ସୂର୍ଯ୍ୟ ଚଳିଲେ କନ୍ୟା ରାଶିକୁ, ଆଜିଠାରୁ ପୁରା ୩୦ ଦିନ ଏହି ୫ ଟି ରାଶି କୋଟିପତି, ଆପଣଙ୍କ ରାଶି ଅଛି କି ଏଥିରେ …

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହ ଠାରୁ ଶ୍ରେଷ୍ଠ ଗ୍ରହ ବୋଲି କୁହାଯାଏ। ଜନ୍ମ କୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପାର ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ। ରବି ମହାଗ୍ରହ ଆତ୍ମାର ପ୍ରତିରୋଦ୍ଧିତ କରିଥାନ୍ତି ସ୍ଵଂୟଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦ ପ୍ରତିଷ୍ଠା, ସନ୍ତାନ ସୁଖ, ସରକାରୀ ଚାକିରୀ, ଉଚ୍ଚ ପଦପଦବୀ, ଯଶକୀର୍ତ୍ତି ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି। ରବି ଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରିଥାନ୍ତି, ଯଦି ଅଶୁଭ ସ୍ଥିତିରେ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ।ତେବେ ସେପ୍ଟେମ୍ୱର ମାସ ୧୮ ତାରିଖ ଶୁକ୍ରବାର ଠାରୁ ରବି ଗ୍ରହ ସୂର୍ଯ୍ୟଦେବ ସିଂହ ରାଶିରୁ କନ୍ୟା ରାଶିରେ ପ୍ରବେଶ କରିବେ ଏବଂ ଆସନ୍ତା ମାସ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ କନ୍ୟା ରାଶିରେ ଚଳନ କରିବେ। ତେଣୁ ଏହି ସମୟ ସୀମା ମଧ୍ୟରେ ଏହାର ପ୍ରଭାବ ରାଶିଚକ୍ରର ୧୨ ଗୋଟି ରାଶି ଉପରେ ପଡ଼ିବ ଏବଂ ୧୨ଟି ରାଶିମାନଙ୍କ ମଧ୍ୟରୁ ୪ଟି ରାଶିର ଭାଗ୍ୟରେ ଅତ୍ୟନ୍ତ ଶୁଭ ଫଳାଫଳ ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ସବୁ ପ୍ରଭାବ ରହିଛି।

ମେଷ ରାଶି – ମେଷ ରାଶି ଜାତକର ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଷଷ୍ଠ ଭାଗ ବା ଶତ୍ରୁ ଭାଗରେ ଗୋଚର କରିବା ଫଳରେ ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ ହେବେ। ଜୁଆ ଓ ଲଟେରୀ ଖେଳରେ ନମୁନା ମୁତାବକ ଲାଭବାନ ହେବାର ସମ୍ଭାବନା ରହିଛି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଆଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନୂତନ ଗୃହ, ନୂତନ ଯାନବାହାନ, ନୂତନ ବ୍ୟବସାୟ, ନୂତନ ଜାଗା ଏବଂ ଜମି ଆଦି ପ୍ରାପ୍ତ ହେବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଚାକିରୀ ପାଇଁ ଚେଷ୍ଟା କରୁଥିବେ ପ୍ରଶାସନ ବିଭାଗ, ଖାଦ୍ୟ ସମ୍ବନ୍ଧୀୟ ବିଭାଗ ବା ଖାଦ୍ୟ ପ୍ରସ୍ତୁତି କରୁଥିବା କାରଖାନାରେ ଯୋଗଦାନ କରିବେ ନିଶ୍ଚୟ ଆପଣମାନଙ୍କୁ ଏହି ସମୟରେ ଚାକିରୀ ପ୍ରାପ୍ତ ହେବ। ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ। ପ୍ରତିକାର ସ୍ୱରୂପ ହଳଦୀ ଖଣ୍ଡେ ନିଜ ପାଖରେ ରଖନ୍ତୁ।

