Vastu Tips : ରୋଷେଇ ଘରେ ନିଶ୍ଚୟ କରନ୍ତୁ ଏହି ୧ କାମ ଖରାପ ଅଟେ କିନ୍ତୁ ଜରୁରୀ ଅଟେ, ଭାଗ୍ୟ ପୁରା ଚମକି ଉଠିବ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ ଭଗଵାନ ଶ୍ରୀକୃଷ୍ଣ ରୋଷେଇ ଘର ବିଷୟରେ କିଛି ଖାସ୍ କଥା କହିଥିଲେ। ଭଗବାନ ଶ୍ରୀକୃଷ୍ଣ କୁହଁନ୍ତି କି ରୋଷେଇ ଘରକୁ କେବେବି ଏହିସବୁ ଜିନିଷ ନେଇ ପ୍ରବେଶ କରିବା କଥା ନୁହେଁ, ଆସିଥାଏ ଭୟଙ୍କର ବର୍ବାଦୀ। ଯେମିତି ମନ ସେମିତି ଅନ୍ନ ଏହି କଥା ପଦଟି ତ ଆପଣ ଶୁଣି ହିଁ ଥିବେ। କୁହନ୍ତି କି ରୋଷେଇ ଘର ଏକ ଏମିତି ଜାଗା ହୋଇଥାଏ ଯାହା ଭଲ ସ୍ବାସ୍ଥ୍ୟ ଛଡା ଘରର ସୁଖ ସମୃଦ୍ଧିରେ ବି ଯୋଡ଼ା ହୋଇ ରହିଛି। ଠିକ୍ ସେମିତି ରୋଷେଇ ଘରେ ପାଦ ରଖୁ ରଖୁ ହିଁ ଘରର ଗୃହିଣୀମାନେ ଅନ୍ନପୂର୍ଣ୍ଣା ବା ଭୋଜନ କର୍ତ୍ତା ବନି ଯାଇଥାନ୍ତି। କାହିଁକି ନା ଏଥିରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ବୋଲି ମାନି ନିଆଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଗଵାନ ଶ୍ରୀକୃଷ୍ଣ କୁହନ୍ତି କି ରୋଷେଇ ଘରେ ଏହି ଜିନିଷ ସବୁକୁ ନେଇକି କେବେବି ପ୍ରବେଶ କରିବା କଥା ନୁହେଁ, ପୁରା ପରିବାର ରୋଗ, ବେମାରର ସାମ୍ନା କରିଥାଏ। ଏହା ଦ୍ବାରା ଘରେ ମଧ୍ୟ କେତେ ପ୍ରକାରର ଅସୁବିଧା ଉତ୍ପନ୍ନ ହୋଇପାରେ। ତେବେ ଚାଲନ୍ତୁ ଜାଣିବା କି ଆପଣଙ୍କୁ କେଉଁ କେଉଁ କଥାର ଧ୍ୟାନ ରଖିବା ଉଚିତ୍।

ଭଗଵାନ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କୁହନ୍ତି କି ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ୍। ସଫା ରଖିଲେ ହିଁ ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ। ରୋଷେଇଘରେ ଯେବେବି ଆପଣ ଖାଇବା ବନେଇ ଥାଆନ୍ତି ତ ଆପଣ ଆପଣଙ୍କ ମୁହଁ ଦକ୍ଷିଣ ବା ପୂର୍ବଦିଗ ଆଡ଼କୁ ହେବା ଉଚିତ୍। ଦକ୍ଷିଣ ବା ପୂର୍ବଦିଗ ଆଡ଼କୁ ମୁହଁ କରି ରୋଷେଇ କରିଲେ ସେହି ଖାଦ୍ୟକୁ ଖାଉଥିବା ବ୍ୟକ୍ତିର ସ୍ବାସ୍ଥ୍ୟ ସବୁବେଳେ ସୁସ୍ଥ ରଖିଥାଏ ଓ ସେହି ବ୍ୟକ୍ତି ସଫଳତା ପ୍ରାପ୍ତ କରିଥାଏ ଓ ଖାଇବା ବି ମଧ୍ୟ ସ୍ଵାଦିଷ୍ଟ ହୋଇଥାଏ।

