Vastu Tips : କଇଁଛ କିପରି ଏବଂ କେଉଁ ଧାତୁର ଘରେ, ଦୋକାନରେ ରଖିଲେ ଧନର ବର୍ଷା ହୋଇଥାଏ….ଦେଖନ୍ତୁ

ନମସ୍କାର ବନ୍ଧୁଗଣ କଇଁଛକୁ ଘର, ଦୋକାନ ବା ଅଫିସ୍ ର କେଉଁ ସ୍ଥାନ, କେଉଁ ଦିଗ ଏବଂ କିପରି ରଖିବା ଦ୍ଵାରା ଘରେ ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣରୁ ମୁକ୍ତି ଦେଇଥାଏ ଏହି ବିଷୟରେ ଆଜି ଆମେ ଜାଣିବା। ବନ୍ଧୁଗଣ ଧର୍ମଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ଅବା କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ଘରେ କଇଁଛ ରହିଥାଏ ସେହିଘରେ ସଦା ସର୍ବଦା ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି କାରଣ ବିଷ୍ଣୁଙ୍କର ଗୋଟିଏ ଅବତାର ଏହି କଇଁଛ ଅଟେ। ଭଗଵାନ ବିଷ୍ଣୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତକୁ ନିଜ ପିଠିରେ ଧାରଣ କରୁଥିଲେ। ଏହାଦ୍ବାରା ସମୁଦ୍ର ମନ୍ଥନର ସମାଷ୍ଟ ସମସ୍ୟା ଦୂର କରିଥିଲେ। ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେଉଁ ଘରେ କଇଁଛ ଅବା କଇଁଛର ପ୍ରତିମା ରହିଥାଏ ସେହି ଘରେ ଶ୍ରୀବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ ଏବଂ ଆମେ ଆଜି ଜାଣିବା କଇଁଛ କିମ୍ବା କଇଁଛର ପ୍ରତିମା ଘରେ ରଖିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ।

କଇଁଛ ହେଉ କିମ୍ବା କଇଁଛର ପ୍ରତିମା ହେଉ କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନା କରିବା ଉଚିତ୍। କୁହାଯାଏ କି ଘରେ କଇଁଛକୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛଟି ଯେତେ ଯେତେ ବଡ଼ ହୋଇଥାଏ ଘରୁ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇ ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ କିନ୍ତୁ ସମସ୍ତଙ୍କ ଘରେ କଇଁଛକୁ ରଖି ପାଳନ କରିବା ସେତେଟା ସମ୍ଭବ ଏବଂ ସହଜ ହୋଇନଥାଏ। ତେଣୁ ଏହା ପରିବର୍ତ୍ତେ କଇଁଛର ପ୍ରତିମାକୁ ଘରେ, ଅଫିସ୍ ରେ ଏବଂ ଦୋକାନରେ ରଖି ପାରିବେ ଯାହାଦ୍ଵାରା ସେତିକି ଫଳ ମିଳିଥାଏ ଯେତିକି ଜୀବିତ କଇଁଛ ରଖିବା ଦ୍ଵାରା ମିଳିଥାଏ। ବନ୍ଧୁଗଣ ଆପଣମାନେ ପ୍ରାୟ ସ୍ଥାନରେ ଦେଖିଥିବେ କି ଦୋକାନ, ଅଫିସ୍ ଅବା ଘର ମାନଙ୍କରେ କଇଁଛର ପ୍ରତିମା ରଖା ଯାଇଥାଏ। ଏହା ଖୁସିରେ ରଖା ଯାଇନଥାଏ ବରଂ ବାସ୍ତୁ ଅନୁସାରେ ରଖା ଯାଇଥାଏ ଅବା ବାସ୍ତୁର ନିୟମକୁ ମାନି ରଖା ଯାଇଥାଏ। ଏହି କଇଁଛ ବିଭିନ୍ନ ସାଇଜର ବିଭିନ୍ନ ଧାତୁର ହୋଇଥାଏ ଏହା ଠିକ୍ ସେହି ଧାତୁ ଅନୁସାରେ ମଧ୍ୟ ଫଳ ଦେଇଥାଏ। ପ୍ରଥମେ ଆସନ୍ତି ଜାଣିବା କଇଁଛର ପ୍ରତିମା କିପରି ଏବଂ ଯେଉଁଠି ରଖିବା ଏବଂ ତାପରେ ଜାଣିବା କେଉଁ ଧାତୁର କଇଁଛ କେଉଁ ପ୍ରକାରର ଫାଇଦା ଦେଇଥାଏ।

