ଛତିଶ ଗଡ଼ ଖୋଲିଦେଲା ସବୁଗେଟ ମାଗିଲେ ଦେଉନାହିଁ କୌଣସି ତଥ୍ୟ ସବୁ ଜଳକୁ ବାନ୍ଧି ରଖିଛି ହୀରାକୁଦ ଡ୍ୟାମ ହେଲେ ବିପଦରେ ପଡିପାରେ ଜଳ ଭଣ୍ଡାର ସବୁଗେଟ ଖୋଲିଦେଲେ ବୁଡିଯିବା ଓଡିଶା | ଏବେ ଯେମିତି ଦୋଛକିରେ ପଡିଛି ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନକୁ ସହଜରେ ଚଳାଇପାରୁ ନାହିଁ ଅଧା ଓଡ଼ିଶାର କୋଟି କୋଟି ଲୋକଙ୍କ ଧାନ ଜୀବନରପ୍ରଶ୍ନକୁ ନେଇ ଏବେ ସାଙ୍ଘାତିକ ସଂକେତ ଦେଖା ଯାଉଛି |
ଯାହାକୁ ନେଇ ଖେଳ ଖେଳୁଛି ଛତିଶ ଗଡ଼ ସରକାର ଆଜିକି ତିନିବର୍ଷ ହେଲାଣି ଛତିଶ ଗଡ଼ ଉପର ମୁଣ୍ଡର ବନ୍ୟା ପରିଚାଳନା ସମ୍ପର୍କରେ କୌଣସି ତଥ୍ୟ ଦେଉନାହିଁ ମନଇଚ୍ଛା ଗେଟ ଖୋଲିଦେଉଛି | ଆଉ ଏବେ ଖୋଲିଦେଇଛି ସବୁଗେଟ ଆଉ ଓଡିଶା ଭିତରକୁ ପଶିଅସୁଛି ସବୁ ପାଣି | ଏପରିକି ଉଭୟ ରାଜ୍ୟରେ ମଧ୍ୟରେ ସମାନୀୟ ପାଇଁ କେନ୍ଦ୍ର ସରକାର ଙ୍କ ଦ୍ୱାରା ଅନିଷ୍ଠିତ ଅନ୍ତର ଜାତୀୟ ବୈଠକକୁବି ଛତିଶଗଡ଼ ସରକାର ବର୍ଜନ କରିଛି |
ଡାକିଲେ ଆସୁନାହିଁ ବୈଠକକୁ କି ଓଡ଼ିଶାର କୌଣସି ପ୍ରଶ୍ନର ଦେଉନାହିଁ ଉତର ଆଉ ମନଇଛା ଖୋଲିଦେଉଛି ଗେଟ ଆଉ ଏହାଦ୍ୱାରା ହୀରାକୁଦର ଜଳପରିଚାଳନାରେ ଗୁରୁତ୍ୱର ସମସ୍ୟା ହେଉଥିବାର ଜଣ ପଡିଛି | ଫଳରେ ବନ୍ୟା ନିଅନ୍ତ୍ରଣରେ ଗୁରୁତ୍ୱର ବିଭ୍ରାଟ ଆଶଙ୍କା ସୃଷ୍ଟି କଲାଣି | ଓଡ଼ିଶାର ବନ୍ୟା ନିୟନ୍ତ୍ରଣ ସମ୍ପୂର୍ଣ ଛତିଶ ଗଡ଼ ଉପରେ ନିର୍ଭରଶୀଳ ଛତିଶ ଗଡ଼ରେ ଥିବା ସୌ ବନ୍ଧ ବ୍ୟାରେଜ ଜଳ ପରିଚାଳନା ସମ୍ପର୍କିତ କୌଣସି ତଥ୍ୟ ଓଡିଶାକୁ ଦେଉନାହିଁ ଛତିଶ ଗଡ଼ ସରକାର |
ତିନିବର୍ଷ ହେଲାଣି ହେଲାଣି ଏହିଭଳି ତଥ୍ୟ ପ୍ରଦାନ କରୁନାହିଁ ଛତିଶଗଡ଼ ଆଉ ବହୁତ ସଂଖ୍ୟାରେ ବ୍ୟାରେଜ ନିର୍ମାଣ କରି ଚାଲିଛି ଛତିଶଗଡ଼ ସରକାର ଆଉ କେତେବେଳେ କୋଉ ବନ୍ଧ ଓ ବ୍ୟାରେଜ ଖୋଲିଦେଉଛି କୌଣସି ତଥ୍ୟ ଦେଉନାହିଁ ଯେଉଁଥିରେ ହୀରାକୁଦର ଜଳଭଣ୍ଡାର ବିପଦରେ ପଡିଯାଉଛି |