ଖାସ୍ କରି ମଙ୍ଗଳବାର ଓ ଶନିବାର ଦିନ କୌଣସି ବି ଲୁହାର ଜିନିଷ କିଣିକି ରୋଷେଇ ଘରକୁ ଆଣିବା କଥା ନୁହେଁ। ଏଥିରେ ବ୍ୟକ୍ତିକୁ ଦୋଷ ଲାଗିଥାଏ। ଏହାସହ ରୋଷେଇ ଘରେ କୌଣସି ଛୁରୀ, ପନିକି ଏବଂ କିଛି ଧାରୁଆ ଜିନିଷ ବୋହୁତ ପରିମାଣରେ ରଖିବା ଉଚିତ୍ ହୋଇନଥାଏ, ଗୋଟେ କି ଦୁଇଟା ରଖିବା ଉଚିତ୍। ଏହା ନକାରାତ୍ମକ ଉର୍ଜାକୁ ଦର୍ଶାଇଥାଏ ଓ ଘରେ ସବୁବେଳେ ପାଟି,ତୁଣ୍ଡ ଓ ଝଗଡ଼ା ଲାଗି ରହିଥାଏ। ଭଗଵାନ ଶ୍ରୀକୃଷ୍ଣ କୁହନ୍ତି କି ରୋଷେଇ ଘରେ କୌଣସି ଭଙ୍ଗା ବାସନ, ଭାଙ୍ଗି ଯାଇଥିବା କାଚ ଏହିସବୁ ଜିନିଷ ରଖିବା ଉଚିତ୍ କଥା ନୁହେଁ। ଏହାଦ୍ବାରା ପରିବାର ଉପରେ ସବୁବେଳେ ଦୋଷ ଲାଗି ରହିଥାଏ।

ରୋଷେଇ ଘରକୁ କେବେ ହେଲେ ଜୋତା,ଚପଲ ପିନ୍ଧିକି ପ୍ରବେଶ କରିବା ଉଚିତ୍ ନୁହେଁ। ଏମିତି କରିବାରେ ପାପ ହୁଏ ବୋଲି ମାନି ନିଆଯାଇଥାଏ ଓ ଆପଣଙ୍କର ସବୁ ପୁନ୍ୟ ବି ନଷ୍ଟ ହୋଇପାରେ। ମାତା ଅନ୍ନପୂର୍ଣ୍ଣା ବି ଆପଣଙ୍କ ଉପରେ ରାଗିଯାଇଥାନ୍ତି। ଯଦି ଆପଣଙ୍କୁ ପାଦରେ ଚପଲ ପିନ୍ଧିବାର ଅଭ୍ୟାସ ଥାଏ ବା ଆପଣଙ୍କୁ ଚପଲ ପିନ୍ଧିବାର ହିଁ ଅଛି ତାହେଲେ ଆପଣ କୌଣସି ଲୁଗାରେ ତିଆରି ଚପଲ ବା କଥାରେ ତିଆରି ଚପଲ ବି ପିନ୍ଧି ପାରିବେ। ଏହି ଚପଲ ପିନ୍ଧି ଆପଣ ରୋଷେଇ ଘରେ ପ୍ରବେଶ କରି ପାରିବେ। ଏମିତି କରିବା ଦ୍ବାରା ଆପଣଙ୍କ ଉପରେ ଆଉ କୌଣସି ଦୋଷ ଲାଗି ନଥାଏ।

ରୋଷେଇ ଘରେ ଖାଇବା ବନେଇବା ସମୟରେ ଖାଇବାର ସ୍ଵାଦ ବାରମ୍ବାର ଚାଖିବା ଠିକ୍ କଥା ନୁହେଁ। ଆମେ ରୋଷେଇ କରିବା ବେଳେ ଖାଇବାଟା କେମିତି ବନିଛି ତାର ସ୍ଵାଦ ଚାଖିବା ପାଇଁ ଆମେ ଟିକେ ଟିକେ ଖାଇବା ଆଣି ଚାଖି ଦେଇଥାଉ କିନ୍ତୁ ଏହାକୁ ବାରମ୍ବାର କରନ୍ତୁ ନାହିଁ। କାହିଁକି ନା ଏଥିରେ ମା ଅନ୍ନପୂର୍ଣ୍ଣା ରାଗିକି ରୋଷେଇ ଘରୁ ଚାଲିଯାଇଥାଆନ୍ତି ଓ ତାପରେ ଘରକୁ ଆସି ଯାଇଥାଏ ଦାରିଦ୍ର୍ୟତା। ତେଣୁ ଖାଇବାକୁ ବାରମ୍ବାର ଚାଖିବା କଥା ନୁହେଁ। ପ୍ରଥମେ ଆପଣ ଖାଇବା ବନେଇ ସାରିବା ପରେ ଖାଇବାକୁ ଆପଣ ଗ୍ୟାସ୍, ଚୁଲା ଉପରେ ଟିକେ ଭୋଗ ଭାବେ ମାଙ୍କୁ ଡ଼ାକି ଚଢାଇ ଦେବେ ଓ ତାପରେ ଆପଣ ଚାଖି ନେବେ ଖାଇବାଟି କେମିତି ହୋଇଛି। ଏମିତି କରିବାରେ ଘରେ ଶାନ୍ତି ଶୃଙ୍ଖଳା ବନି ରହିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୁରା ତାତିକି ରହୁଥିବା ତାୱା ବା କଢ଼େଇ ଉପରେ ଆପଣ ହଠାତ୍ ଏକାଥରେ ପାଣିକୁ ଛିଞ୍ଚିବେ ନାହିଁ। ମାନେ ଧର ଆପଣ କୌଣସି ଜିନିଷକୁ ଗରମ କରୁଛନ୍ତି ଓ ତାକୁ ଅନ୍ୟ ପାତ୍ରଟିକୁ ଢାଳିଦେଲେ ଓ ସେହି କଢ଼େଇ ଓ ତାୱା ଟିକୁ ନେଇ ଟ୍ୟାପ୍ ତଳେ ପାଣି ଖୋଲି ତା ତଳେ ରଖନ୍ତୁ ନାହିଁ। ଏମିତି କରିବା କଥା ନୁହେଁ ଏମିତି କରିବାରେ ଆପଣଙ୍କ ଉପରେ ଦୋଷ ଲାଗିଥାଏ ଓ ଘରର କମି ଯାଇଥାଏ। ଆପଣ ପ୍ରଥମେ ତାୱା ବା କଢ଼େଇକୁ ରୋଷେଇ କରିସାରିବା ପରେ ସାଙ୍ଗେ ସାଙ୍ଗେ ନ ଧୋଇକି ଥଣ୍ଡା କରିଦେବେ। ଥଣ୍ଡା ହୋଇସାରିବା ପରେ ତାତି ଆଉ ନଥିବ ଏହାପରେ ଆପଣ ଏହାକୁ ମାଜିକି ଧୋଇକି ଆପଣଙ୍କ ବାସନ ଷ୍ଟାଣ୍ଡରେ ରଖିଦେବେ।

