ସନ୍ଧ୍ୟା ହେଲେ କୋଣାର୍କରୁ ଶୁଭୁଚି କାନ୍ଦିବାର ସ୍ଵର, ସୂର୍ଯ୍ୟ ବୁଡ଼ି ରାତି ହେଲେ କାନ୍ଦୁଛି ଧର୍ମପଦ। ଦିନ ବେଳେ ଲୋକଙ୍କ ଗହଳି ଲାଗୁଥିବା କୋଣାର୍କରେ, ରାତି ହେଲେ ସବୁକିଛି ଶୂନଶାନ ହୋଇଯାଏ। ଲୋକଙ୍କ ହୋ ହାଲ୍ଲାରେ ଫାଟି ପଡ଼ୁଥିବା କୋଣାର୍କ, ରାତିରେ ନୀରବି ଯାଏ। ଆଉ ସେଇ ନିରବତା ଭିତରୁ ଭାସି ଆସେ ଧର୍ମପଦର ବିକଟାଳ ରଡ଼ି। କଇଁ କଇଁ ହୋଇ କ୍ରନ୍ଦନ କରେ ଧର୍ମପଦ। ହେଲେ କାହିଁକି କାନ୍ଦୁଛି ଧର୍ମପଦ, କଣ ରହିଛି ଧର୍ମପଦ କାନ୍ଦିବାର ରହସ୍ୟ। ଇତିହାସ ଅନୁସାରେ, ସେତେବେଳେ ଓଡ଼ିଶା ବା ଉତ୍କଳ ର ରାଜା ଥିବା, ଲାଙ୍ଗୁଳା ନରସିଂହଦେବ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ, ବାର ସହ ବଢେଇ ଙ୍କୁ ବାଛିଲେ । ବିଶୁ ମହାରଣା ଙ୍କୁ ମୂଖ୍ୟ ବିନ୍ଧାଣି କରି ମନ୍ଦୀର ନିର୍ମାଣର ଦାୟିତ୍ଵ ଦେଲେ। ବାର ସହ ବଢେଇ ମିଶି ଦୀର୍ଘ ବାର ବର୍ଷ କାମ କରିବା ପରେ, ମନ୍ଦିରଟି ନିର୍ମାଣ ହେଲା।
ହେଲେ ବାକି ରହିଗଲା ମନ୍ଦିରର ଦଧିନଉତି , ଯେତେ ଚେଷ୍ଟା କଲେ ମଧ୍ୟ ବାରସହ ବଢେଇ ମନ୍ଦିରର ମୁଣ୍ଡି ମାରି ପାରିଲେ ନାହିଁ। ରାଜା ଏହା ଜାଣିବା ପରେ ଆଦେଶ ଦେଲେ, ମନ୍ଦିରର ମୁଣ୍ଡି ମାରି ନପାରିଲେ ବାରସହ ବଢ଼େଇଙ୍କ ମୁଣ୍ଡ କାଟ କରାଯିବ। ଏ କଥା ଶୁଣି ବିପଦରେ ପଡ଼ିଗଲେ ବାର ସହ ବଢେଇ। ଜିବନ ମରଣ ର ଦୋ ଛକି ରେ ଛନ୍ଦି ହୋଇଗଲେ। କଣ କରିବେ କିଛି ବୁଝି ପାରୁନଥିଲେ । ରାତି ପାହିଲେ ସମସ୍ତେ ଏକା ସାଙ୍ଗରେ ମରିବେ ବୋଲି ଜାଣି ସାରିଥିଲେ। ଠିକ୍ ଏତିକି ବେଳେ ବାପାଙ୍କୁ ଖୋଜି ଖୋଜି ପହଞ୍ଚିଲା, ବିଶୁ ମହାରଣାଙ୍କ ବାର ବର୍ଷର ପୁଅ। ସେ ମଧ୍ୟ ପିଲାଟି ଦିନରୁ ମନ୍ଦୀର ନିର୍ମାଣ ବିଷୟରେ ବହିରୁ ପଢିଥିଲା। ବାପାଙ୍କ ମୁହଁରୁ ସବୁ ଶୁଣିବା ପରେ, ସେ ବି ମନଦୁଃଖ କଲେ।
