ବନ୍ଧୁଗଣ ଆମ ଅଖା ପାଖରେ ଥିବା ତତ୍ୱ ସର୍ବଦା କିଛିନା କିଛି ତତ୍ୱ ପ୍ରଦାନ କରିଥାଏ ଏହି ସଂକେତ ଦ୍ୱାରା ଆମମାନଙ୍କୁ ଶୁଭ ଏବଂ ଅଶୁଭର ଆଗୁଆ ସୂଚନା ମିଳିଥାଏ | ଏହି ସଂକେତ ଅଖା ପାଖରେ ଥବା ପଶୁ ପକ୍ଷୀ ମାନଙ୍କ ଠାରୁ ବି ମିଳିଯାଇଥାଏ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ସଂକେତ ଯେଉଁ ମାନେ ଆମ ଅଖା ପାଖରେ ରହି ଶୁଭ ଏବଂ ଅଶୁଭ ସଂକେତ ପ୍ରଦାନ କରିଥାନ୍ତି |
ପ୍ରଥମ ସଂକେତ ବିଲେଇ – ଯେଉଁ ଘରେ ବିଲେଇ ମାନେ କଳି କରୁଥିବାର ଶୁଭାଯାଏ ସେଇ ଘରେ କୌଣସି ବିଭ୍ରାଟ ଝଗଡ଼ା ଏବଂ ବିବାହ ଦେଖା ଦେବାର ସମ୍ଭାବନା ଥାଏ | ଏବଂ ଯେଉଁ ଘରେ ପ୍ରୟତ ବିଲେଇ ମାନେ କଳିକରନ୍ତି ସେହି ଘରେ ସର୍ବଦା ମତ ଭେଦ ଲାଗି ରହିଥାଏ |
ଦ୍ଵିତୀୟ ସଂକେତ ଗାଈ – ଯେଉଁ ଘର ଆଗରେ ଗାଈଟିଏ ଆସି ଜୋରରେ ବୋବେଇ ଥାଏ ସେହି ଘରେ ନିଶ୍ଚିୟ ସୁଖର ବୃଦ୍ଧି ହୋଇଥାଏ | ଘରର ବାହାରେ ଗାଈ ବୋବାଳି ଶୁଭିବା ଏକ ଶୁଭ ସଂକେତ ବିଚାର କରାଯାଏ |
ତୃତୀୟ ସଂକେତ କୁକୁର – କୁକୁରର କାନ୍ଦିବା ଅଶୁଭ ସଂକେତ ହୋଇଥାଏ ଯଦି କୌଣସି ଘରେ କୁକୁରଟିଏ ଜୋରସେ କାନ୍ଦେ ସେହି ଘରେ କୌଣସି ବିପଦଇ ଆସିବାର ସମ୍ଭାବନା ଥାଏ | ଏବଂ ଏହି ବିପଦି କାହାର ମୃ-ତୁର ସୂଚନା ସହିତ ଜଡିତ ମଧ୍ୟ ହୋଇଥାଏ |
ଚତୁର୍ଥ ସଂକେତ ପିମ୍ପୁଡ଼ି – ଯେଉଁ ଘରେ କଲା ପିମ୍ପୁଡି ଦଲବଦଳ ଭାବରେ ଦେଖାଯାନ୍ତି ସେହି ଘରେ ଐଶ୍ୱର୍ଯ୍ୟର ବୃଦ୍ଧି ହୋଇଥାଏ ଏବଂ ଶୀଘ୍ର ହିଁ ଧନ ଲାଭ ହୋଇଥାଏ | ଏବଂ କଳା ପିମ୍ପୁଡି ଏକ ଲାଇନରେ ଯଦି ଦେଖାଯାନ୍ତି ତେବେ ଏହାର ଅର୍ଥ ଗୃହରେ ମତଭେଦ ଦେଖା ଦେଇ ପରେ | ଯଦି ନାଲି ରଙ୍ଗର ପିପୁଡି ଘରେ ଦେଖା ଦିଅନ୍ତି ତେବେ ଏହା ଅଶୁଭ ସଂକେତ ବିଚାର କରାଯାଏ | ଏହି ସଂକେତର ଅର୍ଥ ଘରେ କଳି ଝଗଡ଼ାର ସମ୍ଭାବନା ଅଧିକ ଥାଏ |
ପଞ୍ଚମ ସଂକେତ ମୟୂର – ମୟୂର ଦେଖିବା ଏକ ଶୁଭ ସଂକେତ ହୋଇଥାଏ ଯଦି କୌଣସି ଘରେ ମୟୂର ଆସି ବସେ କିମ୍ବା ଘର ବାହାରେ ଦେଖା ଦେଇଥାଏ ତେବେ ଏହା ଶୁଭ ସଂକେତ ବିଚାର କରାଯାଏ | ଏହାର ଅର୍ଥ ଗୃହକୁ କୌଣସି ଶୁଭ ଖବର ଆସିପାରେ |
ଷଷ୍ଠ ସଂକେତ ବିଛା – ଗୃହରେ ବିଛା ଯଦି ଏକ ଲାଇନରେ ଦେଖା ହୁଅନ୍ତି ତେବେ ଏହା ଅଶୁଭ ସଂକେତ ବିଚାର କରାଯାଏ | ଘରେ ଯଦି ଗୋଟେ ଲାଇନରେ ଦୁଇ ତିନଟି ବିଛା ଦେଖା ଦିଅନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯିବାର ଏହା ସୂଚନା ଦେଇଥାଏ | କିନ୍ତୁ ହଳଦିଆ ବିଛା ଖୁବ ଶୁଭ ସଂକେତ ବିଚାର କରାଯାଏ |