କ’ଣ ଆପଣ ଜାଣିଛନ୍ତି Ram Murti ରଙ୍ଗ କଳା କାହିଁକି, କ’ଣ ରହିଛି ରହସ୍ୟ ଆସନ୍ତୁ ଜାଣିବା |

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ଭଗବାନ୍‌ ଶ୍ରୀରାମ ଦିବ୍ୟ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଭଗବାନ ଶ୍ରୀରାମ ବାଲ୍ୟରୂପରେ ଦିବ୍ୟ ଅଳଙ୍କାରରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଭଗବାନଙ୍କୁ ଦର୍ଶନ କରି ସାରା ବିଶ୍ୱ ଖୁସିରେ ଆତ୍ମ ବିଭୋର ହୋଇଯାଇଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଭଗବାନ ରାମଙ୍କ ପ୍ରତିମୂର୍ତ୍ତିର ରଙ୍ଗ କାହିଁକି କଳା । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ ? ତେବେ ଏହି ଫଟୋଚିତ୍ରକୁ ଭଲଭାବେ ଦେଖନ୍ତୁ ଭଗବାନ୍‌ ରାମଙ୍କ ୫ ବର୍ଷ ବୟସର ବାଲ୍ୟକାଳର ରୂପ । ପାଦଠୁ ଆରମ୍ଭ କରି ମୁହଁ ପର୍ଯ୍ୟନ୍ତ କଳା ରଙ୍ଗରେ ଆଚ୍ଛାଦିତ ହୋଇଛି । ପ୍ରଭୁଙ୍କ ଶ୍ରୀ ମୁଖରେ ହସ ଫୁଟୁଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଅରୁଣ ଯୋଗିରାଜ କାହିଁକି ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ କଳା ରଙ୍ଗର ପଥର ବାଛିଲେ ।

ଅରୁଣ ଯୋଗିରାଜ ହେଉଛନ୍ତି କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର । ତେବେ କଳା ରଙ୍ଗକୁ ସାଧାରଣତଃ ଆମେ ଅଶୁଭ ମାନୁଥିବା ବେଳେ ଭଗବାନଙ୍କ ମୂର୍ତ୍ତି କଳାରଙ୍ଗର କାହିଁକି ନିର୍ମାଣ କରାଗଲା । ଏହା ପଛର କଣ ରହିଛି କାରଣ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଖାଲି କଳା ରଙ୍ଗର ମୂର୍ତ୍ତି ନୁହେଁ କାହିଁକି ଭଗବାନଙ୍କ ମୂର୍ତ୍ତି ୫୧ ଉଚ୍ଚତାର ନିର୍ମାଣ କରାଯାଇଛି ତାହା ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଭଗବାନଙ୍କର ଏହି ମୂର୍ତ୍ତିକୁ କର୍ଣ୍ଣାଟକର ପ୍ରସିଦ୍ଧ ଅରୁଣ ଯୋଗିରାଜ ନିର୍ମାଣ କରିଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ମୂର୍ତ୍ତି ନିର୍ମାଣ ସମୟରେ କଳାରଙ୍ଗର ଗୋଟିଏ ପଥରରେ ହିଁ ନିର୍ମାଣ କରାଯାଇଛି ।

ଏହି ପଥରରେ କୌଣସି ଅନ୍ୟ ପଥର ଯୋଡ଼ା ଯାଇ ନାହିଁ । ଏହି ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ । ଏହାର ଲମ୍ବ ୮ ଫୁଟ୍‌ ହୋଇଥିବା ବେଳେ ଏହାର ଉଚ୍ଚତା ୫୧ ଇଞ୍ଚ ରହିଛି । ରାମଲାଲାଙ୍କ ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାର ଦେଖିବାକୁ ମିଳିଛି । ଏହି ଦଶ ଅବତାର ହେଉଛନ୍ତି ମତ୍ସ୍ୟ ଅବତାର, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ କଳକି ଅବତାର । ଯଦି ଆପଣ ଏହି ମୂର୍ତ୍ତିକୁ ଟିକିଏ ଧ୍ୟାନର ସହ ଦେଖିବେ ତେବେ ଆପଣଙ୍କୁ ଭଗବାନ୍‌ ବିଷ୍ଣୁଙ୍କର ଏହି ସମସ୍ତ ଅବତାର ଦେଖିବାକୁ ପାଇବେ ।