ବୃଷ ରାଶି – ବୃଷ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ପଞ୍ଚମ ଭାବ ବା ସନ୍ତାନ ଭାବରେ ବିଚାର କରିବା ଫଳରେ ସମାଜ କଲ୍ୟାଣ ଏବଂ ଧର୍ମାନୁଷ୍ଠାନରେ ଏଥି ସହିତ ମଠ ଓ ମନ୍ଦିର ମାନଙ୍କରେ ଯୋଗଦାନ କରିବେ। ବିଦେଶ ଯାତ୍ରା ଫଳରେ ବିଶେଷ ଭାବରେ ଲାଭବାନ ହେବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ ହେଲେ ତାହା ଦୀର୍ଘ ସ୍ଥାୟୀ ହେବ ଓ ବୋହୁ ବିଧି ଲାଭ ମିଳିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସୁସମ୍ପର୍କ ଫଳରେ ଯଶମାନ ପ୍ରତିଷ୍ଠା ଲାଭର ଯୋଗ ରହିଅଛି। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ଏବଂ ତାହା ସମ୍ବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍ କିମ୍ବା ଡାକ୍ତରୀ ପାଠ ପଢୁଥିଲେ ବିଶେଷ ଭାବରେ ସଫଳତା ହାସଲ ହେବ। ଅଧୁରା କାର୍ଯ୍ୟ ନିଶ୍ଚିତ ଦୂର ହେବ। ଋଣରୁ ମୁକ୍ତି ପାଇବା ଫଳରେ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରତିକାର ସ୍ୱରୂପ ଗୋଟା ଗୁଆ ଗୋଟିଏ ନିଜ ପ୍ୟାକେଟରେ ରଖନ୍ତୁ।

