ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଜନ୍ମ ହେବା ବେଳେ ନିଜର ଭାଗ୍ୟକୁ ସାଙ୍ଗରେ ନେଇକି ଆସିଥାଏ ଯାହା ତାଙ୍କର ପୂର୍ବ ଜନ୍ମ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ। ସେଥିପାଇଁ ତ କିଛି ବ୍ୟକ୍ତି ଜନ୍ମ ପରେ ରାଜସୁଖ ଭୋଗ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ଦାରିଦ୍ର୍ୟତା ଭୋଗ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶିର ବ୍ୟକ୍ତିଙ୍କ ସ୍ଵଭାବ ତାଙ୍କର ବ୍ୟକ୍ତିତ୍ଵ ଅଲଗା ଅଲଗା ହୋଇଥାଏ ଯାହା ସେମାନଙ୍କ ଭବିଷ୍ୟତରେ ହେବାକୁ ଯାଉଥିବା କିଛି ସଙ୍କେତକୁ ଦର୍ଶାଇ ଥାଏ। ତେବେ ବନ୍ଧୁଗଣ ଆଜି ଆସନ୍ତୁ ଏପରି ୨ଟି ଭାଗ୍ୟବାନ ରାଶି ବିଷୟରେ ଜାଣିବା ଯେଉଁମାନେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ହୋଇଥାନ୍ତି। ତାହା ସହିତ ଏମାନଙ୍କ ଉପରେ ସ୍ଵୟଂ ଭୋଳାନାଥଙ୍କର କୃପା ମଧ୍ୟ ରହିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ୨ ଗୋଟି ଶକ୍ତିଶାଳୀ ରାଶି ବିଷୟରେ।
ବନ୍ଧୁଗଣ ଏହାତ ଆମେ ସମସ୍ତେ ଜାଣିଛନ୍ତି ଦେବଙ୍କ ଦେବ ମହାଦେବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭକ୍ତ ପ୍ରେମୀ ହୋଇଥାନ୍ତି। ତାଙ୍କର କୃପା ଦ୍ଵାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ତ ମହାଦେବଙ୍କୁ ମନସ୍କାମନା ପୂର୍ଣ୍ଣର ଭଗଵାନ ବୋଲି ନାମ ଦିଆ ଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ଏହି ୨ ଗୋଟି ରାଶି ଭଗଵାନ ଶିବଙ୍କ ଆରାଧ୍ୟ ଅଟନ୍ତି ଯାହାଙ୍କ ଉପରେ ଭଗଵାନ ଭୋଳାନାଥଙ୍କର ଅଶେଷ କୃପା ରହିଥାଏ। ଏହି କାରଣରୁ ଏହି ୨ଟି ରାଶିର ବ୍ୟକ୍ତିଙ୍କ ଜୀବନ ଦୁର୍ଭାଗ୍ୟରୁ ସୌଭାଗ୍ୟରେ ପରିଣତ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଏହି ୨ଟି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କ ଉପରେ ସ୍ଵୟଂ ଭୋଳାନାଥଙ୍କର କୃପା ଦୃଷ୍ଟି ସର୍ବଦା ରହିଥାଏ।
ମେଷ ରାଶି – ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ସ୍ଵୟଂ ଭୋଳାନାଥଙ୍କର ବିଶେଷ କୃପା ରହିଥାଏ। ତାହା ସହିତ ଏହି ରାଶିର ବ୍ୟକ୍ତିମାନେ ଭଗଵାନ ଶିବଙ୍କର ଆରାଧ୍ୟ ମଧ୍ୟ ଅଟନ୍ତି। ଏହି କାରଣ ପାଇଁ ମେଷ ରାଶିର ପ୍ରତ୍ୟେକ ବ୍ୟକ୍ତିଙ୍କ ସମସ୍ୟା ସବୁ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ। କୌଣସି ନା କୌଣସି ଉପାୟରେ ଏମାନଙ୍କ ସମସ୍ୟାର ସମାଧାନ ହୋଇଥାଏ। ତାହା ସହିତ ଏମାନେ କର୍ମରେ ପ୍ରଭାବଶାଳୀ ହେବା କାରଣରୁ ଏମାନଙ୍କୁ କାର୍ଯ୍ୟରେ ଶୀଘ୍ର ସଫଳତା ମଧ୍ୟ ମିଳିଥାଏ ଯାହା ଏମାନଙ୍କ ଜୀବନରେ ସର୍ବଦା ହସ ଖୁସୀ ଭାରି ଦେଇଥାଏ।
ଧନୁ ରାଶି – ଧନୁ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ବୃହସ୍ପତି ଯିଏକି ଗ୍ରହ ମାନଙ୍କର ରାଜା ଅଟନ୍ତି। ଏହି କାରଣରୁ ଅନ୍ୟ ଗ୍ରହମାନଙ୍କର ଖରାପ ପ୍ରଭାବ ଏହି ରାଶି ଉପରେ ପଡ଼ି ନଥାଏ ଯାହାଦ୍ଵାରା ଏହି ରାଶି ଜୀବନରେ ସର୍ବଦା ସୁଖ ସମୃଦ୍ଧି ଆସିଥାଏ। ଏହା ସହିତ ଧନୁ ରାଶିର ବ୍ୟକ୍ତିମାନେ ଖୁବ୍ ପ୍ରଭାବଶାଳୀ ହେବା ସହିତ ଧନ ଏବଂ ଯଶ ମଧ୍ୟ ଏମାନଙ୍କର ଉଚ୍ଚକୋଟିର ହୋଇଥାଏ। ଏମାନେ ଭଗଵାନ ଭୋଳାନାଥଙ୍କର ଅନୁସରଣ ଗାମୀ ହେବା କାରଣରୁ ସ୍ଵୟଂ ଭଗବାନ ଭୋଳାନାଥ ମଧ୍ୟ ଏମାନଙ୍କ ଉପରେ କୃପା ଦୃଷ୍ଟି ବନାଇ ରଖିଥାନ୍ତି। ଯାହା ଏହି ରାଶିକୁ ଆହୁରି ଅଧିକ ଭାଗ୍ୟଶାଳୀ କରି ଦେଇଥାଏ। ତାହା ସହିତ ଏମାନେ ହସ ଖୁସିରେ ମଧ୍ୟ ଜୀବନ ବିତାଇ ଥାଆନ୍ତି। ତେବେ ବନ୍ଧୁଗଣ ଏହାଥିଲା ସେହି ୨ ଟି ରାଶି ଯାହା ଉପରେ ଭଗଵାନ ଶିବଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ। ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି।