ନମସ୍କାର ବନ୍ଧୁଗଣ ଭଗଵାନ ଶ୍ରୀକୃଷ୍ଣ କହିଛନ୍ତି ଗାଈ ହେଉଛି ସମସ୍ତ ଜଗତର ମା। ଗାଈ ହେଉଛି ଏକ ଦିବ୍ୟ ଜୀବ। ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୂରେଇ ଯାଇଥାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବତା ଏବଂ ଦେବୀ ବାସ କରିଥାନ୍ତି। ତେଣୁ ଗାଈର ପୂଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ। ଗାଈ ଉପରେ ସବୁ ନକ୍ଷତ୍ରର ପ୍ରଭାବ ପଡିଥାଏ। ଗାଈର ପିଠି ହାଡ଼ରେ ସୂର୍ଯ୍ୟକେତୁ ନାଡ଼ି ଥାଏ। ଯାହା ସୂର୍ଯ୍ୟର କିରଣରୁ ରକ୍ତରେ ସ୍ଵର୍ଣ୍ଣକ୍ଷାର ତିଆରି କରେ। ଏହି ସ୍ଵର୍ଣ୍ଣକ୍ଷାର ଗାଈର କ୍ଷୀରରେ ରହିଥାଏ ଯାହା ମନୁଷ୍ୟମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ। ଏହାର ସୁବର୍ଣ୍ଣରଙ୍ଗ ହେତୁ ଗାଈର କ୍ଷୀର ହାଲ୍କା ହଳଦିଆ ହୋଇଥାଏ। ଆଜି ଆମେ ଜାଣିବା ଜଣେ ବ୍ୟକ୍ତି ଗୋମାତାକୁ ପୂଜା କରିବା ଦ୍ୱାରା କେଉଁ ଫଳ ମିଳିଥାଏ। ଏହା ସହିତ ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି ତେଣୁ ଆସନ୍ତୁ ଜାଣିବା।
ସନାତନ ହିନ୍ଦୁ ଧର୍ମରେ ଗାଈ,ଗଙ୍ଗା ଏବଂ ଗାୟତ୍ରୀଙ୍କ ଧାର୍ମିକ ମହତ୍ତ୍ଵ ସବୁଠୁ ମହତ୍ତ୍ଵ ଅଟେ। ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩ କୋଟି ଦେବୀ ଦେବତାଙ୍କ ବାସ ସ୍ଥାନ ଅଟେ ଏବଂ ଯିଏବି ଗାଈର ପୂଜା କରେ ତାଙ୍କୁ ସମସ୍ତ ଦେବତା ଏବଂ ଦେବୀଙ୍କ ଆଶ୍ରିବାଦ୍ ପ୍ରାପ୍ତ ହୋଇଥାଏ। ଯିଏକି ଗାଈର ପାଳନ କରିଥାଏ, ତାଙ୍କୁ ମା ଭାବରେ ସେବା କରନ୍ତି ଗୋମାତା ତାଙ୍କ ଉପରେ ଆସୁଥିବା ଦୁଃଖ କଷ୍ଟ ସବୁକୁ ହରଣ କରିଦେଇ ଥାଆନ୍ତି। ଗୋମାତା କାମଧେନୁ ଅଟନ୍ତି, ସମସ୍ତଙ୍କର କଷ୍ଟ ଦିର କରିଥାନ୍ତି ଆଉ କୁହାଯାଏ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୂଳି ଉଡ଼ିଥାଏ ସେହି ଧୂଳିରେ ମଣିଷର ପାପ ଧୋଇଯାଏ। ଯଦି ବ୍ୟକ୍ତି କ୍ରୋଧ ଅଟନ୍ତି, ପାଠ ପଢାରେ ଦୁର୍ବଳ ଅଟନ୍ତି, କହିବାରେ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଗୋମାତାଙ୍କୁ ସବୁଜଚାର ଖାଇବାକୁ ଦେବା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଏଥିରେ ବିଧ ଗ୍ରହର ଦଶା ଠିକ୍ ହୋଇଥାଏ ଆଉ ସବୁ ସମସ୍ୟା ଦୂର ହେବାରେ ଲାଗିଥାଏ।
ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ। ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ କୌଣସି ଗରୀବ ବ୍ରାହ୍ମଣକୁ କିମ୍ବା କୌଣସି ଗରୀବ ଲୋକଙ୍କୁ ଗାଈ ଦାନ ନିଶ୍ଚିତ କରନ୍ତୁ। ଯଦି ନବ ଗ୍ରହର ଶାନ୍ତି ଏବଂ ଶନିଙ୍କ ଦଶା ଠିକ୍ କରିବାର ଅଛି ତାହେଲେ କଳା ଗାଈର ଦାନ ଅବଶ୍ୟ କରନ୍ତୁ। ଏହାଦ୍ବାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ। ଆଉ ଶନିଦେବଙ୍କ କୃପାରୁ ସବୁକିଛି ଭଲ ହୋଇଯାଏ।
ଯଦି କୌଣସି କାମ ବନ୍ଦ୍ ହୋଇ ଅଛି ତେବେ କେତେ ବି ପରିଶ୍ରମ କଲେ ବି ସେଥିରେ ସଫଳତା ମିଳୁ ନାହିଁ ତାହେଲେ ବ୍ୟକ୍ତି ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ୍ ଏବଂ ତାଙ୍କ କାନରେ ନିଜର ମନସ୍କାମନା ନିଶ୍ଚୟ କହିବା ଉଚିତ୍। ଗାଈର ନିୟମିତ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ। ଖରା ଦିନରେ ବା ଘର ଦ୍ଵାରକୁ ଆସିଥିବା ଗାଈକୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ଵାରା ବ୍ୟକ୍ତିକୁ ସବୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ଗୋମାତାଙ୍କୁ ଶୀତ ଦିନରେ ଗୁଡ ଖାଇବାକୁ ଦିଅନ୍ତି କିନ୍ତୁ ଗ୍ରୀଷ୍ମ ଦିନରେ ଗୁଡ ଖାଇବାକୁ ଦିଅନ୍ତୁ ନାହିଁ।
ଯଦି ପିତୃଦୋସ ଦୂର କରିବାକୁ ଚାହୁଁଛନ୍ତି ତେବେ ଗାଈକୁ ଅମାବାସ୍ୟା ଦିନ ରୁଟି, ଗୁଡ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ ଏହା ଲାଭ ଦାୟକ ଅଟେ। ଏଥି ଦ୍ଵାରା ସବୁ ପିତୃଦୋସ ସମାପ୍ତ ହୋଇଯାଇଥାଏ। ଏହା ସହିତ ଗାଈର ପୂଜା କରିବା ଦ୍ୱାରା ନବ ଗ୍ରହର ଶାନ୍ତି ହୋଇଥାଏ।
ଯଦି ପିଲାମାନେ କଥା ଶୁଣୁ ନାହାଁନ୍ତି। ସେମାନେ କ୍ରୋଧିତ ହୁଅନ୍ତି, କଥା କଥାରେ ରାଗନ୍ତି ତାହେଲେ କୌଣସି ଦିନ ଘର ଦ୍ଵାରକୁ ଆସୁଥିବା ଗାଈକୁ ପିଲାଙ୍କ ଦ୍ଵାରା ଭୋଜନ ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ଵାରା ନିଜ ସନ୍ତାନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
ଗୋମାତାଙ୍କ ପିଠିରେ ଗୋଟିଏ ଚୂଳ ରହିଥାଏ ସେହି ଚୂଳରେ ସୁର୍ଯ୍ୟକେତୁ ନାଡି ରହିଥାଏ। ସବୁଦିନ ସକାଳେ ଗାଈର ଏହି ଚୂଳ ଉପରେ ହାତରେ ଆଉଁଶିଲେ ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତାଙ୍କର ସବୁ ଆର୍ଥିକ ସଙ୍କଟ ଦୂର ହୋଇଯାଏ ଏବଂ ଗରିବୀ ଦାରିଦ୍ର୍ୟତା ଦୂର ହୋଇଥାଏ। ଏହା ସହିତ ତାଙ୍କର ସମସ୍ତ ରୋଗ ନଷ୍ଟ ହୋଇଯାଇଥାଏ। ତେଣୁ ଦୁଆର ପାଖକୁ ଆସୁଥିବା ଗାଈକୁ ପିଠୀ ଉପରେ ଥରେ ହାତରେ ଛୁଅନ୍ତୁ।
