Heavy Rainfall : ଆସନ୍ତା ୩ ଦିନ ଓଡିଶା ପାଇଁ ବିପଦ, ନାକେଦମ୍ କରିବ ମୂଷଳଧାରା ବର୍ଷା ଓ ବିଜୁଳି !

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ବହୁତ୍ ବଡ଼ ଅପଡେଟ୍ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଆହୁରି ତିନିଦିନ ହେବା ବର୍ଷା କିଛି ଜିଲ୍ଲାରେ ହେବାକୁ ଯାଉଛି ବର୍ଷା ସହିତ ବଜ୍ରପାତ ତାହେଲେ କେଉଁ ଜିଲ୍ଲାଗୁଡିକରେ ହେବ ବଜ୍ରପାତ ସହିତ ବର୍ଷା ଆଉ ଡେରି ନ କରି ଆସନ୍ତୁ ଜାଣିବା ।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଜ୍ଞାନୀମାନଙ୍କର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହରେ ରାଜ୍ୟରେ ସମୁଦାୟ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ । ରାଜ୍ୟର ଉପକୂଳ, ପଶ୍ଚିମ ଓ ଉତ୍ତର ଭାଗରେ ଅଧିକ ବର୍ଷାର ସମ୍ଭାବନା ରହିଛି ।

ତେବେ ଚଳିତ ମୌସୁମୀ ଋତୁରେ ଗତ ଜୁନ୍‍ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ କମ୍‍ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୮୪୫ ଦଶମିକ ୮ ମିଲିମିଟର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ସାରା ରାଜ୍ୟରେ ୭୬୪ ମିଲିମିଟର ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *