ଚାଷୀ ମାନଙ୍କ ପାଇଁ ଆସିଗଲା ଏକ ବଡ଼ ଖୁସି ଖବର ଏହି ତାରିଖରେ ଆସିବାକୁ ଯାଉଛି ସିଏମ କିଷାନ ଯୋଜନାରେ ଟଙ୍କା | ତେବେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଜାରିକଲେ ଆଉ ଏକ ବଡ଼ ଘୋଷଣା | ତେବେ କେଉଁ ମାନେ ପାଇବେ କେତେ ଟଙ୍କା ଲେଖାଏ ପାଇବେ ଆସନ୍ତୁ ଜାଣିବା |
ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂଆ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ଧରେ ପହଞ୍ଚିଛି। ତେବେ କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧୁକାରୀ ତାଲିକା ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି।
କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେବି ଦ୍ୱନ୍ଦ ଲାଗିରହିଛି |
ତେବେ କାଳିଆ ଯୋଜନାରେ ଯେଉଁ ହିତାଧିକାରୀ ମାନେ ସହାୟତା ପାଉଥିଲେ ସେମାନେ ସିଏମ କିଷାନ ଯୋଜନା ଟଙ୍କା ମିଳିବକି ନାହିଁ ସେ ନେଇ ମଧ୍ୟ ସନ୍ଦେହ ରହିଛି | ହେଲେ ଏହି ସବୁ ଭିତରେ ଚଷିଙ୍କ ପାଇଁ ଭଲ ଖବର ଆସିଛି | ସେପ୍ଟେମ୍ବର ୮ ରେ ପଡୁଥିବା ନୂଆଖାଇ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ଦେବାକୁ ଯୋଜନା କରୁଛନ୍ତି ନୂଆ ସରକାର | ତେବେ ସିଏମ କିଷାନ ଯୋଜନା ପାଇଁ ମୋହନ ସରକାର ବଜେଟ ରେ ଉଣେଇସି ସହ କୋଟି ଟଙ୍କାର ବେୟ ବରାଦ କରିଛନ୍ତି |
ହେଲେ ସିଏମ କିଷାନ ଯୋଜନାରେ କ୍ଷଦ୍ର ନାମ ମାତ୍ର ଚାଷୀ ସହ ଭୂମିହୀନଙ୍କୁ ସହାୟତା ମିଳିବକି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ | ତେବେ ପୂର୍ବରୁ 45 ଲକ୍ଷରୁ ଅଧିକ କ୍ଷଦ୍ର ଚାଷୀ ଓ ନାମମାତ୍ର ଚାଷୀ | ସେହି ପରି 19 ଲକ୍ଷରୁ ଅଧିକ ଭୂମି ହିନଙ୍କୁ କାଳିଆ ଯୋଜନାର ସହାୟତା ମିଳୁଥିଲା ହେଲେ ଦଳୀୟ ଭିତରେ ଚୟନ ଯୋଗୁ ବହୁତ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହୋଇଥିବାରୁ ଅଭିଯୋଗ ଆସିଥିଲା |
ଆଗକୁ ଭିଡ଼ିଓରେ ଦେଖନ୍ତୁ