Vastu Tips : ( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ ଦେଖନ୍ତୁ |

ବନ୍ଧୁଗଣ ଧର୍ମଶାସ୍ତ୍ର ଓ ବସ୍ତୁ ଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛ କୁ ଘରେ ରଖିବା ଅବା କଇଁଛର ପ୍ରତିମା କୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଯେଉଁ ଘରେ କଇଁଛ ରହିଥାଏ ସେଇ ଘରେ ସର୍ବଦା ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି କାରଣ ଶ୍ରୀ ବିଷ୍ଣୁଙ୍କର ଏକ ଅବତାର ଏଇ କଇଁଛ ଅଟେ ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମାନ୍ଦ୍ରା ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ ଏହା ଦ୍ୱାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେଉଁ ଘରେ କଇଁଛ ର ପ୍ରତିମା ରହିଥାଏ ସେଇଘରେ ମାତା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ |

ଏବଂ ଆସନ୍ତୁ ଜାଣିବା କଇଁଛ ଏବଂ କଇଁଛ ର ପ୍ରତିମା ଘରେ ରଖିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ କଇଁଛ ହେଉ ଅବା କଇଁଛ ର ପ୍ରତିମା ହେଉ କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନ କରିବା ଉଚିତ ହୋଇଥାଏ କୁହାଯାଏ କି ଘରେ କଇଁଛ କୁ ରଖି ତାକୁ ଖାଦ୍ୟ ଦେଇ ତାର ଯାତନା ନେଲେ କଇଁଛ ଟି ଯେତେ ଯେତେ ବଡ ହୋଇଥାଏ ଘରୁ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ କିନ୍ତୁ ସମସ୍ତଙ୍କର ଘରେ କଇଁଛ କୁ ରଖି ପାଳନ କରିବା ସେତେଟା ସମ୍ଭବ ଓ ସହଜ ହୋଇ ନଥାଏ ଏଣୁ ଏହା ପରିବର୍ତ୍ତେ କଇଁଛ ଘରେ ଏବଂ ଦୋକାନ ରେ ରଖିପାରିବେ ଯାହାଦ୍ୱାରା ସେତିକି ଫଳ ମିଳିଥାଏ ଯେତିକି ଜୀବିତ କଇଁଛ ରଖିବା ଦ୍ୱାରା ମିଳିଥାଏ |