ମିଥୁନ ରାଶି – ମିଥୁନ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଚତୁର୍ଥ ଭାବ ବା ସୁଖ ଭାବରେ ଗୋଚର କରିବା ଫଳରେ ଆର୍ଥିକ ସମସ୍ୟା ନିଶ୍ଚିତ ଭାବରେ ଦୂର ହୋଇଯିବ। ଧନଧାନ୍ୟ, ଐଶୋର୍ୟ୍ଯ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ଲାଭବାନ ହେବେ। ଅଟକି ଯାଇଥିବା ଧନ, ଉଦ୍ଧାର ଦେଇଥିବା ଟଙ୍କା, ଋଣ କରୁଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମି କ୍ରୟ, ଯାନବାହାନ କ୍ରୟ ଓ ଗୃହ ନିର୍ମାଣରେ ଆପଣମାନଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ। ବିଦ୍ୟାର୍ଥୀ ବର୍ଗ ଅତ୍ୟନ୍ତ ସଫଳତାର ସହ ପ୍ରତିଯୋଗିତାରେ ଉତିର୍ଣ୍ଣ ହେବେ। ରାଜନୀତିରେ ଲୋକ ସମର୍ଥକୁ ଆଧାର କରି ବଳିୟାନ୍ ହେବେ। ପ୍ରତିକାର ସ୍ୱରୂପ କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କର୍କଟ ରାଶି – କର୍କଟ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ତୃତୀୟ ଭାବ ବା ପରାକ୍ରମ ଭାବରେ ଗୋଚର କରୁଥିବାରୁ ନୂଆ ନୂଆ ଉପାୟମାନ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହାନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ଆଧ୍ୟାତ୍ମିକ ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ଯମାନ ଧୀରେ ଧୀରେ ପୂର୍ଣ୍ଣ ହୋଇଯିବ। ନଷ୍ଟ ହୋଇଥିବା ପ୍ରତ୍ୟେକ ପ୍ରଚେଷ୍ଟା ପୁନର୍ବାର ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ଯାହାଦ୍ଵାରା ଆପଣମାନେ ପୁନର୍ବାର ସମ୍ମାନିତ ହେବେ। ଦାମ୍ପତ୍ୟ ସୁଖରେ ଶୁଖି ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ପରିବର୍ତ୍ତନ ଫଳରେ ଦୀର୍ଘ ଦିନର କଷ୍ଟ ଦୂର ହୋଇ ସୁଖର ସ୍ବପ୍ନ ଦେଖି ପାରିବେ। ପ୍ରତିକାର ସ୍ୱରୂପ କେଶର, ହଳଦୀ, ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ ରାଶି – ସିଂହ ରାଶି ଜାତ ମହିଳା ଓ ପୁରୁଷ ସହିତ ରବି ମହାଗ୍ରହ ଧନ ଭାବରେ ବିରାଜମାନ କରିବା ଫଳରେ ପ୍ରଗତି, ଲାଭ, ଭୌତିକ ସମୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ୍, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ ଓ ପଦପଦବୀ ଲାଭ ହେବା ସହ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭାଗ୍ୟର ପରିବର୍ତ୍ତନ ହେଲା ଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଗୃହ ଆରମ୍ଭ, ନୂତନ ଯାତ୍ରା ଆରମ୍ଭ କରିପାରିବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ଜୀବନସାଥିଙ୍କ ସହଯୋଗରେ ଆର୍ଥିକ ଲାଭ ହେବ। ପ୍ରତିକାର ସ୍ୱରୂପ ନିମ୍ବ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା ରାଶି – କନ୍ୟା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଜନ୍ମ ଭାବରେ ବା ସ୍ଵରାଶିରେ ପ୍ରବେଶ କରିବେ। ବନ୍ଧୁ ମିତ୍ରଙ୍କ ଠାରୁ ସହଯୋଗ ପାଇ ଆପଣଙ୍କ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ। ବିଜ୍ଞାନ, ବାଣିଜ୍ୟ, ଶିକ୍ଷା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ୍ ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇ ଭଳି ଚାଲୁଥିବା ବ୍ୟକ୍ତିମାନେ ପ୍ରବଳ ପରିଶ୍ରମ କରିବେ। ପରିବାବାରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖାଦେବ। ଭ୍ରମଣ, ପ୍ରଶାସନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଯେଉଁ ଜାଗାରେ ଦସ୍ତଗତ କରିବାକୁ ପଡ଼ିବ ସେହିଠାରେ ପଢ଼ି ବୁଝି ଦସ୍ତଗତ କରିବେ। ପ୍ରତିକାର ସ୍ୱରୂପ ଆପଣମାନେ ନିଜ ପାଖରେ ମୟୂରଚନ୍ଦ୍ରିକା ରଖନ୍ତୁ।

ତୁଳା ରାଶି – ତୁଳା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଦ୍ଵାଦଶ ଭାବ ବା ବୟ ଭାବରେ ଗୋଚର କରୁଥିବାରୁ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ରହିବେ। ମାନସିକ, ଭୌତିକ ଓ ଭବଳାତ୍ମକ ଉପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ଅଧିକାରୀ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ଶିକ୍ଷାର୍ଥୀମାନେ ସଫଳତା ହାସଲ କରିବେ। ସହକର୍ମୀ ମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନା ହେବ। ପ୍ରତିକାର ସ୍ୱରୂପ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ବିଛା ରାଶି – ବିଛା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଏକାଦଶ ଭାବ ବା ଲାଭ ଭାବରେ ଗୋଚର କରୁଥିବାରୁ ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତିର୍ଣ୍ଣ ହେବେ। ଶତ୍ରୁ, ରୋଗ ଓ ଋଣରୁ ମୁକ୍ତ ହେବେ। ଯେକୌଣସି କାମରେ ହାତ ଦେଲେ ସଫଳତା ପାଇବେ। ପୈତୃକ ସଂପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖାଦେବ। ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ପ୍ରତିକାର ସ୍ୱରୂପ ପିତା ମାତା ଏବଂ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ।

