School ପାଇଁ ଆସିଲା ବଡ଼ ଗୁରୁତ୍ୱପୁର୍ଣ ସୂଚନା, ପ୍ରତ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଛାତ୍ର ଛାତ୍ରୀ ମାନେ ଜାଣିରଖିବା ଜରୁରୀ |

ରାଜ୍ୟରେ ଥିବା ସମସ୍ତ ସ୍କୁଲ ପାଇଁ ଆସିଛି କିଛି ଗୁରୁତ୍ୱପୁର୍ଣ ସୂଚନା ବର୍ତମାନ ଜହାବିକିଛି ନୂଆ ଆସିଛି ତାହା ପ୍ରତ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଛାତ୍ର ଛାତ୍ରୀ ମାନେ ଜାଣିରଖିବା ଜରୁରୀ | ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର ବିଷୟରେ, ଆସନ୍ତା ୧୦ରେ ଅନୁଷ୍ଠିତ ହେବ ଦ୍ୱିତୀୟ ଅଭିଭାବକ ଶିକ୍ଷକ ପରିଚାଳନା ବୈଠକ ।

ରାଜ୍ୟର ସମସ୍ତ ସ୍କୁଲରେ ଏହା ଅନୁଷ୍ଠିତ ହେବ। ଏହି ବୈଠକରେ ସ୍କୁଲର ଶିକ୍ଷକ, ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି ଓ ଅଭିଭାବକମାନେ ଉପସ୍ଥିତ ରହିବେ। ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ । ଏଥିରେ ପ୍ରାଥମିକତା ଭିରିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯିବ।

ଏଥିସହ ଅନ୍‌ଲାଇନ୍ ସୁରକ୍ଷା, ସାଇବର ସଚେତନତା ଆଦି ବିଷୟରେ ଆଲୋଚନା କରାଯିବ। ସେପ୍ଟେମ୍ବର ୧ରୁ ୧୫ ଯାଏ ପାଳିତ ହେବାକୁ ଥିବା ସ୍ୱଚ୍ଛତା ପକ୍ଷ ପାଳନକୁ ସଫଳ କରିବା ନେଇ ଆଲୋଚନା କରାଯିବ। ଏଥିସହ ଆସୁଥିବା ସୁରଭି-୨୦୨୪ ପାଇଁ ପ୍ରସ୍ତୁତ ହେବାକୁ ଆଲୋଚନା ହେବ | ସ୍କୁଲରେ ୟୁଥ୍ ଓ ଇରୋ କ୍ଲବ୍ ଗଠନ ନେଇ ଆଲୋଚନା ହେବ ।

ଛାତ୍ରଛାତ୍ରୀଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ନିୟମିତ ଭାବେ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତ କରିବାକୁ ଅଭିଭାବକ ଓ ଶିକ୍ଷକଙ୍କୁ ସଚେତନ କରାଯିବ। ସେହିପରି ବେଟି ବଚାଓ, ବେଟି ପଢ଼ାଓ ଉପରେ ବିସ୍ତୃତ ଭାବେ ଆଲୋଚନା କରି କିପରି ଝିଅମାନେ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିବେ ତାକୁ ସଚେତନ କରାଯିବ। ଏସବୁ ପରେ ଅଭିଭାବକଙ୍କ ଠାରୁ ସ୍କୁଲ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନେଇ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରାଯିବ |

Leave a Reply

Your email address will not be published. Required fields are marked *