ଘର ବନେଇବା ପୂର୍ବରୁ ଯଦି ସେହି ଜାଗାରେ ଗାଈ କିମ୍ବା ବାଛୁରୀକୁ ବନ୍ଧାଯାଏ ତେବେ ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଇଥାଏ। ଯେଉଁ ମାଟିରେ ଗାଈ ବସି ଆରାମ କରିଥାଏ ସେଠି କେବେ କୌଣସି ପ୍ରତି ବନ୍ଧକ ଆସି ନଥାଏ। ଧ୍ୟାନ ରଖିଥିବେ ଘର ତିଆରି ରୁଟି ସର୍ବପ୍ରଥମେ ଗାଈ ପାଇଁ ପ୍ରସ୍ତୁତ କରିବେ ଏବଂ ଗାଈକୁ ନିଶ୍ଚିତ ରୂପେ ଖାଇବାକୁ ଦେବେ। ଏଥି ଦ୍ଵାରା ପରିବାରରେ ସୁଖ ଏବଂ ଶାନ୍ତି ସର୍ବଦା ରହିଥାଏ।
ଗୋମାତାଙ୍କୁ ପଞ୍ଚଗୋଭ୍ୟ ହଜାର ହଜାର ରୋଗର ଔଷଧ ଅଟେ। ଏହାକୁ ସେବନ କରିବା ଦ୍ଵାରା କଠିନରୁ କଠିନ ରୋଗ ଦୂର ହୋଇଯାଏ। ପରିବାରରେ ଗାଈ ଠାରୁ ମିଳୁଥିବା ପଞ୍ଚଗୋଭ୍ୟ ପଦାର୍ଥର ବ୍ୟବହାର ନିଶ୍ଚିତ କରନ୍ତୁ। ପଞ୍ଚଗୋଭ୍ୟ ବିନା ପୂଜା ପାଠରେ ସଫଳତା ମିଳି ନଥାଏ। ଗାଈ ଗୋବରକୁ ପ୍ରତ୍ୟେକ ଦିନ ଘର, ଦୋକାନ, ସାହି ଏବଂ ଗଳିରେ ଜଳେଇ ଧୂପ କରିବା ଦ୍ୱାରା ପରିବେଶ ସୁଦ୍ଧ ହୋଇଯାଇଥାଏ। ଏଥି ଦ୍ଵାରା ସକାରାତ୍ମକ ପରିବେଶ ସର୍ବଦା ରହିଥାଏ ଏବଂ ବ୍ୟବସାୟରେ ବୃଦ୍ଧି ଆସିଥାଏ।
ଯଦି ପ୍ରତିଦିନ ଘରର ଦ୍ଵାରକୁ ଗାଈ ଆସନ୍ତି ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି। ଏହା ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଙ୍କେତ ହୋଇଥାଏ। କାରଣ ଗୋମାତା ଏହିଭଳି ଘରକୁ ଯାଆନ୍ତି ଯେଉଁଠାରେ ପବିତ୍ର, ସୁଦ୍ଧ ଏବଂ ଭଲ ଲୋକମାନେ ବାସ କରନ୍ତି। ତେଣୁ ଘରର ଦ୍ଵାରକୁ ଗୋମାତା ଆସିଲେ ତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।
ଗୋମାତାଙ୍କ ବେକରେ ଘାଣ୍ଟି ନିଶ୍ଚୟ ବାନ୍ଧନ୍ତୁ ଗାଈର ବେକରେ ବନ୍ଧା ଘାଣ୍ଟି ବାଜିଲେ ଗୋମାତାଙ୍କ ଆରତୀ ହୋଇଥାଏ। ଏଥି ଦ୍ଵାରା ୩୩ କୋଟି ଦେବୀ ଦେବତାଙ୍କର ଫଳ ପ୍ରାପ୍ତ ହୋଇଥାଏ। ଗୋମାତାଙ୍କ ଗୋବରରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଗୋମାତାଙ୍କ ମୁତ୍ରରେ ମାତା ଗଙ୍ଗାଙ୍କ ବାସ ହୋଇଥାଏ। ଗୋମାତାଙ୍କ କ୍ଷୀରରୁ ସୁବର୍ଣ୍ଣ ତତ୍ତ୍ଵ ମିଳିଥାଏ ଯାହା ସବୁ ରୋଗର ନାଶ କରିଥାଏ। ଏଥିପାଇଁ ଗାଈ କ୍ଷୀର ସବୁଦିନ ପିଅନ୍ତୁ। ତନ୍, ମନ୍, ଧନ୍ ରେ ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେ ମୃତ୍ୟୁପରେ ବୈତରଣୀ ଗୋମାତାଙ୍କ ଲାଞ୍ଜ ଧରି ନର୍କକୁ ପାର କରିଥାଏ। ତାଙ୍କର ଅକାଳ ମୃତ୍ୟୁ ହୋଇ ନଥାଏ ଏବଂ ଏମାନଙ୍କୁ ଗୋଲକ ଧାମରେ ବାସ କରିବାକୁ ମିଳିଥାଏ।
ଯେଉଁ ବ୍ୟକ୍ତିର ଭାଗ୍ୟର ରେଖା ସୋଇଥାଏ ସେହି ବ୍ୟକ୍ତି ତାଙ୍କ ପାପୁଲିରେ ଗୁଡ ରଖି ଗାଈକୁ ଚାଖିବାକୁ ଦିଅନ୍ତୁ। ଗୋମାତାଙ୍କ ଜିଭରେ ପାପୁଲି ଚାଟିବା ଦ୍ବାରା ବ୍ୟକ୍ତିର ଭାଗ୍ୟ ରେଖା ଖୋଲିଥାଏ।