କଇଁଛଟି ଯେକୌଣସି ଧାତୁର ହେଉନା କାହିଁକି ଏହାକୁ ରଖିବାର ଦିଗ ହେଉଛି ଉତ୍ତର ଦିଗ, ପୂର୍ବ ଦିଗ ଏବଂ ଉତ୍ତରପୂର୍ବ କୋଣ ଐଶ୍ଵନ କୋଣ ଶ୍ରେଷ୍ଟ ହୋଇଥାଏ। ତାହା ଅଫିସ୍ ହେଉ, ଦୋକାନ ହେଉ ଅବା ଘରେ ହେଉ। ସେହି କଇଁଛର ମୁଖକୁ ମଧ୍ୟ ଉତ୍ତର ପୂର୍ବ କିମ୍ବା ଐଶ୍ଵନ କୋଣକୁ ରଖି ପାରିବେ କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ଵାର ଥିବ ସେହି ଦିଗକୁ କେବେବି କଇଁଛର ମୁଖ ରଖିବେ ନାହିଁ। କଇଁଛକୁ ରଖୁଥିବା ପାତ୍ର ପ୍ରତିଦିନ ପୁରୁଣା ପାଣିକୁ କାଢି ନୂଆ ପାଣି ରଖିବେ ଏବଂ କଇଁଛଟି ଯେପରି ଅଧା ବୁଡ଼ିକି ରହିବ ସେହିପରି ପତ୍ରଟିଏ ନେବା ଉଚିତ୍ ହୋଇଥାଏ ଏବଂ ଯେଉଁ ପାଣିରେ ରଖିବେ ତାହା ଗଙ୍ଗାଜଳ ଅବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ ହୋଇଥାଏ କିନ୍ତୁ ଯେଉଁ କଇଁଛଟି ବେଡ୍ ରୁମ୍ ରେ ଅବା ଶୟନ କକ୍ଷରେ ରଖିବେ ସେଥିରେ ପାଣି ଦେବେ ନାହିଁ ତାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ପରିଷ୍କାର କପଡ଼ାରେ ପୋଛି ପରିଷ୍କାର ରଖିବେ। ଏହାଦ୍ବାରା ଅନେକ ପ୍ରକାରର ଫାଇଦା ହୋଇଥାଏ ଏବଂ ପ୍ରଥମ ଦିନ ଅନ୍ ଲାଇନ୍ ହେଉ କିମ୍ବା କୌଣସି ଦୋକାନ ବଜାରରୁ ଆଣିଲେ ପ୍ରଥମ ଦିନ ସେହି କଇଁଛ ଓ ପତ୍ରଟିକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଧୂପ, ଦୀପ ଏବଂ ଫୁଲ ଦେଇ ବିଧିବିଧ ଭାବରେ ରଖିବା ଉଚିତ୍ ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସମସ୍ତ ପ୍ରକାର କଇଁଛରେ ନକାରାତ୍ମକ ଊର୍ଯାକୁ ନଷ୍ଟ କରି ସକାରାତ୍ମକ ଊର୍ଯାର ସଞ୍ଚାର କରିବାର କ୍ଷମତା ଥାଏ। କଇଁଛ ଘରେ ଥିଲେ ନମ ପାଇଁ ଶାନ୍ତି ଏବଂ ଜୀବନ ପାଇଁ ଧନ ଆଣିଥାଏ। କଇଁଛ ଘରେ ଥିଲେ ଅନେକ ପ୍ରକାରର ଲାଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ଵାରା ଘରର ସମସ୍ତ ସଦସ୍ୟଙ୍କର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଘର ଅଫିସ୍ ଏବଂ ଦୋକାନରେ ଏହା ରହିବା ଲାଭ ଦାୟକ ହୋଇଥାଏ। ଆଜିକାଲି ଅନେକ ପ୍ରକାର ଧାତୁର ଏବଂ ଅନେକ ପ୍ରକାର ସାଇଜର ଏବଂ ଅନେକ ପ୍ରକାର କଇଁଛ ବଜାରରେ ମିଳୁଛି ଏଣୁ ଏହି ବିଷୟରେ ଜାଣିବା ଏବଂ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ କି କେଉଁ ଧାତୁରେ କଇଁଛ କେଉଁ ପ୍ରକାର ଇଚ୍ଛାକୁ ପୂରଣ କରିଥାଏ ଏବଂ କେଉଁ ଧାତୁର କଇଁଛ ଘର, ଅଫିସ୍ ଏବଂ ଦୋକାନ ପାଇଁ ସଠିକ୍ ଏବଂ ଶୁଭ ଦାୟକ ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଧାତୁରୁ କଇଁଛ କେଉଁ ଫଳ ଦେଇଥାଏ।

