ଜୋଡ଼ା ଶ୍ରାବଣ କଣ? BolBom ଯାତ୍ରା କେମିତି କରିବେ, କେଉଁ କାମ କରିବା ଅନୁଚିତ୍ ଜାଣିରଖନ୍ତୁ

ଶ୍ରାବଣ ମାସ ହେଉଛି ଧର୍ମର ମାସ ଏହି ମାସ ପ୍ରଭୁ ଶିବଙ୍କର ଅତି ପ୍ରିୟର ମାସ ବୋଲି କୁହାଯାଏ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ୱ ଋକବେଦରେ ଉଲେଖ କରାଯାଇଛି | ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ବିଧି ବିଧାନ ସହ ପୂଜାକଲେ ମନସ୍କାମନା ପୁର୍ଣ ହୋଇଥାଏ | କୁହାଯାଏଯେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଏହି ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ |

ଏହା ମଧ୍ୟ ବିଶ୍ୱାସ ରହିଛି ଯେ ଏହି ମାସରେ ମାତା ପାର୍ବତୀ ଏବଂ ଭଗବାନ ଶିବ ଭୂଲୋକରେ ଭ୍ରମଣ କରିଥାନ୍ତି ଏବଂ ତାଙ୍କର ଭକ୍ତ ମାନଙ୍କୁ ଆଶ୍ରିବାଦ ଦେଇଥାନ୍ତି | ସେଥିପାଇଁ ଏହି ପବିତ୍ର ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ପରମ୍ପରା ରହି ଆସୁଛି | ଏହି ବର୍ଷର ଶ୍ରାବଣ ମାସ ଜୁଲାଇ 4ରିରୁ ଆରମ୍ଭ ହେଉଛି କିନ୍ତୁ ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷର ଶ୍ରାବଣ ମାସ ଟିକେ ଶତନ୍ତ୍ର 19 ବର୍ଷ ପରେ ଏହି ଯୋଡ଼ା ଶ୍ରାବଣ ମାସ ପଡ଼ିଅଛି |

ତେବେ ଆପଣ କଣ ଜାଣିଛନ୍ତି ଏହି ଯୋଡ଼ା ଶ୍ରାବଣ କଣ କାହିଁକି ଏହି ଯୋଡ଼ା ଶ୍ରାବଣ ପଡିଥାଏ ଯୋଡ଼ା ଶ୍ରାବଣ ପଡିଲେ ଏହା ଶୁଭନ ଅଶୁଭ ଆସନ୍ତୁ ଜାଣିବା | ଯୋଡ଼ା ଶ୍ରାବଣରେ ଗୋଟିଏ ମଳ ଗୋଟିଏ ଶୁଦ୍ଧ ଶ୍ରାବଣ ହୋଇଥାଏ ଯାହାକି ଜୁଲାଇ 4 ମଙ୍ଗଳବାର ଠାରୁ ଶ୍ରବଣ ମାସ ପଡୁଅଛି | ଏହି ବର୍ଷ ଶ୍ରାବଣ ମାସଟି ଅତ୍ୟନ୍ତ ଶୁଭ ହେବ ଏହି ବର୍ଷ ଜୁଲାଇ 4ରିରୁ ଆରମ୍ଭ ହୋଇ ଅଗଷ୍ଟ 31ରେ ଶେଷ ହେବ |

ଏହି ଯୋଡ଼ା ମାସର ପ୍ରଥମ କୃଷ୍ଣ ପକ୍ଷ ଏବଂ ଶେଷ ଶୁକ୍ଳ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ ଏବଂ ମଝିରେ ପ୍ରଥମ ଶୁକ୍ଳ ପକ୍ଷ ଏବଂ ଦ୍ଵିତୀୟ ଶୁକ୍ଳ ପକ୍ଷ ହେଉଛି ମଳ ଶ୍ରାବଣ ମାସ | ଏହି ମାସର 15 ଦିନ ଆଉ ଅରମାସର ଶେଷ ଆଡ଼କୁ ଯେଉଁ 15ଦିନ ରହିଲା ଆପଣ ସେହି 15ଦିନ ଆପଣ ଜଳାଭିଷେକ କରିପାରିବେ | ଏହି ଯୋଡ଼ା ଶ୍ରାବଣରେ ଆଠଟି ସୋମବାର ପଡୁଅଛି ଏହି ସୋମବାରରେ ଯଦି ଆପଣ ମହାଦେବଙ୍କୁ ଅରଖ ଫୁଲଅର୍ପଣ କରୁଛନ୍ତି ତେବେ ଆପଣ ମହାଦେବଙ୍କ କୃପା ଲାଭ କରି ପାରିବେ |

କେଉଁ କାମ କରିବା ଅନୁଚିତ୍ !