ଧନୁ ରାଶି – ଧନୁ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଦଶମ ଭାବ ବା କର୍ମ ଭାବରେ ଗୋଚର କରୁଛନ୍ତି ଯାହା ଫଳରେ କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦପଦବୀ ଲାଭ ହେବା ସହ ମାନସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଆଦି କ୍ଷେତ୍ରରେ ବାଦବିବାଦ, ମାଲିମକଦ୍ଦମା, କ୍ରୀଡା, ପ୍ରତିଦ୍ବନ୍ଦିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହୋଇ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର ସ୍ୱରୂପ ପିତା ମାତା ଓ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ।

ମକର ରାଶି – ମକର ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଭଦ୍ୟ ଭାବରେ ଗୋଚର କରୁଥିବାରୁ ଭଗ୍ୟନ୍ଵତୀ, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ଉତ୍ତମ ରୋଜଗାର ହେବା ଫଳରେ ନୂତନ ବ୍ୟବସାୟ ଆରମ୍ଭ, ନୂତନ ଜାଗା, ଜମି, ଗୃହ ଓ ଯାନବାହାନ କିଣି ପାରିବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ। ଉଚ୍ଚ ଅଧିକାରୀ ଓ ବରିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ କର୍ମନ୍ଵତି ହେବ। ବ୍ୟବସାୟରେ ସମ୍ପର୍କୀୟ ବ୍ୟକ୍ତି ଓ ବନ୍ଧୁ ମିତ୍ରମାନେ ସାଯୋଗର ହାତ ବଢାଇବେ। ପ୍ରତିକାର ସ୍ୱରୂପ ପିତା ମାତା ଏବଂ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ ରାଶି – କୁମ୍ଭ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ଅଷ୍ଟମ ଭାବ ବା ଆଇ ଭାବରେ ଗୋଚର କରିବା ଫଳରେ କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ ଅଧିକାରୀ ମାନଙ୍କୁ ପ୍ରିୟ ଭଜନ ହେବେ। ବାଦବିବାଦ, ମାଲିମକଦ୍ଦମା, କ୍ରୀଡ଼ା, ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶିକ୍ଷା କ୍ଷେତ୍ର ପରୀକ୍ଷାରେ ଆଶା ମୂଳକ ଫଳାଫଳ ପାଇ ସଫଳତା ମିଳିବ। ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ସ୍ଥାପନ ଭଲ ରହିବ। ମିଛ ଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ପ୍ରେମିକ ପ୍ରେମିକା ଆଦିଙ୍କର ବସ୍ତ୍ର ଭୂଷଣ ଆଦି ଲାଭ ହେବ। ପ୍ରତିକାର ସ୍ୱରୂପ କୁଆ ଏବଂ ପାରାଙ୍କୁ ଚାଉଳ ଖାଇବା ପାଇଁ ଦିଅନ୍ତୁ।

ମୀନ ରାଶି – ମୀନ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ମହାଗ୍ରହ ସପ୍ତମ ଭାବରେ ବା ଜୟା ଭାବରେ ଗୋଚର କରିବା ହେତୁ ଆୟ ବୃଦ୍ଧି ହେବା ଦ୍ଵାରା ଆର୍ଥିକ ଉନ୍ନତି ହେବା ସହ ଗୃହ ବାହାନ ପ୍ରାପ୍ତି ହେବ। ଜାଗ ଜମି ଉଚ୍ଚସ୍ତରୀୟ ଯାନବାହାନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ। ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ମିତ୍ର ଭାବ ଆଚରଣ କରିବେ। ଶିକ୍ଷା କ୍ଷେତ୍ରରେ ଆପଣମାନେ ସଫଳତା ହାସଲ କରିବେ। କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ପୁରାତନ ରୋଗରୁ ଉପଶମ ପାଇବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ। ପ୍ରତିକାର ସ୍ୱରୂପ ୫ ଲବଙ୍ଗକୁ ପାଖରେ ରଖନ୍ତୁ।

Leave a Reply

Your email address will not be published. Required fields are marked *