କାଳୀପୂଜା ଭସାଣି ଦେଖିବାକୁ ଡାକି ପ୍ରେମିକା ସାଙ୍ଗମାନଙ୍କ ସାଙ୍ଗରେ ବାଣ୍ଟିଦେଲା, 6 ଅଭିଯୁକ୍ତକୁ ଗିରଫ କରିଛି ପୋଲିସ |

ଐତିହ୍ୟ ନଗରୀ କୁହାଯାଉଥିବା କଟକରୁ ସାମ୍ନାକୁ ଆସିଛି ଲଜ୍ଜା ଜନକ ଘଟଣା । ଜଣେ ଛାତ୍ରୀଙ୍କୁ ଗଣଦୁ-ଷ୍କ-ର୍ମ କରାଯାଇଥିବା ଅଭିଯୋଗ ପରେ 6 ଜଣଙ୍କୁ ବାନ୍ଧିଲା ପୋଲିସ । ଯାହାକୁ ଭଲ ପାଇ ସାତ ଜନ୍ମର ସାଥି ହେବା ପାଇଁ ସ୍ବପ୍ନ ଦେଖିଥିଲା, ସେହି ପୁରୁଷ ବନ୍ଧୁ ସାଜିଲା ନର ରାକ୍ଷାସ । ସାଙ୍ଗ ସହ ମିଶି ପ୍ରେମିକାକୁ ଝୁଣି ଖାଇଲା । ଏହି ଘଟଣାରେ ପୁରୁଷ ବନ୍ଧୁଙ୍କ ସମେତ 6ଜଣଙ୍କୁ ଗିରଫ କରିଛି ପୋଲିସ ।

ବାଦାମବାଡି ଥାନାରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । କଟକର ଜଣେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଡାକି ନେଇ 5ଜଣ ସାଙ୍ଗ ସହିତ ମିଶି ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ୍ କରି ବାରମ୍ବାର ଦୁ-ଷ୍କ-ର୍ମ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଭିଡିଓ ଭାଇରାଲ କରିଥିବା ନେଇ ମଧ୍ୟ ପୀଡିତା ଅଭିଯୋଗ କରିଛନ୍ତି ।

ତେବେ ପୀଡିତାଙ୍କର ସମ୍ପର୍କୀୟ ଏନେଇ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାର ତଦନ୍ତ କରି 6ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଆଜି ଜିସିପି ପ୍ରେସମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି । 4 ତାରିଖରେ ବାଦାମବାଡି ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ଏନେଇ ତଦନ୍ତ କରି 5 ତାରିଖରେ 3ଜଣ ଏବଂ 6 ତାରିଖରେ 3ଜଣଙ୍କୁ ଗିରଫ କରାଯାଇଥିଲା ।

ତେବେ ଗିରଫ ହୋଇଥିବା 6ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ସୂଚନା ରହିଛି । 6ଜଣଙ୍କ ମୋବାଇଲ ସିଜ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ମୋବାଇଲକୁ ଏସଏଫଏସକୁ ପଠାଯିବ । ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ ହେବା ନେଇ ଡିସିପି ସୂଚନା ଦେଇଛନ୍ତି । ତେବେ ଏଭଳି ଘଟଣା ଏକ କାଫେରେ ହୋଇଥିବା ବେଳେ କାଫେ ମାଲିକ ମଧ୍ୟ ଏହି ଘଟଣାରେ ସାମିଲ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *