ବଡ଼ ଘୋଷଣା, ବାତ୍ୟା ପାଇଁ ସବୁ School ଓ କଲେଜ ଛୁଟି, ଦେଖନ୍ତୁ ସମ୍ପୂର୍ଣ ଖବର |

ଦିନ ଯେତିକି ପାଖେଇ ଆସୁଛି, ସମ୍ଭାବ୍ୟ ବାତ୍ୟାକୁ ନେଇ ସେତିକି ଭୟ ବଢୁଛି । ସମୁଦ୍ରରେ ହଲଚଲ ମଧ୍ୟ ଆରମ୍ଭ ହେଲାଣି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତକାଲି ବାତ୍ୟା ପାଇଁ ସ୍କୁଲ ୨୩ରୁ ୨୫ ୩ ଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ କଲେଜ ଓ ୟୁନିଭରସିଟି ଛୁଟି ଘୋଷଣା କରାଯାଇଛି ।

ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ ଛୁଟି ଗତାକାଲି ଘୋଷଣା ହୋଇଥିଲା, ବର୍ତ୍ତମାନ ଉକ୍ତ ୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛୁଟି ଘୋଷଣା କରିବା ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ତେବେ ଏହି ୧୪ଟି ଜିଲ୍ଲାରେ ୩ ଦିନ ପର୍ଯ୍ୟନ୍ତ ସମସ୍ତ କଲେଜ ଓ ୟୁନିଭରସିଟି ଘୋଷଣା କରାଯାଇଛି ।

ବାତ୍ୟା ଦାନା ପ୍ରଭାବରେ ଗଞ୍ଜାମ, ପୁରୀ, ଜଗସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲାଗୁଡ଼ିକ ପ୍ରବଳ ବର୍ଷା ସମ୍ଭାବାନା ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କଲେଜ ଓ ୟୁନିଭରସିଟି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟରୁ ଜିଲ୍ଲା ସ୍ତର ଯାଏ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି।

ସାଜ ସରଞ୍ଜାମ ଧରି ପ୍ରଭାବିତ ଅଞ୍ଚଳକୁ ଯିବାକୁ ପ୍ରସ୍ତୁତ ହେଲେଣି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଏଣେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଉଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଆସନ୍ତା ୪ ଦିନ ଯାଏ ପର୍ଯ୍ୟଟଙ୍କୁ ପୁରୀ ମନା। ବର୍ତ୍ତମାନ କୌଣସି ବୁକିଂ ନରଖିବା ପାଇଁ ହୋଟେଲ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।

Leave a Reply

Your email address will not be published. Required fields are marked *