ଆଜି ଆମେ ଆଲୋଚନା କରିବା ଶ୍ରାବଣ ମାସ ଶେଷ ହେବା ପରେ ଶ୍ରାବଣ ମାସ ଶେଷ ହେବା ପରେ 20 ଅଗଷ୍ଟ 2024 ସନ୍ଧ୍ୟା 5 ମିନିଟ ସମୟରେ ଦେବ ଗୁରୁ ବୃହସ୍ପତି ମୃଗ ସିର ନକ୍ଷତ୍ରରେ ଚଳନ କରିବେ ଏଠାରେ 28 ନଭେମ୍ବର 2024 ପର୍ଯ୍ୟନ୍ତ ରହିବେ ବର୍ତ୍ତମାନ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ଉପସ୍ଥିତ ଅଛନ୍ତି ଏହି ପାଞ୍ଚୋଟି ରାଶି ଅଳ୍ପ ସାବଧାନ ରହିବାର ଅଛି କିଛି କିଛି କ୍ଷେତ୍ରରେ ଆପଣଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ କେଉଁ ବିଷୟ ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ ଏହି ବିଷୟରେ ଆମେ ଆଜି ଚର୍ଚ୍ଚା କରିବା। ପ୍ରତ୍ୟେକ ରାଶି ମାନଙ୍କ ପାଇଁ କେଉଁ କେଉଁ କ୍ଷେତ୍ରରେ ସମାଧାନ ରହିଅଛି ଏହି ବିଷୟଟି ଆମେ ଭଲ ଭାବରେ ଆଲୋଚନା କରିବା ।
ମେଷ ରାଶି – ବୃହସ୍ପତି ମୃଗଶିରା ନକ୍ଷତ୍ରରେ ପ୍ରବେଶ କାରଣରୁ ସମୟ ଗୁଡ଼ିକ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ କିଛି ନକରାତ୍ମକ ରହିବ ଆପଣ ଯେଉଁ ବି ଚିନ୍ତା କରିବେ ଯେଉଁ କାର୍ଯ୍ୟ ହାତକୁ ନେବେ ତାହା କିଛି ଭୁଲ ନିର୍ଣ୍ଣୟ ନେଇ ପାରନ୍ତି । କୌଣସି ବଡ଼ ନିଷ୍ପତି ନେବା ସମୟରେ ଆପଣ ସାବଧାନ ରୁହନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଅରୁଚି ଜାଗ୍ରତ ହେଉଛି ଯେକୌଣସି କଥା ଆପଣ ନକରାତ୍ମକ ଦୃଷ୍ଟିରେ ନେବେ । ସାବଧାନ ଏବଂ ବିବେକ ପୂର୍ଣ୍ଣ ବିଚାର ନେଇ କାର୍ଯ୍ୟ କରନ୍ତୁ ଯାହା ଫଳରେ ଆପଣ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ ଅର୍ଥ କ୍ଷେତ୍ରରେ ଆପଣଙ୍କ କୌଣସି ସମସ୍ୟା ହେବ ନାହିଁ ।
ସିଂହ ରାଶି – ଆପଣଙ୍କ ଅଯଥା ଖର୍ଚ୍ଚ ବଢ଼ିଯିବ ଆପଣ ଯାହା ବିଷୟରେ ଭାବି ନଥିବେ ହଟାତ କୌଣସି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିଯିବ ଆପଣ ଭାବୁଥିବେ ପଇସା କିପରି ସଞ୍ଚୟ କରିବି କିନ୍ତୁ ପଇସା ଖର୍ଚ୍ଚ ହୋଇ ଯାଇଥିବ । ଆପଣ ଯେତେ ସଞ୍ଚୟ କରିବାକୁ ଚେଷ୍ଟା କଲେ ମଧ୍ୟ ହେବ ନାହିଁ ବଜେଟ ସର୍ବଦା ଅଭାବ ଦେଇ ଗତି କରିବ ଟଙ୍କାର ଅଭାବ ଦେଇ ଆପଣ ଗତି କରି ପାରନ୍ତି। ଏଥି ଯୋଗୁଁ ଆପଣ ସାବଧାନତାର ସହିତ ନିର୍ଣ୍ଣୟ ନିଅନ୍ତୁ ପ୍ରତ୍ୟେକ ଟି କାର୍ଯ୍ୟକୁ ଆପଣ ସ୍ବଚ୍ଛତା ପୂର୍ଣ୍ଣ ଭାବରେ କରନ୍ତୁ । ଆପଣଙ୍କ କର୍ତ୍ତବ୍ୟକୁ ଆପଣ ଠିକ୍ ଭାବରେ ପାଳନ କରନ୍ତୁ ଯାହା ଫଳରେ ଏଭଳି ସମସ୍ୟା କେବେବି ରହିବ ନାହିଁ ।