1. ଆମିଷ ଭୋଜନ : ଏହା ସାଧାରଣତ ସମସ୍ତେ ଜାଣିଥିବେ ଯେ ଏହି ମାସରେ ଆମିଷ ଭୋଜନ କଲେ ମହାଦେବ କୋପ କରିଥାନ୍ତି ଆଉ ଜୀବନରେ ବହୁତ ଅନିଷ୍ଟ ଘଟିଥାଏ ତେଣୁ ଏହି ଶ୍ରାବଣ ମାସରେ ଆମିଷ ନିଷେଧ ହୋଇଥାଏ |

2. ପିଆଜ ରସୁଣ : ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ରହୂର ଗଳାକୁ ଶ୍ରୀହରି ନାରାୟଣ ଚକ୍ରରେ କାଟି ଦେଇଥିଲେ କିନ୍ତୁ ସେହି ସମୟରେ ରାହୁର ଗଳାରୁ କିଛି ରକ୍ତ ବୁନ୍ଦା ମାଟିରେ ପଡ଼ି ପିଆଜ ଓ ରସୁଣରେ ଉତ୍ପତି ହୋଇଥିଲା ତେଣୁ ଏହି ପିଆଜ ଓ ରସୁଣକୁ ଆମିଷ ରୂପେ ଗଣନା କରାଯାଏ ତେଣୁ ଏହି ଶ୍ରାବଣ ମାସରେ ପିଆଜ ଓ ରସୁଣକୁ ଖାଇବା ନିଷେଧ ହୋଇଥାଏ |

3. ବାଳକାଟିବା : ଏହି ଶ୍ରାବଣ ମାସରେ ଚୁଟି ଦାଢ଼ୀ ଏବଂ ନଖ କାଟିବା ମହାପାପ ହୋଇଥାଏ ଏହି ଶ୍ରବଣ ମାସରେ ଏହି କାମ କରିବା ଦ୍ୱାରା ମହାଦେବ କୋପ କରିଥାନ୍ତି ଯାହା ଫଳରେ ଜୀବନରେ ଅନେକ ଅନିଷ୍ଟ ହୋଇଥାଏ |

4. ତେଲ ଲଗେଇବା : ଏହି ଶ୍ରାବଣ ଅତି ପବିତ୍ର ହୋଇଥିବାରୁ ଏହି ମାସରେ ଶରୀରରେ ତେଲ ଲଗେଇବା ନିଷେଧ ହୋଇଥାଏ ଯେଉଁମାନେ ଏହାକୁ ଅମାନ୍ୟ କରିଥାନ୍ତି ଆଉ ଶରୀରରେ ତେଲ ଲଗେଇଥାନ୍ତି ସେମାନେ ମହାଦେବଙ୍କ କୃପାରୁ ବଞ୍ଚିତ ରହିଥାନ୍ତି |

5. ଦିନରେ ଶୋଇବା : ଏହି ଶ୍ରାବଣ ମାସଟି ଶିବଙ୍କର ମାସ ହୋଇଥିବାରୁ ଏହି ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ସ୍ନାନ ଆଦି ନିତ୍ୟକର୍ମ ସାରି ମହାଦେବଙ୍କର ପୂଜା କରିବା କିମ୍ବା ଅଭିଷେକ କରିବା ଉଚିତ ଏହା କରିବା ଦ୍ୱାରା ମହାଦେବଙ୍କର ଅପାର କୃପା ପ୍ରାପ୍ତ ହୋଇଥାଏ | ଯେଉଁମାନେ ଏହାକୁ ଅମାନ୍ୟ କରିଥାନ୍ତି ସେମାନଙ୍କୁ ମହାଦେବ କୋପ କରିଥାନ୍ତି |

Leave a Reply

Your email address will not be published. Required fields are marked *