ଭଗଵାନ ଶ୍ରୀକୃଷ୍ଣ କୁହନ୍ତି କି ରୋଷେଇ ଘରେ ମହୁ, ଦେଶୀ ଘିଅ, ଜଳଭରା ପତ୍ର ଓ ଚାଉଳକୁ ସବୁବେଳେ ଭରପୁର କରି ରୋଷେଇ ଘରେ ରଖିବା କଥା। ଏହି ସବୁ ଜିନିଷକୁ କେବେବି ଖାଲି କରିବା କଥା ନୁହେଁ, ଏହି ସବୁ ଜିନିଷର ଅଭାବ ରଖିବେ ନାହିଁ। ଏମିତି କରିବା ଦ୍ବାରା ଘରେ କେବେବି ଧନଧାନ୍ୟର ଅଭାବ ହୋଇନଥାଏ। ମାତା ଅନ୍ନପୂର୍ଣ୍ଣା ସବୁବେଳେ ଏମିତିକା ଘରେ ହିଁ ବାସ କରିଥାନ୍ତି। ଆପଣ ମହୁ, ଦେଶୀ ଘିଅ, ଜଳ ଓ ଚାଉଳକୁ ସବୁବେଳେ ଭରପୁର ରଖୁଥିବେ।

ମାତା ଅନ୍ନପୂର୍ଣ୍ଣା ଯେଉଁ ଘରେ ନିଜର ବାସ ବନେଇ ନେବେ ସେହି ଘରେ କେବେବି ଦୁଃଖ ଆସିବ ନାହିଁ ଓ ସେହି ଘରର ଲୋକେ କେବେବି ଭୋକରେ ରହିବେ ନାହିଁ। କାହିଁକିନା ତାଙ୍କ ଘରେ ସ୍ଵୟଂ ମାତା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ। ତେଣୁ ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ ହେଉ ତେବେ ଆପଣଙ୍କୁ କୁହାଯାଇଥିବା କଥା ଗୁଡ଼ିକର ଧ୍ୟାନ ରଖନ୍ତୁ ଓ ଏହି ସବୁ କଥାକୁ ଠିକ୍ ଭାବରେ ପାଳନ କରନ୍ତୁ। ଆପଣ ସବୁବେଳେ ଆପଣଙ୍କ ରୋଷେଇ ଘରକୁ ସଫା କରି ରଖନ୍ତୁ। ଆପଣ ତ ଜାଣିଥିବେ ରୋଷେଇ ଘରକୁ ମାତା ଅନ୍ନପୂର୍ଣ୍ଣାଙ୍କ ବାସଘର ବୋଲି ମଧ୍ୟ କୁହାଯାଏ ତେଣୁ ରୋଷେଇ ଘରକୁ ସଫା ସୁତୁରା ଓ ସାଇତିକି ବାସନ ସବୁ ରଖିବା ଉଚିତ୍। ଖାଇବା ପ୍ରସ୍ତୁତ କରିବା ସମୟରେ ମନେକରି ପୂର୍ବ ଓ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଖାଇବା ବନେଇବେ। ଆପଣ ଏହିସବୁ କଥା ଗୁଡ଼ିକୁ ଯଦି ଠିକ୍ ଠିକ୍ ରେ ପାଳନ କରିବେ ତେବେ ମାତା ଅନ୍ନପୂର୍ଣ୍ଣାଙ୍କ ସହ ମାତା ଲକ୍ଷ୍ମୀ ବି ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କ ଘରେ ବାସ କରିବାକୁ ଲାଗିଥାଆନ୍ତି। ତେଣୁ ଏହିସବୁ ଛୋଟ ଛୋଟ କଥାର ଭଲରେ ଧ୍ୟାନ ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *