Weather Updates ବଙ୍ଗୋପସାଗର ପୁଣି ଘୂର୍ଣ୍ଣିବଳୟ, ଆଜିଠୁ ବଢିବ ବର୍ଷା ଏହି ସବୁ ଜିଲ୍ଲା ସାବଧାନ !!

ବର୍ତମାନ ସମୟରେ ପାଣିପାଗର ହେଉଛି ବଡ ପରିବର୍ତ୍ତନ ରାଜ୍ୟରେ ଆଗାମୀ ଚାରିଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ଦକ୍ଷିଣ ଉପକୂଳ ପଶ୍ଚିମ ଓ ଅଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୬ରୁ ବର୍ଷା ବଢିବାର ସମ୍ଭାବନା ରହିଛି | କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଏହି ସମୟ ମଧ୍ୟରେ ମୌସୁମୀ ସ୍ୱାଭାବିକ ସ୍ତିତିରେ ରହିବ ବୋଲି ଭୁବେନେଶ୍ୱର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |

ତେବେ ଏନେଇ କେଉଁ କେଉଁ ଜିଲ୍ଲା ଗୁଡିକ ପ୍ରଭାବ ଦେଖିବ ଆସନ୍ତୁ ଜାଣିବା ବଙ୍ଗପ ସାଗର ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ କିଛି ଜିଲ୍ଲାରେ ପଡିବ | ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କେନ୍ଦୁଝର, ମୟରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ସୂଚନା ଅନୁସାରେ ଆସନ୍ତା କଲି ମଧ୍ୟ ମାଲକାନଗିରି କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ନୂଆ ପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପଗା ବିଭାଗ | ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |

୬ତାରିଖରେ କେତକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହି ଥିବା ବେଳେ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ସେହି ପରି ଗଞ୍ଜାମ, ଗଜପତି ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ମୟରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଓ କେଡୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି |

ରାଜ୍ୟରେ ଦୁର୍ବଳ ପଡିଥିବା ମୌସୁମୀ ଖୁବ ଶୀଘ୍ର ସୋଭାବିକ ସ୍ତିତିକୁ ଫେରିବ ଫଳରେ ବଢିପାରେ ବର୍ଷାର ପରିମାଣ ଚଳିତ ମୌସୁମୀ ଋତୁରେ ଆଜି ରାତିସୁଦ୍ଧା 171.7 ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବର୍ଷା 247.4 ମିଲିମିଟର ତୁଳନାରେ 31ପ୍ରତିସଦ ରହିଛି | ସୂଚନା ଅନୁସାରେ ଜୁଲାଇ ମାସରେ ରାଜ୍ୟ ତଥା ଦେଶର ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ IMD ପକ୍ଷରୁ ପୂର୍ବାନୁମାନ କରାଯାଇଛି |

Leave a Reply

Your email address will not be published. Required fields are marked *