ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ବହୁତ୍ ବଡ଼ ଅପଡେଟ ଯାହା ବିଶୁୟରେ ଜାଣିଲେ ଆପଣ ମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ରହିଛି ରହିଛି ସେହି ଆଶ୍ଚର୍ଯ୍ୟ କଲା ଭଳି ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ । ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଗୁରୁବାର ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ୨୯ ଓ ୩୦ରେ ପ୍ରବଳ ବର୍ଷିବ । ଝାଡଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହିଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ।
ତେଣୁ ଅଗଷ୍ଟ ୩୦ ଓ ୩୧ ତାରିଖ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟରେ ଯେଉଁମାନେ ଏବେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ଅଗଷ୍ଟ ୨୯ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି।