ଆଜିର ରାଶିଫଳ 24 ନଭେମ୍ବର 2024 ରବିବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଏକାଗ୍ର ମନରେ କାମ କରନ୍ତୁ ସଫଳତା ପାଇବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ। ବେତନ ବୃଦ୍ଧି ହୋଇପାରେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ଆପଣ କୌଣସି ସାମାଜିକ ସଂଗଠନ ସହ ଯୋଡ଼ିହେବେ। ଖେଳାଳି ପରିଶ୍ରମର ଭଲ ପରିଣାମ ପାଇବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ପରିବେଶ ରହିବ। ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାହାରିଠୁ ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବାକୁ ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।

ବୃଷ ରାଶି – ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ବହୁତ ଭଲ। ଜମାପୁଞ୍ଜି ବୃଦ୍ଧି ହେବ। ଧାର ଦିଅନ୍ତୁ ନାହିଁ, ଟଙ୍କାପଇସା ଅଟକି ରହିପାରେ। ଅଫିସରେ ସ୍ଥିତି ଠିକ୍ ରହିବ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ହେବ। ଯେଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ। ରାଜନୀତି ଓ ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। କୌଣସି କାନୁନ ମାମଲାରେ ବିଶେଷ ଲୋକଙ୍କଠାରୁ ସାହାଯ୍ୟ ପାଇବେ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶିକ୍ଷାର୍ଥୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ଦେହ ଓ ମନ ଭଲ ରହିବ।

ମିଥୁନ ରାଶି – ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦି’ଗୁଣା କରିଦେବ। ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ସମୟ ଭଲ। ଲୋକମାନଙ୍କର ଭରସା ଆପଣଙ୍କ ଉପରେ ବଢ଼ିବ। ନୂଆ କାରବାର ପାଇଁ ସୁଯୋଗ ପାଇବେ। କ୍ରୋଧ କଲେ କାମ ବିଗିଡ଼ି ଯାଇପାରେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ଲିଖନ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ। କ୍ରିକେଟ ଖେଳାଳିଙ୍କ ଲାଗି ସମୟ ଭଲ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀ ଓ ପିଲାମାନଙ୍କଠାରୁ ବହୁତ ଖୁସି ପାଇବେ। ଶିକ୍ଷାର୍ଥୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

କର୍କଟ ରାଶି – ଅକାରଣରେ ଆରମ୍ଭ ହୋଇଥିବା ବାଧାବିଘ୍ନ ଆପେ ଶେଷ ହୋଇଯିବ। ରୋଚକ ବିଚାର ଓ ଯୋଜନା ଆପଣଙ୍କ ମନକୁ ଆସିବ। ବ୍ୟବସାୟ ବଢ଼ାଇବା ଲାଗି ସହଯୋଗୀର ସାହାଯ୍ୟ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ବିଦେଶରେ ଚାକିରି ପାଇଁ ଭଲ ସୁଯୋଗ ଆସିବ। ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ପରିବାର ସହ ମନୋରଂଜନ ଲାଗି ଘରେ କୌଣସି ଖେଳ ଖେଳିବା ପାଇଁ ଯୋଜନା କରିବେ। ବିଜ୍ଞାନ ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ସିଂହ ରାଶି – ବ୍ୟବସାୟ ସମ୍ବନ୍ଧରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। କଥା କହିବା ସମୟରେ ମିଠାଭାଷା ପ୍ରୟୋଗ କରନ୍ତୁ। ଅଫିସ୍‌ ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଆପଣ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେବେ। କଳା, ସାହିତ୍ୟରେ ଥିବା ଲୋକଙ୍କ ଲାଗି ସମୟ ଭଲ। ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ବନ୍ଧୁ ସହିତ ପ୍ରସ୍ତୁତ କରିଥିବା ଯୋଜନା ବାତିଲ୍‌ ହୋଇପାରେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ, ବିଶେଷକରି ବିଜ୍ଞାନ ଛାତ୍ରଙ୍କ ପାଇଁ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା ରାଶି – ଜୀବନରେ ଲାଗି ରହିଥିବା କଷ୍ଟ ଦୂରହେବ। କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ ସେବା କରିବା ଲାଗି ମନସ୍ଥ କରିବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ୍‌ ହେବ। ତାଙ୍କ ସହ ମିଶି ବେପାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଅଫିସ୍‌ରେ ନୂଆ କାମର ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ସମାଜରେ ଆପଣଙ୍କ ନାମ ଉଜ୍ଜ୍ବଳ ହେବ। ଆପଣଙ୍କ ସକାରାତ୍ମକ ବ୍ୟବହାର ପାଇଁ ଜୀବନସାଥୀ ଖୁସି ରହିବେ। ନଚାହୁଥିଲେ ବି କିଛି ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନଦେବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଣଦେଖା କରନ୍ତୁ ନାହିଁ।

