ନମସ୍କାର ବନ୍ଧୁଗଣ ଆମ ଘର ପରିବାରରେ ସବୁବେଳେ ସୁଖ ଶାନ୍ତି ବନାଇ ରଖିବା ପାଇଁ କିଛି ନିୟମ ଅଛି। ଯାହାକୁ ଯଦି ଆମେ ଧ୍ୟାନରେ ରଖିବା ଆଉ ଘରର ଜିନିଷକୁ ଯଦି ତା ଜାଗାରେ ରଖିବା ତାହେଲେ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ। ବନ୍ଧୁଗଣ ଆମ ଘରର ରୋଷେଇ ଘରକୁ ବୋହୁତ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ବୋଲି କୁହାଯାଇଥାଏ। ଯଦି ଏଠି ଆମେ କିଛି ଗଡବଡ କରିବା ତାହେଲେ ଏହାର ପରିଣାମ କେବଳ ଆମକୁ ନୁହେଁ ଆମର ପୁରା ପରିବାରକୁ ଏହାର କ୍ଷତି ସହିବାକୁ ପଡ଼ିଥାଏ। ବାସ୍ତୁ ଆଉ ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର ପରିବାରର ସ୍ବାସ୍ଥ୍ୟ ଆଉ ଆର୍ଥିକ ସ୍ଥିତି ଉପରେ ବୋହୁତ ଅଧିକ ପ୍ରଭାବ ପକାଇ ଥାଏ। ଯେମିତିକି ଆପଣ କେଉଁ ଦିଗକୁ ମୁହଁ କରି ରୋଷେଇ କରୁଛନ୍ତି ଆଉ କେଉଁ ଦିଗକୁ ମୁହଁ କରି ଭୋଜନ କରୁଛନ୍ତି। ଏହିକଥା ଲାଗୁଛି ବୋହୁତ ଛୋଟ କିନ୍ତୁ ଏହି କଥା ଆପଣଙ୍କ ଘରର ସୁଖ ସମୃଦ୍ଧି ପାଇଁ ବୋହୁତ ଜରୁରୀ ଅଟେ। ଏହିସବୁ ଘର ଉପରେ ଶୁଭ ଆଉ ଅଶୁଭ ପ୍ରଭାବ ପକାଇଥାଏ। ଯଦି ଏହିସବୁ କଥାର ଧ୍ୟାନ ନ ରଖାଯାଏ ତ କେବେ କେବେ ଖୁସିର ପରିବାର ବି ବର୍ବାଦ ହୋଇଯାଏ ଏବଂ ମା ଲକ୍ଷ୍ମୀ ସେହି ଘରକୁ ଛାଡି ଚାଲଯାଇଥାଆନ୍ତି। ସେଥିପାଇଁ ଆଜି ଆସନ୍ତୁ ଜାଣିବା ରୋଷେଇ ଘର ସହ ଜଡ଼ିତ ସେହି ଛୋଟ ଛୋଟ କଥା ବିଷୟରେ ଜାଣିବା ଯାହାକୁ ଯଦି ଆପଣମାନେ ଧ୍ୟାନ ରଖିବେ ନାହିଁ ତାହେଲେ ଆପଣ କାଙ୍ଗାଳ ବି ହୋଇପାରନ୍ତି।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଭୋଜନ କେବେବି ପଶ୍ଚିମ ଦିଗକୁ ମୁହଁ କରି ବନେଇବା ଭଲ ନୁହେଁ। ଏମିତି କରିବା ଦ୍ବାରା ଘରର ଲୋକମାନଙ୍କର ତ୍ୱଚା ଆଉ ହାଡ଼ ରୋଗର ସମସ୍ୟା ଦେଖା ଦେଇଥାଏ। ଉତ୍ତର ଦିଗକୁ ବି ମୁହଁ କରି ଭୋଜନ ବନାନ୍ତୁ ନାହିଁ। ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ସବୁବେଳେ ଧନକୁ ଜଡ଼ିତ ସମସ୍ୟା ଲାଗି ରହିଥାଏ ଅର୍ଥାତ୍ ସେହି ଘରର ଲୋକମାନଙ୍କୁ ସର୍ବଦା ବ୍ୟାପାରର କ୍ଷତି ହୋଇଥାଏ। ଦକ୍ଷିଣ ଆଉ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଭୁଲରେ ବି କେବେ କରନ୍ତୁ ନାହିଁ ଯଦି କିଏ ଏପରି କରୁଛି ତାହେଲେ ସେହି ଘରର ସବୁ ସୁଖ ଶାନ୍ତି ଭଙ୍ଗ ହୋଇଯାଏ ଏବଂ ସେହି ଘରେ ସବୁବେଳେ ଲଢେଇ ଝଗଡ଼ା ହୋଇଥାଏ।
ଯଦି ଆପଣଙ୍କ ରୋଷେଇ ଘରର ଝରକା ପୂର୍ବ ଦିଗକୁ ଅଛି ତାହା ହେଲେ ଏହାକୁ ସବୁଠାରୁ ଶୁଭ ମାନାଯାଏ। ତାହା ସହିତ ଏହି ଘରେ କେବେବି ଅନ୍ନ ଆଉ ଧନର ଅଭାବ ହୋଇନଥାଏ। କିଚେନ୍ ରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଭଲ ଅଟେ। ଶାସ୍ତ୍ରରେ ପୂର୍ବ ଦିଗକୁ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ସବୁଠାରୁ ଉତ୍ତମ ଦିଗ ବୋଲି ମାନାଯାଇଛି। ଯଦି କୌଣସି ମହିଳା ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କରୁଥାଏ ତାହା ହେଲେ ତା ସ୍ବାସ୍ଥ୍ୟ ଉପରେ ଏବଂ ତା ପରିବାରର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଧ୍ୟାନ ରଖିବେ ଆପଣଙ୍କ ଘରର ରୋଷେଇ ଘରେ ଥିବା ଟ୍ୟାପ୍ ପାଣି ଟପ୍ ଟପ୍ ପଡୁନଥିବ। ଯେଉଁ ଘରେ ଟ୍ୟାପ୍ ର ପାଣି ଟପ୍ ଟପ୍ ପଡ଼ିଥାଏ ସେହି ଘରେ ସବୁବେଳେ ଧନର ହାନୀ ଘଟିଥାଏ। ସେଥିପାଇଁ ଏମିତି ଖରାପ ଥିବା ପାଇପ୍ କୁ ଶୀଘ୍ର ଠିକ୍ କରି ଦିଅନ୍ତୁ।
ରୋଷେଇ ଘରେ କେବେବି ଝାଡୁ ତଥା ଜୋତା ରଖନ୍ତୁ ନାହିଁ। ଏମିତି କରିବା ଦ୍ବାରା ଦେବୀ ଅନ୍ନପୂର୍ଣ୍ଣା ରାଗିଯାଆନ୍ତି। ଏଥିପାଇଁ ଘରେ ଦାରିଦ୍ର୍ୟତା ଲାଗି ରହିଥାଏ। ରୋଷେଇ ଘରକୁ ଯିବା ପୂର୍ବରୁ ସବୁବେଳେ ସ୍ନାନ କରିବାକୁ ପଡ଼ିଥାଏ। ଯଦି ଏମିତି କରିବେ ନାହିଁ ତେବେ ଆପଣଙ୍କ ଘରେ ସବୁବେଳେ ଧନର ସମସ୍ୟା ଲାଗି ରହିବ। ସେଥିପାଇଁ ରୋଷେଇ ଘରକୁ ସ୍ନାନ କରିକି ହିଁ ଯାଆନ୍ତୁ।