ନମସ୍କାର ଦର୍ଶକବନ୍ଧୁ ପାଣିପାଗରେ ହେଉଛି ବଡ଼ ପରିବର୍ତ୍ତନ ଉତ୍ତର ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସାରା ରାଜ୍ୟରେ ଅତି ପ୍ରବଳ ବର୍ଷା ହେଉଥିବାରୁ କେଉଁଠି ହାଲୁକା ବର୍ଷା ରେକର୍ଡ ହେଉଛି ତ କେଉଁଠି ମଧ୍ୟମରୁ ଅଧିକ ବର୍ଷା ରେକର୍ଡ ହୋଇଛି |ସକ୍ରିୟ ଘୁର୍ଣ୍ଣିବଳୟ ପର୍ଯ୍ୟନ୍ତ ଆସନ୍ତା 4 ଦିନ ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ଅନ୍ୟପଟେ ବିଭିନ୍ନ ପାଣିପାଗ ମଡେଲରୁ ଜଣା ପଡିଛି 16 ତରିକା ପରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି |
ଏହାର ପ୍ରଭାବ ଏପର୍ଯ୍ୟନ୍ତ ଓଡିଶା ଉପରେ ତେବେ ଏନେଇ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର କଣ ରହିଛି ଆସନ୍ତା 4 ଦିନ ପର୍ଯ୍ୟନ୍ତ କେଉଁ କେଉଁ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ହେବାକୁ ଯାଉଛି |ଘୁର୍ଣ୍ଣିବଳୟ ସହିତ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ଉପାନ୍ତର ଉପକୂଳ ଜାରି ରହିଛି ବର୍ଷା | ଆସନ୍ତା 9 ତାରିକରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୁର୍ଣ୍ଣି ବଳୟ ଲାଗି ରହିବ ଲଗାଣ ବର୍ଷା ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ,ଦକ୍ଷିଣ ଓଡିଶାକୁ ନିସ୍ତାର ମିଳିବ ନାହିଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |
ମୌସୁମୀ ନିମ୍ନ ଚାପରେଖା ଏବେ ଉତ୍ତର ଆଡ଼କୁ ବାଲେଶ୍ୱର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଚି ଏହା ସହିତ ଘୁର୍ଣ୍ଣି ବଳୟଟି ଗାଙ୍ଗେୟ ଉପତ୍ୟକାରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସକ୍ରିୟ ରହିଛି ଏହା ପ୍ରଭାବରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନୂଆପଡ଼ା ,ବରଗଡ଼ ,ବାଲେଶ୍ୱର ,ଝାରସୁଗୁଡା ,ସମ୍ବଲପୁର କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର |
ଅନ୍ୟପଟେ ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ,କେନ୍ଦ୍ରାପଡା ,ଅନୁଗୁଳ ,ସୋନପୁର ,ବୌଦ୍ଧ .କଳାହାଣ୍ଡି ,କନ୍ଧମାଳ ,ଗଜପତି ,ରାୟଗଡ଼ା ,ନବରଙ୍ଗପୁର ,କୋରାପୁଟ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଏହି ସବୁ ଜିଲ୍ଲା ଗୁଡିକରେ 70 ରୁ 200 ମିଲିୟନ ପର୍ଯ୍ୟନ୍ତ ବର୍ଷା ହୋଇପାରେ |
ସେହିପରି କାଲି ପ୍ରବଳ ବର୍ଷା ହେବ ନିମନ୍ତେ ଆରଡ଼ି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି 8 ତାରିକରେ 10 ଟି ଜିଲ୍ଲାକୁ 13 ତାରିକରେ 9 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ||9 ତାରିକରେ ସୃଷ୍ଟି ହେଉଥିବା ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି |