କଥାରେ ଅଛି ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ଆମର ବନ୍ଧୁ ଅଟେ କିନ୍ତୁ ଯଦି ଏହି ବୃକ୍ଷ ଜାତି ସଠିକ୍ ବାସ୍ତୁ ଅନୁସାରେ ଆମମାନଙ୍କ ଘରେ ରହିଥାଏ ତେବେ ସେ ଆମମାନଙ୍କ ପାଇଁ ସବୁଠାରୁ ବଡ଼ ଶତ୍ରୁ ପାଲଟି ଯାଇଥାଏ। ଦୁଃଖ, ଦାରିଦ୍ର୍ୟତା ଏବଂ ବିପଦମାନଙ୍କୁ ଘରକୁ ଟାଣିଆଣି ଥାଏ। କିନ୍ତୁ ସବୁ ଗଛ ଏପରି ହୋଇନଥାଏ କିଛି ଗଛ ଅଛି ଯାହାକି ଭଗଵାନଙ୍କ ସଦୃଶ କୃପାଫଳ ଦେଇଥାନ୍ତି। ଏହି ବୃକ୍ଷମାନେ ମଧ୍ୟ ବାସ୍ତବରେ ଭଗଵାନଙ୍କ ସ୍ୱରୂପ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଆମମାନଙ୍କ ଘରେ ରହିବା ଦ୍ଵାରା ଉନ୍ନତି ହୋଇଥାଏ ଏବଂ କେଉଁ ବୃକ୍ଷମାନ ଆମମାନଙ୍କ ପାଇଁ ଦୁଃଖ ଦାରିଦ୍ର୍ୟତାର କାରଣ ହୋଇଥାଏ।
ଆମର ଧର୍ମ ଶାସ୍ତ୍ରମାନଙ୍କରେ ବା ବାସ୍ତୁଶାସ୍ତ୍ରରେ କିଛି ଗଛକୁ ବୋହୁତ ଶୁଭ ଏବଂ ପବିତ୍ର ଗଛ ବୋଲି ବର୍ଣ୍ଣନା କରାଯାଇଅଛି। ସେହି ଗଛସବୁ ଘର ପାଖରେ ବା ଘର ସମ୍ମୁଖରେ ରହିଲେ ଘରେ ସକାରାତ୍ମକତା ବଢ଼ିଥାଏ ଏବଂ ଯେଉଁ ଘରେ ସକାରାତ୍ମକତା ରହିଥାଏ ସେହି ଘରେ ସୁଖ ସମୃଦ୍ଧି ଏବଂ ଧନ ବଢ଼ିଚାଲି ଥାଏ। ସେହି ଗଛ ସବୁ ହେଉଛି ଗଙ୍ଗସିଉଳି ଗଛ,ବେଲ ଗଛ,ଭୃଷଙ୍ଗ ଗଛ, ଡାଳିମ୍ବ ଗଛ, ଅଁଳା ଗଛ ଏବଂ ତୁଳସୀ ଗଛ। କିନ୍ତୁ ଆମ ଶାସ୍ତ୍ରମାନଙ୍କରେ କିଛି ଏପରି ଗଛର ବର୍ଣ୍ଣନା କରାଯାଇଛି ଯାହାକି ଘର ପାଇଁ ଅଶୁଭ ହୋଇଥାଏ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଗଛରେ ଭୂତ ପିଶାଚ ଓ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ବାସ କରିଥାନ୍ତି। ଯଦି ଏହିସବୁ ଗଛମାନ ଆପଣଙ୍କ ଘରେ ରହିଥାଏ ବା ଘର ସମ୍ମୁଖରେ ରହିଥାଏ ତେବେ ଘରେ ଆର୍ଥିକ ସଙ୍କଟ ଦେଖା ଦେବା ସହିତ ମାନସିକ ଚାପ ମଧ୍ୟ ବଢ଼ିଥାଏ। ଆସନ୍ତୁ ଏବେ ଜାଣିବା ସେହି ଗଛମାନଙ୍କ ବିଷୟରେ ଯାହା ଅଶୁଭ ହୋଇଥାଏ।
