ସ୍କୁଲ ଭିତରେ ଛାତ୍ରୀଙ୍କୁ ତଳେ କଚାଡି ପିଟିଦେଲେ ଦିଦି ମରିଗଲି ମରି ଗଲି କହି ଚିତ୍କାର କରୁଥାଆନ୍ତି ଛାତ୍ରୀ କିଛି ଶୁଣିଲେନି ଏହି ନୃଶଂସ ଶିକ୍ଷୟିତ୍ରୀ ମନକୁ ଯେମିତି ଆସିଲା ଛାତ୍ରୀଙ୍କୁ କୁଟି ଦେଇ ଯାଇଥିଲେ ଦିଦି ଯାହାର ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରୀ ମାନଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା ସ୍କୁଲ ହଷ୍ଟେଲ ରେ ଠିକ ଭାବରେ କାର୍ଯ୍ୟ ନହେବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ଛାତ୍ରୀ ମାନଙ୍କୁ ନିର୍ଦ୍ଧୁମ ପିଟିଲେ ସରକାରୀ ଶିକ୍ଷୟିତ୍ରୀ ।
ଅଭିଭାବକ କୁ ଲାଗିଲେ ମଲମ ଲଗାଇ ମାଲିସ କରି ଦେବି ତୁମ ଛୁଆ ଠିକ ହୋଇଯିବ । ଏଭଳି ଏକ ସମ୍ବେଦନ ଶିଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅଙ୍ଗାର ପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯେଉଁ ବିଦ୍ୟାଳୟରେ ଆଦିମ ଜନଜାତି ଖଣ୍ଡିଆ ସମ୍ପ୍ରଦାୟର ପିଲା ପାଠ ପଢ଼ନ୍ତି । ଗତ ମଙ୍ଗଳବାର ଦିନ ଷଷ୍ଠ ଶ୍ରେଣୀର କିଛି ଛାତ୍ରୀ ଠିକ ଭାବରେ ହସ୍ପିଟାଲରେ କିଛି ଖାଦ୍ୟ ମିଲୁ ନଥିବା ନେଇ ପ୍ରଧାନ ଶିକ୍ଷକଙ୍କ ପାଖରେ ଅଭିଯୋଗ କରିବାରୁ ସେଠାରେ କାର୍ଯ୍ୟରତ ଶିକ୍ଷୟତ୍ରୀ ମଞ୍ଜୁଲତା ସାହୁ ନିସ୍ତୁକ ମାଡ଼ ମାରିଥିଲେ ଯାହା ଫଳରେ 14 ଜଣ ଛାତ୍ରୀ ଆହତ ହୋଇ ମେଡିକାଲ ରେ ଚିକିତ୍ସା ଧିନ ଅବସ୍ଥାରେ ବିଦ୍ୟାଳୟକୁ ଫେରୁଥିବାର ଦେଖିବାକୁ ମିଳିଛି ।
ତେବେ ନିଶିଦ୍ଧାଞ୍ଚଳ ହେଉ କିମ୍ବା କୌଣସି ତଥ୍ୟ ଲୁଚାଇବା ସାମ୍ନାରେ କୌଣସି ଗଣ ମାଧ୍ୟମକୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ ଗଣ ମାଧ୍ୟମ । ଘଟଣାର ଖବର ପାଇ କରଞ୍ଜିଆ ସମ୍ବଦିତ ଆଦିବାସି ଉନ୍ନୟନ ସଂସ୍ଥା ପ୍ରଶାସକ ପ୍ରକଳ୍ପ ପ୍ରବୀଣ କୁମାର ବାଣୁଆ ବିଦ୍ୟାଳୟରେ ପହଁଚି ତଦନ୍ତ କରିଛନ୍ତି ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ସେପଟେ ସେ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବିଦା ନକଲେ ବିଦ୍ୟାଳୟକୁ ପିଲା ଛାଡ଼ିବେ ନାହିଁ ବୋଲି ଅଭିଭାବକ ମାନେ କହିଛନ୍ତି । ଘଟଣାକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଘଟଣା ପ୍ରକାଶ ପାଇଛି ।