ତୁଳା ରାଶି – ଏହି ରାଶିର ଲୋକ ମାନଙ୍କ ପାଇଁ ନକ୍ଷତ୍ର ଗୋଚର ଠିକ ରହୁ ନାହିଁ ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ଏହି କ୍ଷେତ୍ରରେ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡ଼ିବ। ନିଜର କଥା କହିବା ଶୈଳୀ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଛୋଟ ପିଲା ମାନଙ୍କ ପ୍ରତି କିପରି ବ୍ୟବହାର କରିବାକୁ ହୁଏ ବଡ଼ ପିଲା ମାନଙ୍କ ପ୍ରତି କିପରି ବ୍ୟବହାର କରିବାକୁ ହୁଏ ସେ ବିଷୟରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବୃହସ୍ପତି ରେ ଏହି ପରିବର୍ତ୍ତନ କାରଣରୁ ଆପଣଙ୍କ ସମସ୍ୟା ବଢ଼ିପାରେ । ବ୍ୟବସାୟୀ ମାନେ ଅଧିକରୁ ଅଧିକ କ୍ଷତି ସହିବେ ଲାଭ ହେବ ନାହିଁ ଯାହା ଆଶା କରିଥିବେ ପାଇବେ ନାହିଁ ଅର୍ଥର ଅଭାବ କିଛିଟା ରହିବ ଯାହା ପାଇଁ ଆପଣ ଚିନ୍ତାରେ ରହିବେ । ତା ସହିତ କିଛିଟା ଅଯଥା ଖର୍ଚ୍ଚ ଆପଣଙ୍କର ବଢ଼ିଯିବ ଯାହା ଫଳରେ ଆପଣଙ୍କର ଚିନ୍ତା ଆହୁରି ମଧ୍ୟ ବଢିଯିବ ଯାହା ଆପଣ ଚିନ୍ତା ବି କରିନଥିବେ ଏପରି କିଛି ଖର୍ଚ୍ଚ ହଟାତ ଆସିବ ଯାହା ଆପଣଙ୍କ ପ୍ଲାନ୍ କି ପ୍ରୋଗ୍ରାମରେ ନଥିବ ।
ମୀନ ରାଶି – ବୃହସ୍ପତିଙ୍କ ନକ୍ଷତ୍ର ଗୋଚର ଯାହାକି ପ୍ରେମ ଜୀବନରେ କିଛି ସମସ୍ୟା ଉପୁଜି ପାରେ ଆପଣ ଲଭ ଲାଇଫ ରେ ଅଛନ୍ତି କିମ୍ବା ସେହିପରି କୌଣସି ସ୍ଥିତି ରେ ଅଛନ୍ତି ନିଜ ଜୀବନ ସାଥିଙ୍କ ସହିତ କିଛି ସମସ୍ୟାରେ ରହି ପାରନ୍ତି ଯୁକ୍ତି ତର୍କ ବଡ଼ ଆକାରର ହୋଇପାରେ । ଏହିପରି ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ ଆପଣ ବିଶେଷ ଭାବରେ ସତର୍କତା ଅବଲମ୍ବନ କରନ୍ତୁ ନିଜର କଥା ଏବଂ ବାକ୍ୟ ଉପରେ ଧ୍ୟାନ ରଖନ୍ତୁ ଯାହା ଫଳରେ ଆପଣ ସାବଧାନତାର ସହିତ ଏହି ସମସ୍ୟାକୁ ଦୂରେଇ ଦେଇପାରିବେ । ଅନ୍ୟର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ ତାଙ୍କ ମନକୁ ନେଇ ଆପଣ ସେହି ଅନୁସାରେ ଚଳନ୍ତୁ କିଛି ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ ତେବେ ଆପଣ ଯାଇ ଏହି ସମୟରୁ ପାର ହୋଇପାରିବେ ।