ରାତି ପାହିଲେ ବାପାଙ୍କ ସହ ବାର ସହ ବଢେଇ ଙ୍କ ମୁଣ୍ଡ କାଟ ହେବ ଜାଣି, ସେ କିଛି ଉପାୟ ଚିନ୍ତା କଲେ। ମନ୍ଦୀର ଉପରକୁ ଚଢ଼ି ଯାଇ ନିଜ ବୁଦ୍ଧି ଅନୁସାରେ ମାପ ଚୁପ କଲେ। ପୁଣି ମନ୍ଦୀର ତଳକୁ ଆସି ବାପାଙ୍କୁ କହିଲେ, ବାପା ମୁଁ ଏ ମନ୍ଦିରର ଦଧିନଉତି ବସାଇ ପାରିବି। ମୁଁ ବି ଘରେ ଥିବା ବହି ପଢ଼ି ମନ୍ଦୀର ନିର୍ମାଣ ବିଷୟରେ ଜାଣିଛି । ମୋତେ କେବଳ ଥରେ ଅନୁମତି ଦିଅ, ଦେଖିବ ମୁଁ ମନ୍ଦିରର ମୁଣ୍ଡି ମାରିଦେବି। ଏମିତିରେ ରାତି ପାହିଲେ ସମସ୍ତେ ମରିବେ, ତେଣୁ ଆଉ କିଛି ଉପାୟ ନଥିଲା। ପୁଅ ଧର୍ମପଦ କଥାରେ ରାଜି ହେଇଗଲେ ବିଶୁ ମହାରଣା। ଆଉ ପୁଅକୁ ମନ୍ଦୀର ଉପରକୁ ଯାଇ ମୁଣ୍ଡି ମାରିବାକୁ ଅନୁମତି ଦେଲେ। ବାପାଙ୍କ ଆଦେଶ ପାଇବା ପରେ, ଧର୍ମପଦ ମନ୍ଦୀର ଉପରକୁ ଚଢ଼ି ଯାଇ, ନିଜ ଜ୍ଞାନ ଦ୍ଵାରା ଦଧିନଉତି ବସାଇ ଦେଲେ। ଆଉ ମନ୍ଦିରର ମୁଣ୍ଡି ମାରି ତଳକୁ ଆସିଲେ ।
ଏହା ଦେଖି ବାର ସହ ବଢେଇ ଖୁସି ହୋଇଗଲେ। ପୁଣି ହଠାତ୍ ଦୁଃଖୀ ହୋଇଗଲେ। ତାଙ୍କ ଦୁଃଖର କାରଣ ଥିଲା, ରାଜା ଯଦି ଜାଣିବେ, ବାର ସହ ବଢେଇ ବାର ବର୍ଷରେ ଯାହା କରି ନପାରିଲେ, ତାହା ଗୋଟିଏ ବାର ବର୍ଷର ବାଳକ ଗୋଟେ ରାତିରେ କରିଦେଲା। ଆଉ ଏହା ଜାଣିବା ପରେ ରାଜା ନିଶ୍ଚୟ ବାରସହ ବଢେଇଙ୍କର ମୁଣ୍ଡ କାଟ କରିବେ। ତେଣୁ ଚିନ୍ତାରେ ପଡ଼ି ଗଲେ ବାରସହ ବଢ଼େଇ। ଠିକ୍ ସେତିକି ବେଳେ, ବାରସହ ବଢ଼େଇ ଙ୍କ ସହ ବାପାଙ୍କ ଜିବନ ରକ୍ଷା କରିବା ପାଇଁ, ନିଜକୁ ବଳିଦାନ ଦେଲେ ଧର୍ମପଦ। ସେଇ ଦଧିନଉତି ଉପରକୁ ଯାଇ ଡେଇଁ ପଡ଼ିଲେ ପାଣିକୁ। ଆଉ ସବୁଦିନ ପାଇଁ ଜିବନ ହାରି ଦେଲେ ଧର୍ମପଦ। ଦେଶ ଓ ଜାତି ପାଈଁ ନିଜ ଜୀବନକୁ ବି ଖାତିର କଲେ ନାହିଁ। ସେହିଦିନ ଠାରୁ କୁଆଡେ଼ ଧର୍ମପଦ ର ଆତ୍ମା ଘୂରି ବୁଲିଲା, ଯାହା ଏବେ ବି ଘୁରି ବୁଲୁଛି ବୋଲି ସ୍ଥାନିୟ ଲୋକେ କୁହନ୍ତି। ଆଉ ଅନେକ ଲୋକଙ୍କ ଲୁହର ଅଭିଶାପରେ ଭାଙ୍ଗି ପଡ଼ିଲା କୋଣାର୍କ ।