୧. କଣ୍ଟା ଜାତୀୟ ଗଛ ବା କ୍ଷୀର ବାହାରୁଥିବା ଗଛ ଏହା ଘରପାଖରୁ ବା ଘର ସମ୍ମୁଖରେ ରହିଲେ ଘରେ ଦୁଃଖ ଦରିଦ୍ରତା ବଢ଼ି ଚାଲିଥାଏ ଏବଂ ଘରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ବିଗିଡି ଦେଇ ଥାଏ। କୁହାଯାଏ କି ଏହି କଣ୍ଟା ଜାତୀୟ ଗଛ ବା କ୍ଷୀର ବାହାରୁଥିବା ଗଛ ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏଥିପାଇଁ ଏହି କଣ୍ଟା ଜାତୀୟ ଗଛ ବା କ୍ଷୀର ବାହାରୁଥିବା ଗଛ ଭୁଲ୍ ରେ ବି ରଖନ୍ତୁ ନାହିଁ।
୨. ବବୁଲ୍ କଣ୍ଟା ଗଛ ଏହା ଘର ପାଇଁ ଅତ୍ୟନ୍ତ ହାନିକାରକ ଅଟେ। ଏହା ଘରର ଆଖପାଖରେ କିମ୍ବା ସମ୍ମୁଖରେ ରହିଲେ ଘରେ ରୋଗ,ଶୋକ,ଦୁଃଖ,ଦାରିଦ୍ର୍ୟତା ଦେଖା ଦେଇଥାଏ।
୩. ଖଜୁରୀ ଗଛ ଏହି ଗଛ ବୋହୁତ ସୁନ୍ଦର ଦେଖାଯାଏ ଓ ଏହାର ଫଳ ବୋହୁତ ମଧୁର ଅଟେ। କିନ୍ତୁ ଏହା ଘର ପାଖରେ ବା ଘର ସମ୍ମୁଖରେ ରହିବା ଦ୍ଵାରା ଅତ୍ୟନ୍ତ ହାନୀକାରକ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ଏହି ଗଛ ଥାଏ ସର୍ବଦା ସେହି ଘରେ ଦାରିଦ୍ର୍ୟତା ଲାଗି ରହିଥାଏ। ଏହି ଘରେ ଯେ ରୋଜଗାର ହେଲେ ମଧ୍ୟ ଅଭାବ ଦେଖାଯାଏ। ବ୍ୟର୍ଥ ଖର୍ଚ୍ଚ ବଢ଼ି ଚାଲିଥାଏ ଏଥିପାଇଁ ଘର ସମ୍ମୁଖରେ ଏହି ଗଛକୁ ଭୁଲ୍ ରେ ମଧ୍ୟ ରଖନ୍ତୁ ନାହିଁ। ଏହି ଗଛ ଯେତେଯେତେ ବଢ଼ି ଚାଲିଥାଏ ସେହି ଘରେ ଦାରିଦ୍ର୍ୟତା ବଢ଼ିଚାଲିଥାଏ ଓ ବିପଦ ମାଡ଼ି ଆସିଥାଏ।
୪. ବାଉଁସ ଗଛ ଏହି ବାଉଁସ ଗଛଟି ଅନେକ ଶୁଭ କାର୍ଯ୍ଯରେ ଲାଗିଥାଏ। ଚଉଁରାରେ ପଣା ଘଡେ଼ଇ ହେଉ କିମ୍ବା ଆକାଶ ଦ୍ଵୀପ ପାଇଁ ହେଉ କିମ୍ବା ଦେବଦେବୀଙ୍କ ପତାକା ଉତ୍ତୋଳନ ପାଇଁ ହେଉ କିମ୍ବା ଯଜ୍ଞଶାଳା ପାଇଁ ହେଉଁ ଅବା ମନୁଷ୍ୟର ମୃତ୍ୟୁପରେ କୋକେଇ ପାଇଁ ହେଉ ଏହାର ଆବଶ୍ୟକତା ଅନେକ କ୍ଷେତ୍ରରେ ହୋଇଥାଏ। କିନ୍ତୁ ଏହି ଗଛ ଘରର