ମେଷ ରାଶି – ବ୍ୟକ୍ତି ବିଶେଷଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିପାରେ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ସରଳତାରେ କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ବନ୍ଧୁଙ୍କ ମାଧ୍ୟମରେ ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ।
ବୃଷ ରାଶି – ବେପାରୀବର୍ଗଙ୍କୁ ଧନଲାଭ ହେବ। ଜୀବନସାଥୀ ଠାରୁ ଢ଼େରସାରା ପ୍ରେମ ପାଇବେ। ଆୟ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଅନୁରୋଧକୁ ରକ୍ଷାକରି ସହକର୍ମୀଙ୍କ କାମରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ।
ମିଥୁନ ରାଶି – ଆପଣଙ୍କର ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ହେବ। ଭାଇ ସହିତ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ। ନିଜର ମୂଲ୍ୟବାନ ଜିନିଷକୁ ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧ ମଧୁର ହେବ। ଆନୁଷ୍ଠାନିକ କାମରେ ସଫଳ ହେବେ।
କର୍କଟ ରାଶି – ବିଦେଶ କଂପାନିରୁ ଚାକିରିର ପ୍ରସ୍ତାବ ଆସିପାରେ। ନିଜର କାମ ଧ୍ୟାନପୂର୍ବକ କରନ୍ତୁ। ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ସିଂହ ରାଶି – ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ। ନିଜ ଲୋକଙ୍କୁ ଭୁଲ୍ ବୁଝିବା ସହ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
କନ୍ୟା ରାଶି – କାମରେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମର ସଫଳତା ଆପଣଙ୍କ ମନରେ ପ୍ରସନ୍ନତା ଭର୍ତ୍ତି କରିଦେବ। ପ୍ରଶାସନ, କଳା, ସାହିତ୍ୟ, ସଭାସମିତି କ୍ଷେତ୍ରରୁ ସମ୍ମାନିତ ହେବେ।
ତୁଳା ରାଶି – ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବ ବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ। ନିବେଶ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବ୍ୟବସାୟିକ କ୍ଷେତ୍ରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ବିଛା ରାଶି – ହଜିଥିବା ବସ୍ତୁର ସନ୍ଧାନ ପାଇବେ। ଆମଦାନିର ଉତ୍ସରେ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଉପହାର ମିଳିପାରେ। ନିଜ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। ରାଜନୈତିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଧନୁ ରାଶି – ଅଜଣା ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଧ୍ୟାନ କେନ୍ଦ୍ରୀତ କରି କାମ କରନ୍ତୁ। ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ପଡ଼ୋଶୀଙ୍କ ସହ ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ।
ମକର ରାଶି – ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଧ୍ୟାନ ରଚନାତ୍ମକ ଆଡ଼କୁ ଅଧିକ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆର୍ଥିକ ସମସ୍ୟା, ଧାର କରଜ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ।
କୁମ୍ଭ ରାଶି – ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବେପାରରେ ଆପଣଙ୍କୁ ଲାଭ ମିଳିବା ଯୋଗ ଅଛି। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ସହ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ।
ମୀନ ରାଶି – ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ନୂଆ କାମର ରୁଚି ବଢ଼ିବ। ପାରିବରିକ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଖୁସି ରହିବେ। ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି।