ସ୍କୁଲରେ ହେବ ୧୦ଟି ବ୍ୟାଗଲେସ୍ ଆକ୍ଟିଭିଟି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ବ୍ୟାଗ୍ ନଆଣି ସ୍କୁଲକୁ ଆସିବେ ଏବଂ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭାଗନେବେ । ପ୍ରତି ମାସରେ ନିର୍ଦ୍ଧାରିତ ତାରିଖରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କାର୍ଯ୍ୟସୂଡ଼ା ପ୍ରସ୍ତୁତ ଶୁଣିବା ଓ କହିବା, ଏକାଧିକ ଭାଷାରେ ଦକ୍ଷତା ପ୍ରଦର୍ଶନ, ଯୁବ ଓ ପରିବେଶ କ୍ଳବ୍, ସୁରକ୍ଷା, ଆତ୍ମରକ୍ଷା, ଆମ ସଂସ୍କୃତି ଆମ ଖେଳନା, ବିଜ୍ଞାନ କ୍ଲବ, ଗଣିତ କ୍ଲବ୍ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବିଦ୍ୟାର୍ଥୀଙ୍କ ଏହି ସୃଜନଶୀଳ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଅଯିବ । କାର୍ଯ୍ୟକ୍ରମଗୁଡ଼ିକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇ ପ୍ରତିମାସରେ ପୃଥକ ଦିନ ଧାର୍ଯ୍ୟ କରାଯିବ । ଆସନ୍ତା ଜୁଲାଇ ୧୩ରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପିଲାମାନେ ବିଭିନ୍ନ ବଗିଚା ପରିଦର୍ଶନ କରିବେ ।
ଜୁଲାଇ ୨୦ରେ ପିଲାମାନେ ବ୍ୟାଗ୍ ନ ଆଣି ସ୍କୁଲକୁ ଆସିବେ ଏବଂ ସ୍କୁଲରେ ବିଶିଷ୍ଟ ଲେଖକଙ୍କ ଗପ ପଢ଼ିବେ, ଶୁଣିବେ ଓ କହିବେ ଏବଂ ଏକାଧିକ ଭାଷାରେ ନିଜର ଜକ୍ଷତା ପ୍ରଦର୍ଶନ ଏବଂ ସ୍କୁଲରେ ବିଶିଷ୍ଟ ଲେଖକଙ୍କ ଗପ ପଢିବେ, ଶୁଣିବେ ଓ କହିବେ ଏବଂ ଏକାଧିକ ଭାଷାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ।
ଅଗଷ୍ଟ ୧୭ରେ ଶ୍ରମଦାନ କରି କ୍ୟାମ୍ପସ ସଫେଇ କରାଯିବ। ଏଥିସହ କିଚେନ୍ ଗାର୍ଡେନ୍ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯିବ। ସେହିପରି ସେପ୍ଟେମ୍ବର ୭ରେ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ସଚେଚନତା କରାଯିବ |