School ଓ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦,୦୦୦ ଟଙ୍କା, ଦେଖନ୍ତୁ କେମିତି ଓ କେବେ ?

‘ସମାଦ’ର ୪୧ତମ ସୁନକ୍ଷତ୍ର ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୫ ତାରିଖ (ରବିବାର)ରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ତଥା ପରବର୍ତୀ ରବିବାର, ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ବିତର୍କ ଓ ସାରେଗାତ୍ମା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ରାଜ୍ୟରୁ ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଦର ମହକୁମାରେ ଆୟୋଜିତ ହେଉଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ, ହସ୍ତାକ୍ଷର ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିପାରିବେ ।

ସେହିପରି ବିତର୍କ ଓ ସଙ୍ଗୀତଭିତ୍ତିକ ସାରେଗାମା ପ୍ରତିଯୋଗିତା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଜୋସ୍ତରରେ ଅନୁଷ୍ଠିତ ହେବ। ଉପରୋକ୍ତ ୫ଟିଯାକ ପ୍ରତିଯୋଗିତାରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ୧ମ, ୨ୟ ଓ ୩ୟ ସ୍ଥାନ ହାସଲ ଓ କରିଥିବା ପରୀକ୍ଷାର୍ଥୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ ।

ତେବେ ବିତର୍କ ଓ ସାରେଗାମା ବ୍ୟତୀତ ଅନ୍ୟଗୁଡ଼ିକରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବିଜେତାଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଉପରୋକ୍ତ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନର ଆଧାରରେ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଚୟନ କରାଯିବ। ବିତର୍କ ଓ ସାରେଗାମାର ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ବିତର୍କ ଓ ସାରେଗାମା ବ୍ୟତୀତ ଅନ୍ୟଗୁଡ଼ିକରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବିଜେତାଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ଉପରୋକ୍ତ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନର ଆଧାରରେ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଚୟନ କରାଯିବ। ବିତର୍କ ଓ ସାରେଗାମାର ଚୂଡ଼ାନ୍ତ ପ୍ରତିଯୋଗିତା ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିରେ ପ୍ରତ୍ୟେକ ଜୋନ୍‌ରେ ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଆପଣ ମାନେ ତଳେ ଦିଆଯିଆଥିବା ଫୋଟୋରେ ଦେଖି ପାରୁଥିବେ କେଉଁ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କେଉଁ ପ୍ରତିଯୋଗିତା ନେଇପାରିବେ |

Leave a Reply

Your email address will not be published. Required fields are marked *