ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ନିଜର ରୂପ ପରିବର୍ତ୍ତନ କରି ପାରିଥାଏ ଏହି ଘଟଣା ହରିଆଣାର ବାଲୁବାରୀ ଗାଁର ଅଟେ ସେହି ଗାଁରେ ୨୫ ବର୍ଷୀୟ ଜଣେ ଯୁବକ ରହୁଥିଲା ତାକୁ ଗାଁରେ ସମସ୍ତେ କହୁଥିଲେ ତତେ ବିବାହ ପାଇଁ ଉପଯୁକ୍ତ ବୟସ ହୋଇ ସାରିଛି ତଥାପି ତୁ କାହିଁକି ବିବାହ କରୁନୁ କିନ୍ତୁ ସେହି ଯୁବକ ଗୋଟିଏ ସୁନ୍ଦର ଝିଅକୁ ବାହା ହେବାକୁ ଚାହୁଁଥିଲା |
କିନ୍ତୁ ତାର ଘରର ଆର୍ଥିକ ଅବସ୍ଥା ଦେଖି ସେ ବୁଝି ସାରିଥିଲା ସେ ଗୋଟିଏ ସୁନ୍ଦର ଝିଅକୁ ବାହା ହୋଇ ପାରିବ ନାହିଁ ସେ ପ୍ରତ୍ୟେକ ଦିନ ସ୍ବପ୍ନରେ ଦେଖୁଥିଲା ତାର ବିବାହ ଏକ ସୁନ୍ଦର ଯୁବତୀ ସହ ହେଉଛି ଏମିତି କିଛିଦିନ ବିତିଗଲା ସେ ଥରେ ଜାଣିବାକୁ ପାଇଲା ତା ଗାଁ ପାଖରେ ଥିବା ଜଙ୍ଗଲରେ ଇଚ୍ଛାଧାରୀ ନାଗ ନାଗୁଣୀ ରହୁଛନ୍ତି ସେହି ଯୁବକର ନାଁ ଦିନେଶ ଥିଲା ଆଉ ସେ ଏହା ମଧ୍ୟ ପଚାରି ବୁଝିଥିଲେ ଯେଉଁ ବ୍ୟକ୍ତିକୁ ନାଗମଣି ମିଳିଯିବ ତାର ଭାଗ୍ୟ ଚମକିଯିବ।
ଯେତେବେଳେ ତାକୁ ଏହିସବୁ କଥା ଜଣା ପଡ଼ିଲା ସେ ନିଜର ଲୋଭକୁ ଆଉ ଅଟକାଇ ପାରିଲା ନାହିଁ ଆଉ ଏକ ଠେଙ୍ଗା ନେଇ ସେ ଜଙ୍ଗଲକୁ ଚାଲିଗଲା ଆଉ ଗୋଟିଏ ଗଛ ପାଖରେ ନାଗ ନାଗୁଣୀଙ୍କୁ ଦେଖିଲା ଆଉ ତାଙ୍କ ପାଖରେ ନାଗମଣି ଥିବାର ମଧ୍ୟ ଦେଖିଲା ଆଉ ଠେଙ୍ଗାରେ ତାଙ୍କ ଉପରେ ପ୍ରହାର କରିଦେଲା ନାଗର ସେହିଠାରେ ମୃତ୍ୟୁ ହୋଇଗଲା କିନ୍ତୁ ନାଗୁଣୀ ବଞ୍ଚି ଯୁବକ ଜଣଙ୍କ ନାଗମଣି ନେଇ ସେଠାରୁ ଦୌଡ଼ି ପଳେଇଲା ଧୀରେ ଧୀରେ ତାର ଭାଗ୍ୟ ଖୋଲିଗଲା କିଛି ଦୀନରେ ସେ ଗାଁର ସବୁଠାରୁ ଧନୀ ବ୍ୟକ୍ତି ବନିଗଲା ଆଉ ସେ ଦୁନିଆର ସବୁଠାରୁ ସୁନ୍ଦର ଝିଅକୁ ବାହା ହେବାକୁ ଚାହୁଁଥିଲା |
ଅନ୍ୟପଟେ ନାଗୁଣୀ ଏକ ସୁନ୍ଦର ଝିଅର ରୂପ ଧାରଣ କଲା ଆଉ ଗାଁକୁ ଗଲା ନାଗୁଣୀର ସୁନ୍ଦରତାକୁ ଦେଖି ଯୁବକ ମୋହିତ ହୋଇଗଲା ନାଗୁଣୀ ସେହି ଯୁବକ ସହିତ ରହିବାକୁ ଲାଗିଲା କିନ୍ତୁ ଯୁବକ ସବୁବେଳେ ନାଗମଣି ନିଜ ବେକରେ ବାନ୍ଧି ରଖୁଥିଲା ଦିନେ ନାଗୁଣୀ ଯୁବକକୁ ତା ବେକରେ ଥିବା ଚେନ୍ ମାଗିଲା ଯୁବକ ନ ଚାହୁଁଥିଲେ ମଧ୍ୟ ଦେଲା ଆଉ ନାଗମଣି ପାଇ ଯୁବତୀ ଜଣଙ୍କ ଏକ ଇଚ୍ଛା ଧାରୀ ନାଗୁଣୀ ପାଲଟିଗଲା ଆଉ ଯୁବକକୁ ମାରିଦେଲା।