଛି |ତେବେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ଝାରସୁଗୁଡ଼ା ଅଂଚଳରେ ଲହରୀ ମାଡିଛି ବର୍ଷା ପାଣି |