ତୁଳା ରାଶି – ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ବନ୍ଧୁଠାରୁ ଆର୍ଥିକ ସହାୟତା ପାଇବେ। ଜମିରେ ନିବେଶ କରିବା ପୂର୍ବରୁ ଅଭିଭାବକଙ୍କ ସହ ବିଚାରବିମର୍ଶ କରନ୍ତୁ। ଇସ୍ପାତ କାମ କରୁଥିବା ଲୋକଙ୍କର କାମର ଗତି ବଢ଼ିବ। ଚାକିରି ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ସୁଯୋଗ ପାଇବେ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ସମୟ ଭଲ। ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଘରର ସୁଖସୁବିଧା ପାଇଁ ଜିନିଷ କିଣିବେ। ଅନ୍ତରଙ୍ଗ ବନ୍ଧୁ ସହିତ ମିଶିବା ଲାଗି ଯୋଜନା କରିପାରନ୍ତି। ଛାତ୍ର କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ବିଛା ରାଶି – ପୂର୍ବରୁ ନେଇଥିବା ନିଷ୍ପତ୍ତିର ସୁଫଳ ପାଇବେ। ବ୍ୟବସାୟରେ ଖୁବ୍ ଉନ୍ନତି କରିବେ। ଚାକିରିଜୀବୀ ଭଲ ପରିଣାମ ପାଇଁ ଅଧିକ ପରିଶ୍ରମ କରନ୍ତୁ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଲାଭକାରୀ। କୋର୍ଟକଚେରିରେ ଥିବା ବିଚାରାଧୀନ ମକଦ୍ଦମା ସମାଧାନ ହେବ। ପରିବାରରେ ଆନନ୍ଦଉଲ୍ଲାସ ପରିବେଶ ରହିବ। ଗୃହିଣୀମାନେ ଭଲ ପିଠାପଣା ତିଆରି କରି ଜୀବନସାଥୀଙ୍କୁ ଖୁଆଇବେ। ଶିକ୍ଷାର୍ଥୀ କୌଣସି ବିଷୟ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ଧନୁ ରାଶି – ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କିଛି ନୂଆ ସୁଯୋଗ ପାଇବେ ଯଦ୍ଦ୍ବାରା ଆର୍ଥିକ ଲାଭ ହେବ। ଅଫିସ୍‌ରେ କାର୍ଯ୍ୟଭାର ଅଧିକ ହୋଇପାରେ। କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ସମୟ ଭଲ। ଛାତ୍ରୀ କୌଣସି କାମରେ ଭଲ ପରିଣାମ ପାଇବେ। ଶରୀର ସୁସ୍ଥ ଏବଂ ମନ ପ୍ରସନ୍ନ ରହିବ।

ମକର ରାଶି – ବାପାଙ୍କଠାରୁ ଭଲ ପରାମର୍ଶ ପାଇବେ। ଆଗକୁ ବଢ଼ିବା ଲାଗି କିଛି ନୂଆ କରିବେ। ଗ୍ରାଫିକ୍‌ ଡିଜାଇନିଂ ଲାଗି ସମୟ ଭଲ। ଜମିରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଅଭିନୟ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ସୁଯୋଗ ପାଇବେ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ଘରେ କୌଣସି ଧାର୍ମିକ ଅନୁଷ୍ଠାନ ହୋଇପାରେ। ମାଆଙ୍କୁ ତାଙ୍କ ପସନ୍ଦର କିଛି ଜିନିଷ ଉପହାର ଦେବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

କୁମ୍ଭ ରାଶି – କୌଣସି କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ ପ୍ରୟୋଗ କରିବେ। ଧନ ଅର୍ଜନ କରିବାରେ ସଫଳ ହେବେ। ଆପଣଙ୍କ ବ୍ୟବହାରରେ ବୟସାଧିକ ବ୍ୟକ୍ତି ଖୁସି ରହିବେ। ବ୍ୟବସାୟରେ ଧନଲାଭ ହେବାର ସମ୍ଭାବନା। ଅଫିସ୍‌ରେ କୌଣସି ନୂଆ କାମ ମିଳିପାରେ। ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବିବାହିତ ସୁନ୍ଦର ମୁହୂର୍ତ୍ତ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ କ୍ୟାରିୟର୍‌ରେ ନୂଆ ପରିବର୍ତ୍ତନ ଆସିବ। ନିଜକୁ ସୁସ୍ଥ ରଖିବାଲାଗି ଯୋଗ କରନ୍ତୁ। ବାହାରେ ତୈଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସାବଧାନତାର ସହ କାର୍ ଚଳାନ୍ତୁ।

ମୀନ ରାଶି – ପୂର୍ବରୁ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଧୀରେ ଧୀରେ ଦୂର ହୋଇଯିବ। କୌଣସି କାମ ପାଇଁ ଅର୍ଥାଭାବ ରହିବ ନାହିଁ। ଏଥିପାଇଁ ଆପଣ ନିଶ୍ଚିତ ରହନ୍ତୁ। ଚାକିରିରେ ଯଥେଷ୍ଟ ସମ୍ମାନ ପାଇବେ। ଯେଉଁମାନେ ଜମି ବା ନୂଆ ଭବନ କିଣିବା ପାଇଁ ବିଚାର କରିଛନ୍ତି, ସେଥିରେ ବିଳମ୍ବ ହୋଇପାରେ। ବୟସାଧିକ ବ୍ୟକ୍ତିମାନେ କୌଣସି ଆଧ୍ୟାତ୍ମିକ ସଂଗଠନ ସହ ଯୋଡ଼ି ହେଇପାରନ୍ତି। ପରିବାର ଲୋକଙ୍କ ସହ ସୁସମ୍ପର୍କ ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ।

Leave a Reply

Your email address will not be published. Required fields are marked *