ଆଜିର ରାଶିଫଳ 28 ଅକ୍ଟୋବର 2024 ମଙ୍ଗଳବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ। ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ‌

ବୃଷ ରାଶି – ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଓକିଲ କୌଣସି ପୁରୁଣା ମକଦ୍ଦମା ଉପରେ ମନ ନିବେଶ କରିବେ। ନୂଆ ଲୋକଙ୍କ ସଂପର୍କରୁ ଲାଭ ପାଇବେ। ପ୍ରେମ ଜୀବନ ମଧୁର ହେବ। ‌

ମିଥୁନ ରାଶି – ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବିଦେଶ ଯିବାର ଆଶା ପୂରଣ ହୋଇପାରେ। ‌

କର୍କଟ ରାଶି – ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରିବେ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖକର ହେବ। ‌

ସିଂହ ରାଶି – ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ନୂଆ କଥା କିଛି ଜାଣି ପାରିବେ। ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।‌

କନ୍ୟା ରାଶି – ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା ରାଶି – ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କର ପ୍ରସିଦ୍ଧି ବଢ଼ିବ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପରିବାରରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ।

ବିଛା ରାଶି – ଜୀବନ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖକର ହେବ।

ଧନୁ ରାଶି – ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ। ମନ ଚାହୁଁଥିବା କାମରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମକର ରାଶି – ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲଗାନ୍ତୁ। କାମରେ ସକାରାତ୍ମକ ଫଳ ପାଇବେ। ‌ସୋସିଆଲ୍ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ପାରିବାରିକ ସୁଖ ବୃଦ୍ଧି ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କୁମ୍ଭ ରାଶି – ନୂଆ କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ ରାଶି – ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

Leave a Reply

Your email address will not be published. Required fields are marked *