ରାମଲାଲାଙ୍କ ଏହି ମୂର୍ତ୍ତିରେ ଗୋଟିଏ ପାର୍ଶ୍ୱରେ ହନୁମାନ୍‌ ଏବଂ ଅନ୍ୟ ଗୋଟିଏ ପାର୍ଶ୍ୱରେ ଗରୁଡ଼ ଦେଖିବାକୁ ମିଳିଛି । ଏହାସହ ଭଗବାନ୍‌ ରାମଙ୍କ ପ୍ରତିମୂର୍ତ୍ତିର ମୁକୁଟରେ ସୂର୍ଯ୍ୟ,ଶଙ୍ଖ, ଚକ୍ର,ସ୍ୱସ୍ତିକ, ଗଦା ଦେଖିବାକୁ ପାଇବେ ।ତେବେ ଭଗବାନଙ୍କ ପ୍ରତିମୂର୍ତ୍ତି କାହିଁକି କଳା ରଙ୍ଗର ପଥରରେ ତିଆରି ହୋଇଛି ତାହା ଆସନ୍ତୁ ଜାଣିବା । ଆପଣ ଦେଖିଥିବା ଏହି କଳାରଙ୍ଗର ପଥର କୌଣସି ସାଧାରଣ ପଥର ନୁହେଁ ବରଂ ଏହି ପଥର ଶାଳଗ୍ରାମ ପଥରରେ ନିର୍ମିତ । କୁହାଯାଉଛି ଏହି ପଥର ଭଗବାନ ରାମଙ୍କ ଶଶୂର ଘର ନେପାଳରୁ ହିଁ ଆସିଛି । ଶାଳଗ୍ରାମ ପଥରକୁ ହିନ୍ଦୁ ଧର୍ମରେବହୁତ ପବିତ୍ର ମାନି ଥାଆନ୍ତି ।

ସେଥିପାଇଁ ସମସ୍ତେ ଘରେ ଘରେ ରଖି ପୂଜା କରିଥାଆନ୍ତି । ସମସ୍ତେ ଶାଳଗ୍ରାମ ପଥରକୁ ଭଗବାନ୍‌ ବିଷ୍ଣୁ ଭାବି ପୂଜା କରିଥାଆନ୍ତି । ସେଥିପାଇଁ ଭଗବାନ୍‌ ରାମଲାଲାଙ୍କ ପ୍ରତିମୂର୍ତ୍ତି ଏହି ଶାଳଗ୍ରାମ ପଥରରେ ନିର୍ମାଣ କରାଯାଇଛି । ଏହି ଶାଳଗ୍ରାମ ପଥର ପାଣିରେ ଖରାପ ହୋଇନଥାଏ ବରଂ ଏହି ପଥରରେ ପାଣି ପଡ଼ିବା ଦ୍ୱାରା ଏହାର ଉଜ୍ଜ୍ୱଳତା ଦୁଇଗୁଣ ବଢ଼ିଯାଇଥାଏ । ତେବେ ଭଗବାନ୍‌ଙ୍କ ମୂର୍ତ୍ତି ୫୧ ଉଚ୍ଚର ନିର୍ମାଣ ହେବା ପଛରେ ମଧ୍ୟ ରହିଛି ଏ କ କାରଣ । ଭଗବାନ ଶ୍ରୀରାମ ତାଙ୍କ ବାଲ୍ୟକାଳରେ ୫ ବର୍ଷ ବୟସରେ ଏହିପରି ଦିଶୁଥିବେ ବୋଲି ଭାବି ନିର୍ମିତ କରାଯାଇଛି । ଯାହାଫଳରେ ସମଗ୍ର ଭକ୍ତଙ୍କୁ ଲାଗିବ ଭଗବାନ ଶ୍ରୀରାମଙ୍କର ବାଲ୍ୟ ରୂପ ।

Leave a Reply

Your email address will not be published. Required fields are marked *