ସାମ୍ନାରେ ରହିବା ଦ୍ଵାରା ଅଶୁଭ ହୋଇଥାଏ। ଏହି ଗଛରେ ଭୂତ, ପ୍ରେତ ଏବଂ ପିଶାଚ ଭଳି ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ବାସ କରିବାକୁ ପସନ୍ଦ କରିଥାନ୍ତି। ଏଣୁ ଏହି ଗଛ ଘରର ସମ୍ମୁଖରେ ରହିଲେ ଘରେ ସବୁବେଳେ କଳହ, ଅଶାନ୍ତି, ଝଗଡ଼ା ଦେଖାଦେଇଥାଏ। କିନ୍ତୁ ପେନ୍ସୁଇ ବାସ୍ତୁ ଅନୁସାରେ ଏହିପରି ଛୋଟ ଛୋଟ ବାଉଁଶ ଗଛକୁ ଘର ଭିତରେ ଉତ୍ତର ଦିଗରେ ଲଗାଇ ପାରିବେ।
୫. ତେନ୍ତୁଳି ଗଛ କିଛି ସ୍ଥାନରେ ଏହି ଗଛକୁ କଇଁଆ ଗଛ ବୋଲି କହିଥାନ୍ତି। ଏହି ତେନ୍ତୁଳି ଗଛର ଫଳଟି ପ୍ରାୟତଃ ସମସ୍ତଙ୍କର ପସନ୍ଦ ହୋଇଥାଏ। ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ। ଏହାର ନାମ ଧରିବା ମାତ୍ରେ ଅନେକଙ୍କ ପାଟିରେ ଲାଳ ଆସିଯାଏ। କିନ୍ତୁ ଏହି ଗଛଟି ଅତ୍ୟନ୍ତ ନକାରାତ୍ମକ ଭରା ହୋଇଥାଏ। ଏଥିରେ ଭୂତ, ପ୍ରେତ ଏବଂ ପିଶାଚ ବାସ ହୋଇଥାଏ। ଏହି ତେନ୍ତୁଳି ଗଛ ଯେଉଁ ଘରେ ରହିଥାଏ ସେହି ଘରରେ ସର୍ବଦା କଳହ, ଝଗଡ଼ା, ଅଶାନ୍ତି ଲାଗି ରହିଥାଏ। ରୋଗ ସର୍ବଦା ଲାଗି ରହିଥାଏ। ଏହି ଗଛ ଘର ସମ୍ମୁଖରେ କିମ୍ବା ଘର ପାଖରେ ଥିଲେ ଏହାକୁ ତୁରନ୍ତ କାଟି ଦିଅନ୍ତୁ। ନଚେତ୍ ସର୍ବଦା ଆପଣ ଦରିଦ୍ର ହୋଇ ରହିଯିବେ। ଆପଣଙ୍କ ସମସ୍ତ କାର୍ଯ୍ୟକୁ ଏହା ଅସଫଳ କରିଦେଇଥାଏ।
୬. ବରଗଛ ଏହି ବରଗଛଟି ମଧ୍ୟ ଘର ସମ୍ମୁଖରେ କିମ୍ବା ଘରର ପୂର୍ବ ଦିଗରେ ରହିବା ଅଶୁଭ ହୋଇଥାଏ। କୁହାଯାଏ କି ଏହି ବରଗଛର ଛାଇ ଘରେ ପଡ଼ିବା ଦ୍ଵାରା ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ଏବଂ ଘରେ ରୋଗ , ଶୋକ, ଦାରିଦ୍ର୍ୟତା ବଢ଼ି ଚାଲିଥାଏ। ଏହି ଗଛ ସମ୍ମୁଖରେ କିମ୍ବା ଘରର ଆଖପାଖରେ ରଖିବା ଉଚିତ୍ ନୁହେଁ। ଘରର କିଛି ଦୂରରେ ଏହି ଗଛକୁ ରଖିପାରିବେ କାରଣ ଏହି ଗଛ ପ୍ରଚୁର ଶୀତଳତା ଓ ଅମ୍ଳଜାନ ଦେଇଥାଏ।