ସନ୍ତାନ ପ୍ରାପ୍ତି
ଯେଉଁ ମାନଙ୍କର ସନ୍ତାନ ହେଉ ନଥାଏ ତଥା ସନ୍ତାନ ହେବାରେ ବିଳମ୍ବ ହେଉଥାଏ ସେମାନେ ଏହିପରି କଇଁଛଟିଏ ରଖିବା ଉଚିତ୍ ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ। ଏହିପରି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଟ ମାନିଥାନ୍ତି। ଯେଉଁ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନେ ଏପରି କଇଁଛ ନିଜର ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ।

ଧନ ପ୍ରାପ୍ତି
ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟା କରି ମଧ୍ୟ ଧନ ସମସ୍ୟା ଲାଗି ରହୁଥାଏ ସେହି ବ୍ୟକ୍ତି ଏକ କ୍ରିଷ୍ଟଲ ଧାତୁର କଇଁଛ ଏବଂ କ୍ରିଷ୍ଟଲ ଧାତୁର ବାଉଲ୍ ରେ ଜଳ ଦେଇ ଦୋକାନ, ଅଫିସ୍ ଏବଂ ଘରେ ରଖି ପାରିବେ। ଏହାକୁ ସିନ୍ଧୁକ ଉପରେ ମଧ୍ୟ ରଖି ପାରିବେ। ଏପରି ରଖିବା ଦ୍ଵାରା ଧନର ସମସ୍ୟାମାନ ଦୂର ହୋଇଥାଏ ଏବଂ ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ।

ବ୍ୟବସାୟରେ ଉନ୍ନତି
ବ୍ୟବସାୟରେ ଉନ୍ନତି ଅବା ଅଫିସ୍ ରେ ଲଗାତାର କ୍ଷତି ହୋଇଥିଲେ ତାହାକୁ ଦୂର କରିବା ପାଇଁ ମେଟାଲ୍ ର କଇଁଛକୁ ମେଟାଲ୍ ର ପତ୍ରରେ ପାଣି ଦେଇ ରଖିବା ଉଚିତ୍ ହୋଇଥାଏ। ଏହାକୁ ଦୋକାନ, ଅଫିସ୍ ଏବଂ ଘରେ ରଖି ପାରିବେ। ଏପରି କରିବା ଦ୍ବାରା ସମସ୍ତ ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତ ହୋଇ ଧନ, ସୁଖ, ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ରୋଗରୁ ମୁକ୍ତି ପାଇବା ପାଇଁ
ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ ପରିବାରର ଲୋକମାନେ ରୋଗଗ୍ରସ୍ତ ହେଉଥାନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିବା ଲାଭ ଦାୟକ ହୋଇଥାଏ।

ନୂଆ ବ୍ୟବସାୟ ବା ଦୋକାନ ଆରମ୍ଭ ପାଇଁ
ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ଅବା କରିବା ପାଇଁ ଚାହୁଁଥାନ୍ତି ତେବେ ସେହି ନୂଆ ଦୋକାନରେ ରୂପାର କଇଁଛ ରୂପାର ପତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭଫଳ ଦେଇଥାଏ। ଏପରି କରିବା ଦ୍ବାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ଧନ ସୁଖ ସମୃଦ୍ଧିରେ ଭରି ଯାଇଥାଏ।

ପରୀକ୍ଷାରେ ସଫଳ ପାଇବା ପାଇଁ
ଆଜିକାଲି ପିଲାମାନଙ୍କ ସହିତ ବଡ଼ମାନେ ମଧ୍ୟ ଚାକିରୀରେ ପ୍ରମୋସନ୍ ପାଇବା ପାଇଁ ପ୍ରତିଦିନ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଏହିପରି ସମୟରେ ପିତ୍ତଳର କଇଁଛ ପିତ୍ତଳର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିଥାଏ।

କଳହ ଏବଂ ଝଗଡ଼ା ଦୂର କରିବା ପାଇଁ
ଯଦି ଘରର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରତିଦିନ କୌଣସି ନା କୌଣସି କାରଣକୁ ଝଗଡ଼ା ଲାଗି ରହୁଥାଏ ତେବେ ଘରେ ଯୋଡ଼ା କଇଁଛ ରଖିବା ଦ୍ଵାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ଓ ସମସ୍ୟା ଦୂର ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି।

Leave a Reply

Your email address will not be published. Required fields are marked *