ବନ୍ଧୁଗଣ ଆପଣମାନେ ପ୍ରାୟ ସ୍ଥାନରେ ଦେଖିଥିବେ କି ଦୋକାନ ଅଫିସ ଏବଂ ଘରମାନଙ୍କରେ କଇଁଛ ର ପ୍ରତିମା ରଖାଯାଇଥାଏ ଏହା ଖୁସିରେ ରଖାଯାଇନଥାଏ ବରଂ ବାସ୍ତୁ ଅନୁସାରେ ରଖାଯାଇଥାଏ ଏଇ କଇଁଛ ବିଭିନ୍ନ ଧାତୁର ହୋଇଥାଏ ଏହା ସେହି ଠିକ ଧାତୁ ଅନୁସାରେ ମଧ୍ୟ ଫଳ ଦେଇଥାଏ କଇଁଛଟି ଯେ କୌଣସି ଧାତୁର ହେଉ ନା କାହିଁକି ସେଇ କଇଁଛ ର ରଖିବାର ଦିଗ ହେଉଛି ଉତ୍ତର ଦିଗ ପୂର୍ବଦିଗ ଏବଂ ଉତ୍ତର ପୂର୍ବ କୋଣ ଏବଂ ଉତ୍ତର ପୂର୍ବ କୋଣ ଐସାନ କୋଣ ତାହା ଅଫିସ ହେଉ ବା ଦୋକାନ ହେଉ ଅବା ଘରେ ହେଉ ସେଇ କଇଁଛର ମୁଖକୁ ମଧ୍ୟ ଉତ୍ତରପୂର୍ବ କିମ୍ବା ଐସାନ କୋଣକୁ ରଖିପାରିବେ। କିନ୍ତୁ ଯେଉଁ ଦିଗରେ କବାଟ ବା ମୁଖ୍ୟଦ୍ଵାର ଥିବ ସେହି ଦିଗରୁ କଇଁଛର ମୁଖ କେବେବି ରଖିବେ ନାହିଁ। କଇଁଛକୁ ରଖୁଥିବା ଵାଉଲ୍ ବା ପତ୍ରରୁ ପ୍ରତିଦିନ ପୁରୁଣା ପାଣିକୁ କାଢି ନୂଆ ପାଣି ରଖିବେ ଏବଂ କଇଁଛଟି ଯେପରି ଅଧା ବୁଡ଼ିକି ରହିବ ସେହିପରି ପାତ୍ରଟିଏ ନେବା ଉଚିତ୍ ହୋଇଥାଏ ଏବଂ ଯେଉଁ ପାଣିରେ ରଖିବେ ତାହା ଗଙ୍ଗାଜଳ ବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ ହୋଇଥାଏ। କିନ୍ତୁ ଯେଉଁ କଇଁଛଟି ଶୟନ କକ୍ଷରେ ରଖିବେ ସେଥିରେ ପାଣି ଦେବନାହିଁ ତାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ପରିଷ୍କାର କପଡ଼ାରେ ପୋଛି ପରିଷ୍କାର ରଖିବେ। ଏହାଦ୍ବାରା ଅନେକ ପ୍ରକାରର ଫାଇଦା ହୋଇଥାଏ ଏବଂ ପ୍ରଥମ ଦିନ ଅନଲାଇନରେ ହେଉ ଅବା କୌଣସି ଦୋକାନ ବଜାରରୁ ଆଣିଲେ ପ୍ରଥମ ଦିନ ସେହି କଇଁଛ ଏବଂ ପାତ୍ରଟିକୁ ଭଲ ଭାବରେ ଧୋଇ ଧୂପ, ଦ୍ଵୀପ ଏବଂ ଫୁଲ ଦେଇ ବିଦ୍ଧିବିଧ ଭାବରେ ରଖିବା ଉଚିତ୍ ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘରେ କିମ୍ବା ଅଫିସ୍ ରେ କିମ୍ବା ଦୋକାନରେ ରଖିବା ଦ୍ଵାରା କେଉଁ ପ୍ରକାରର ଫାଇଦା ହୋଇଥାଏ। ବାସ୍ତୁ ଶାସ୍ତ୍ରର ଅନୁସାରେ ସମସ୍ତ ପ୍ରକାର ଧାତୁର କଇଁଛ ଶୁଭ ହୋଇଥାଏ ଏବଂ ସମସ୍ତ ପ୍ରକାର କଇଁଛରେ ନକରାତ୍ମକ ଊର୍ଜାକୁ ନଷ୍ଟ କରି ସକାରାତ୍ମକ ଊର୍ଜାର ସଞ୍ଚାର କରିବାର କ୍ଷମତା ଥାଏ। କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଏବଂ ଘର ପାଇଁ ଧନ ଆଣିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ଵାରା ଘରର ସମସ୍ତଙ୍କର ଆୟୁଷ ବୃଦ୍ଧି ପାଇଥାଏ ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଘର ଅଫିସ୍ ଏବଂ ଦୋକାନରେ ଏହା ରହିବା ଲାଭଦାୟକ ହୋଇଥାଏ। ଆଜିକାଲି ଅନେକ ପ୍ରକାର ଧାତୁର ଏବଂ ଅନେକ ପ୍ରକାରର ସାଇଜ୍ ର ଏବଂ ଅନେକ ପ୍ରକାର ରଙ୍ଗର କଇଁଛ ବଜାରରେ ମିଳୁଛି ଏଣୁ ଏହି ବିଷୟରେ ଜାଣିବା ଏବଂ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ କି କେଉଁ ଧାତୁର କଇଁଛ କେଉଁ ପ୍ରକାର ଇଚ୍ଛାକୁ ପୂରଣ କରିଥାଏ ଏବଂ କେଉଁ ଧାତୁର କଇଁଛ ଘର, ଅଫିସ୍ ଏବଂ ଦୋକାନ ପାଇଁ ସଠିକ୍ ଏବଂ ଶୁଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ।

ସନ୍ତାନ ପ୍ରାପ୍ତି
ଯେଉଁମାନଙ୍କ ସନ୍ତାନ ପ୍ରାପ୍ତି ହୋଇନଥାଏ ଅବା ସନ୍ତାନ ହେବାରେ ବିଳମ୍ବ ହେଉଥାଏ ସେମାନେ ଏହିପରି କଇଁଛଟିଏ ରଖିବା ଉଚିତ୍ ହୋଇଥାଏ। ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ। ଏହିପରି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଟ ମାନିଥାନ୍ତି। ଯେଉଁ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନେ ଏପରି କଇଁଛ ନିଜ ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ।

ଧନ ପ୍ରାପ୍ତି
ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟାକରି ମଧ୍ୟ ଧନର ସମସ୍ୟା ଲାଗି ରହୁଥାଏ ସେହି ବ୍ୟକ୍ତି ଏକ କ୍ରିଷ୍ଟାଲ୍ ଧାତୁର କଇଁଛ ଏବଂ କ୍ରିଷ୍ଟାଲ୍ ଧାତୁର ବାଉଲ୍ ରେ ଜଳ ନେଇ ଦୋକାନ, ଅଫିସ୍ ଅବା ଘରେ ରଖିପାରିବେ। ଏହାକୁ ସିନ୍ଧୁକ ଉପରେ ମଧ୍ୟ ରଖିପାରିବେ। ଏପରି ରଖିବା ଦ୍ଵାରା ଧନର ସମସ୍ୟାମାନ ଦୂର ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବ୍ୟବସାୟରେ ଉନ୍ନତି
ବ୍ୟବସାୟରେ ଅବା ଅଫିସ୍ ରେ ଲଗାତାର କ୍ଷତି ହେଉଥିଲେ ତାହାକୁ ଦୂର କରି ଉନ୍ନତି ପାଇଁ ମେଣ୍ଟାଲ୍ କଇଁଛକୁ ମେଣ୍ଟାଲ୍ ର ପାତ୍ରରେ ପାଣିଦେଇ ରଖିବା ଉଚିତ୍ ହୋଇଥାଏ। ଏହାକୁ ଦୋକାନ, ଅଫିସ୍ ଏବଂ ଘରେ ରଖିପାରିବେ। ଏପରି କରିବା ଦ୍ବାରା ସମସ୍ତ ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜଗ୍ରସ୍ଥ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତ ହୋଇ ଧନ, ସୁଖ, ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ରୋଗରୁ ମୁକ୍ତି ପାଇବା
ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ ପରିବାରର ସଦସ୍ୟ ମାନେ ରୋଗଗ୍ରସ୍ଥ ହେଉଛନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିଲେ ଏହା ଲାଭଦାୟକ ହୋଇଥାଏ।

ନୂଆ ବ୍ୟବସାୟ ବା ଦୋକାନ ଆରମ୍ଭ କରିବା
ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ଅବା କରିବା ପାଇଁ ଚାହୁଁଥାଆନ୍ତି ତେବେ ଏହି ନୂଆ ଦୋକାନରେ ରୂପାର କଇଁଛ ରୂପାର ପତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭ ଫଳ ଦେଇଥାଏ। ଏପରି ରଖିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ଧନ, ସୁଖ, ସମୃଦ୍ଧିରେ ଭାରି ଯାଇଥାଏ।

ପରୀକ୍ଷାରେ ସଫଳତା ପାଇବା
ଆଜିକାଲି ପିଲାମାନଙ୍କ ସହିତ ବଡ଼ ମାନେ ମଧ୍ଯ ଚାକିରୀରେ ପ୍ରମୋସନ୍ ପାଇବାପାଇଁ ପ୍ରତିଦିନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଏହିପରି ସମୟରେ ପିତଳର କଇଁଛ ପିତଳର ପତ୍ରରେ ପାଣି ଦେଇ ଘରେ ରଖିବା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିଥାଏ।

କଳହ ଏବଂ ଝଗଡ଼ା ଦୂର କରିବା
ଯଦି ଘରର ସଦସ୍ୟଙ୍କ ମଧ୍ୟରେ ପ୍ରତିଦିନ କୌଣସି ନା କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହୁଥାଏ ତେବେ ଘରେ ଯୋଡ଼ା କଇଁଛ ରଖିବା ଦ୍ଵାରା ଘରର ସଦସ୍ୟଙ୍କ ମଧ୍ୟରେ ଚାଲୁଥିବା କଳହ ଏବଂ ଝଗଡ଼ା ଦୂର ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ସ୍ନେହ, ପ୍ରେମ ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ। ସେମାନେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି।

Leave a Reply

Your email address will not be published. Required fields are marked *