ଆଜିର ରାଶିଫଳ 28 ଜାନୁଆରୀ 2025 ମଙ୍ଗଳବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କିଛି ନୂଆ ଲୋକଙ୍କ ସହ ଯୋଡ଼ିବାର ମଉକା ପାଇବେ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ନୂଆ କୋର୍ସରେ ପ୍ରବେଶ ପାଇଁ ବ୍ୟସ୍ତ ରହିବେ।

ବୃଷ ରାଶି – ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଆପଣ କାହାରି ସହିତ କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ।

ମିଥୁନ ରାଶି – ଆପଣଙ୍କ ଜୀବନ ଜୀବିକା ଲାଗି ଭଲ ଦିନଟିଏ। ଅନଲାଇନି ବ୍ୟବସାୟୀଙ୍କୁ ନୂଆ ସ୍ତରରେ ସଫଳତା ମିଳିବ। ଜୀବନସାଥୀଙ୍କୁ କ୍ୟାରିୟରରେ ବଡ଼ ଉପଲବ୍ଧି ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

କର୍କଟ ରାଶି – ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ଅତିଶୀଘ୍ର ପଦୋନ୍ନତି ମିଳିବା ଯୋଗ ରହିଛି। ଆପଣ ନିଜ ପଦର ଗାରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

ସିଂହ ରାଶି – କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ଆସିବ। ଏହି ମଉକା କଦାପି ହରାନ୍ତୁ ନାହିଁ। ଆପଣ ନିଜ କାମର ଦାୟିତ୍ବ ନିଜେ ବହନ କରନ୍ତୁ। ଘର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।

କନ୍ୟା ରାଶି – ଆପଣଙ୍କ ଭିତରେ ନେତୃତ୍ବ କରିବାର କ୍ଷମତା ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଘରେ ପୂଜାପାଠର ଆୟୋଜନ କରିବେ।

ତୁଳା ରାଶି – ଦିନଟି ଆପଣଙ୍କ ଲାଗି ବି‌ଶେଷ ରହିବ। ବ୍ୟବସାୟ ବିଷୟରେ ଜୀବନସାଥୀର ପରାମର୍ଶ ନେବେ। ଆପଣଙ୍କର କିଛି କାମ ପାଇଁ ପରିବାର ଲୋକ ପ୍ରଶଂସା କରିବେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

ବିଛା ରାଶି – ଆପଣଙ୍କର ଲକ୍ଷ୍ୟ ପ୍ର‌ାପ୍ତି ପାଇଁ ଦୃଢ଼ ସଂକଳ୍ପ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ଉପରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣରୂପେ ସତର୍କ ରହିବେ। ପାରିବାରିକ ସୁଖ ବୃଦ୍ଧି ହେବ।

ଧନୁ ରାଶି – ଆପଣଙ୍କର ସବୁ କାମ ସଫଳ ହେବ। ବାପା ମାଆ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ଆପଣ ନିଜ ଶକ୍ତିରେ ନିର୍ବଳର ଶକ୍ତି ଭରି ଦେବେ। ସିଭିଲ୍ ଇଂଜିନିୟର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମକର ରାଶି – ଘର ଓ ଅଫିସରେ ତାଳମେଳ ବଜାୟ ରଖିବାରେ ସକ୍ଷମ ହେବେ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା ଲାଗି ଭାବିବେ।

କୁମ୍ଭ ରାଶି – ଘରେ ଅଧିକ ବୟସର ଲୋକଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ। ଘରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ମନ ବନାଇବେ। କିଚଇ ଲୋକ ଆପଣଙ୍କ ଠାରୁ ଫାଇଦା ନେବାକୁ ଚାହିଁବେ।‌

ମୀନ ରାଶି – ଆପଣଙ୍କ କାର୍ଯ୍ୟରେ ସଫଳତା ଲାଗି ଧର୍ମକାର୍ଯ୍ୟରେ ସହଯୋଗ ଦିଅନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରିବା ଦରକାର।

Leave a Reply

Your email address will not be published. Required fields are marked *