ସ୍କୁଲ ଛାତ୍ର ଛାତ୍ରୀ ଓ ଅଭିଭାବକ ପାଇଁ ଆସିଛି ସରକାରଙ୍କ କଢ଼ା ନିର୍ଦେଶ ଯାହାବି କିଛି ନୂଆ ସୂଚନା ଆସିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ ତେବେ ଆସନ୍ତୁ ଜାଣିବା କଣ ଆସିଛି କଡ଼ା ଅପଡେଟ |
ସ୍କୁଲକୁ କିଛି ଛାତ୍ରଛାତ୍ରୀ ଦୁଇ ଚକିଆ କିମ୍ବା ଚାରିଚକିଆ ଯାନ ନେଇ ଆସୁଛନ୍ତି। ଫଳରେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖୁ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି । ଏନେଇ ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ।
ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ସୂଚନାଯୋଗ୍ୟ, ୧୮ ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଉଥୁବା ଧରାପଡ଼ିଲେ ସେମାନଙ୍କ ବାପା, ମା’ ଜେଲ୍ ଯିବେ। ସେହିପରି ବାପା ମା’ କିମ୍ବା ଅଭିଭାବକ ଗାଡ଼ି ଦେଇଥିଲେ, ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।