ନମସ୍କାର ବନ୍ଧୁଗଣ ଆସନ୍ତା 19 ଅଗଷ୍ଟ ରବିବାର ଦିନ ପଡ଼ିବାକୁ ଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଯାହାକୁ ଆମେ ରକ୍ଷା ବନ୍ଧନ ରୂପେ ମାନିଥାଉ। ଏହି ରକ୍ଷା ବନ୍ଧନରେ ମାତା ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ପକାଇବାକୁ ଯାଇଛନ୍ତି ବା ଧନର ବର୍ଷା ମଧ୍ୟ କରି ପାରନ୍ତି। ତେବେ ଏହା ସହିତ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ରହିବ ଯାହାଦ୍ଵାରା ସେମାନଙ୍କ ଭାଗ୍ୟ ଅତି ଶୀଘ୍ର ବଦଳିବାକୁ ଯାଉଛି। ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଦୁଃଖ ଆସିଥାଏ ତ କେତେବେଳେ ଜୀବନରେ ସୁଖ ଆସିଥାଏ, ଜୀବନରେ ଦୁଃଖ ନଥିଲେ କେବେ ସୁଖର ଅନୁଭବ ହୋଇ ନଥାଏ ତେବେ ବନ୍ଧୁଗଣ ଏହି ସବୁ ପରିବର୍ତ୍ତନର କାରଣ ଗ୍ରହମାନଙ୍କ ଚଳନ ହେତୁ ହୋଇଥାଏ। କୌଣସି ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ। ପ୍ରତି ୧୦୦ ବର୍ଷରେ ଥରେ ଗ୍ରହର ଚଳନରେ ପରିବର୍ତ୍ତନ ଆସିଥାଏ ଏବଂ ସେହି ପରିବର୍ତ୍ତନ ହିଁ ବ୍ୟକ୍ତି ଜୀବନରେ ଦୁଃଖ ବା ସୁଖ ନେଇ ଆସିଥାଏ। ତେବେ ସେହିପରି ଦୀର୍ଘ ୫୧ ବର୍ଷ ପରେ ଗ୍ରହର ବନିବାକୁ ଯାଉଛି ଅଦ୍ଭୁତ ମହାସଂଯୋଗ ଯାହା ଫଳରେ ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଏହି ୫ ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ଭାଗ୍ୟଶାଳୀ ୫ଟି ରାଶି।
କନ୍ୟା ରାଶି – ଏହି କନ୍ୟା ରାଶିର ବ୍ୟକ୍ତି ମାନଙ୍କୁ ଏହି ରକ୍ଷା ବନ୍ଧନର ମହାସଂଯୋଗାରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ତାହା ସହିତ କୁଣ୍ଡଳୀରେ ଗ୍ରହ ମାନଙ୍କର ଗୋଚର ଯୋଗୁଁ ଅନେକ ଶୁଭଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ସୁଖ ଶାନ୍ତି ପ୍ରାପ୍ତି ହେବ। ଅଚାନକ ଗୁପ୍ତ ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି।
ମେଷ ରାଶି – ଏହି ମେଷ ରାଶିର ବ୍ୟକ୍ତିଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ଲାଭ ହେବ ଏବଂ ସେମାନଙ୍କ ଜୀବନ ସୁଖମୟ ହେବାକୁ ଯାଉଛି। ତାହା ସହିତ ମା ଲକ୍ଷ୍ମୀଙ୍କର କୃପା ପାଇ ଭାଗ୍ୟ ମଧ୍ୟ ଖୋଲିବ କିନ୍ତୁ ପରିଶ୍ରମ ଜାରୀ ରଖନ୍ତୁ ଉତ୍ତମ ଫଳ ପ୍ରାପ୍ତି ହେବ। ସମାଜରେ ପ୍ରତିଷ୍ଠିତ ହେବେ ଏବଂ ଶରୀର ମଧ୍ୟ ସୁସ୍ଥ ରହିବ।
ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ମାନଙ୍କର ଆଗାମୀ ସମୟରେ ନୂତନ ଯୋଜନା କରିବାର ସୁଯୋଗ ରହିଛି। ତାହା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଯୋଗୁଁ ଏମାନଙ୍କ ଭାଗ୍ୟ ରାକ୍ଷୀ ପୂର୍ଣ୍ଣିମା ଠାରୁ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଗୁପ୍ତ ଧନର ଅଚାନକ ପ୍ରାପ୍ତି ହେବାର ଯୋଗ ବନୁଅଛି। ବ୍ୟବସାୟରେ ବିଶେଷ ରୂପରେ ଉନ୍ନତି ହେବ।
ମକର ରାଶି – ଏହି ମକର ରାଶିର କୁଣ୍ଡଳୀରେ ରାକ୍ଷୀ ପୂର୍ଣ୍ଣିମାର ମହାସଂଯୋଗ ଯୋଗୁଁ ଗ୍ରହ ମାନଙ୍କର ଅବସ୍ଥାନ ଫଳରେ ଶୁଭ ଫଳ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମା ଲକ୍ଷ୍ମୀଙ୍କର କୃପାରୁ ସମସ୍ତ କାର୍ଯ୍ୟ ବୋହୁତ ସୁରୁଖୁରରେ ହେବ। ଅଚାନକ ଏକ ବଡ଼ ଧରଣର ଖୁସୀ ଖବର ମିଳିବ ଯାହା ଫଳରେ ଆପଣଙ୍କ ଭାଗ୍ୟକୁ ସଂପୂର୍ଣ୍ଣ ରୂପରେ ବଦଳାଇ ଦେବ।
କୁମ୍ଭ ରାଶି – ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରକ୍ଷା ବନ୍ଧନର ମହା ସଂଯୋଗ ଯୋଗୁଁ ସମସ୍ତ ପ୍ରକାରର ସମୟ ମା ଲକ୍ଷ୍ମୀଙ୍କ କୃପାରୁ ସନାଦାର୍ ସାବ୍ୟସ୍ତ ହେବ। ଏହା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇଁ ଏହି ରାଶିର ବଦଳିବାକୁ ଯାଉଛି। ତାହା ସହିତ ଇଚ୍ଛା ମୁତାବକ କାର୍ଯ୍ୟ ଏହି ଦିନରେ ସମ୍ପୂର୍ଣ୍ଣ କରିବେ ଯାହାଦ୍ଵାରା ବିଶେଷ ଭାବରେ ସଫଳତା ପ୍ରାପ୍ତି ହେବ। ଏହି ରାକ୍ଷୀ ପୂର୍ଣ୍ଣିମା ଦିନଠାରୁ ଆପଣଙ୍କ ଭାଗ୍ୟ ଖୋଲିବାର ସଂପୂର୍ଣ୍ଣ ଯୋଗ ବନୁଅଛି କିନ୍ତୁ ସେଥିପାଇଁ ଧର୍ଯ୍ୟର ସହ କାମ କରନ୍ତୁ ସଫଳତା ଅବଶ୍ୟ ପ୍ରାପ୍ତ ହେବ।