ବେଦୀ ଉପରେ ଶଳା ବିଧା କାହିଁକି ମାରନ୍ତି, ଦେଖନ୍ତୁ କଣ ରହିଛି ଏହା ପଛର ପ୍ରକୃତ କାରଣ ?

ବେଦି ଉପରେ କାହିଁକି ମାରନ୍ତି ଶଳାବିଧା କଣ ରହିଛି ଏହା ପଛର ପ୍ରକୃତ କାରଣ ? କେଉଁଠୁ ଆରମ୍ଭ ହୋଇଥିଲା ଏହି ପ୍ରଥା | ହିନ୍ଦୁ ଧର୍ମମରେ ଅନେକ ପ୍ରଥା ଏବଂ ପରମ୍ପରା ରହିଛି ପ୍ରତ୍ୟକ ପ୍ରଥା ପଛରେ ଗୋଟିଏ କାହାଣୀ ଲୁଚି ରହିଛି ଯାହା ବିଷୟରେ ବରିଷ୍ଠ ଲୋକ ମାନେ ପ୍ରମାଣ ଦେଇଥାନ୍ତି | ଘରର ବରିଷ୍ଠ ମାନେ ସବୁ ନୀତି ନିୟମ ପଛରେ ଥିବା ଉଦେଶ୍ୟ ମଧ୍ୟ କହିଥାନ୍ତି ଯାହାକୁ ପରା ପିଢ଼ି ମାନେ ଗ୍ରହଣ ମଧ୍ୟ କରନ୍ତି | ତେବେ ସବୁ ନୀତି ଭିତରେ ରହିଛି ଶଳା ବିଧା ବେଦି ଉପରେ ତାର ସଳା ଭିଣେଇ ପିଠିରେ ବିଧା ଟିଏ ଦିଅନ୍ତି | ତେବେ ଏହି ପରମ୍ପରା ପଛରେ ମଧ୍ୟ ଗୋଟିଏ କାହାଣୀ ରହିଛି |

ବାସ୍ତବରେ ପ୍ରୟୋଗ ରାଜ୍ୟ ବା ଶିବଙ୍କୁ ପୂଜା କରି ପୁତ୍ରଟିଏ ପାଇଥିଲେ ଦମ୍ପତି ଶ୍ରଦ୍ଧାରେ ପୁଅଟିର ନାମ ରଖିଥିଲେ ପ୍ରୟୋଗ ଦାସ ଧୀରେ ଧୀରେ ପ୍ରୟୋଗ ଦାସ ବଡ଼ ହେଲେ | ଏକଦା ଶ୍ରବଣ ପୁର୍ଣିମା ଆସିଲା ପ୍ରୟୋଗ ଦାସ ଦେଖିଲେ ସବୁ ଭାଇ ହାତରେ ରାକ୍ଷୀ ବନ୍ଧା ହୋଇଛି ଏହା ଦେଖି ସେ ମଧ୍ୟ ମାଙ୍କ ପାଖରେ ଜିଦ କଲେ କହିଲେ ମୋହର ଭଉଣୀ କାହାନ୍ତି | ପୁଅକୁ ବୁଝାଇବାକୁ ଯାଇ ମା କହିଲେ ତୁମ ଭଉଣୀ ବାହା ହୋଇ ସାରିଛନ୍ତି ଆଉ ସେ ଅଯୋଧ୍ୟାରେ ତାଙ୍କ ଶାଶୂଘରେ ଅଛନ୍ତି ତାଙ୍କର ନାମ ସୀତା | ଏହି ସୂଚନା ପାଇବା ପରେ ମାଆଙ୍କୁ ନଜଣେଇ ପ୍ରୟୋଗ ଦାସ ବାହାରି ପଡିଲେ ଭଉଣୀ ସୀତାଙ୍କ ଘରକୁ |

ବାଟରେ ପଚାରୁଥାନ୍ତି ଅଯୋଧ୍ୟା ଆଉ କେତେବାଟ ଆଉ ଭଉଣୀ ସୀତାଙ୍କ ଘର କେଉଁଠି ଏହା ଦେଖି ପ୍ରଭୁ ରାମ ଆଉ ସମ୍ଭାଳି ପାରିଲେନି ସେ ମାୟା ଦ୍ୱାରା ପ୍ରୟୋଗ ଦାସଙ୍କୁ ଆଣି ଅଯୋଧ୍ୟାରେ ପହଞ୍ଚାଇ ଦେଲେ | ସେଠାରେ ସେ ସୀତାଙ୍କୁ ଦେଖି ପ୍ରୟୋଗ ଦାସ ଭାରି ଖୁସି ହୋଇ ହାତକୁ ବଢ଼ାଇ ଦେଲେ ସୀତା ମଧ୍ୟ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଦେଲେ | ତେବେ ରାକ୍ଷୀ ପିନ୍ଧିବା ପରେ ପ୍ରୟୋଗ ଦାସ କହିଲେ ଭଉଣୀ ମୋ ପାଖରେ ତୁମକୁ ଦେବାକୁ କିଛି ଉପହାର ନାହିଁ ମୁ କେବଳ ମାଆଙ୍କର ଏହି ଚିର ଶାଢ଼ୀ ତୁମ ପାଇଁ ଆଣିଛି ସୀତା ମଧ୍ୟ ଗ୍ରହଣ କଲେ | ତେବେ ପ୍ରୟୋଗ ଦାସ ଫେରିବା ବେଳେ ପ୍ରଭୁ ରାମଚନ୍ଦ୍ର ସଳା ହିସାବରେ ତାଙ୍କୁ ଅନେକ ଅଳଙ୍କାର ପ୍ରଦାନ କରିଥିଲେ |

ବାଟରେ ଆସିବା ବେଳେ ରାଜା ପ୍ରୟୋଗ ରାଜାଙ୍କୁ ବନ୍ଧି କରି ନେଇଗଲେ ବାନ୍ଧି କରିବା ସହିତ ଚୋରି କରିବା ଅଭିଯୋଗରେ ମଧ୍ୟ ମାଡ଼ ଦେଲେ ସେତେବେଳ ପର୍ଯ୍ୟନ୍ତ ପ୍ରୟୋଗ ଦାସ ଗୋଟିଏ କଥା କହୁଥିଲେ ମତେ ଏତେ ସୁନା ମୋ ଭଉଣୀ ସୀତା ଓ ଭିଣୋଇ ରାମଚନ୍ଦ୍ର ଦେଇଛନ୍ତି ଯାହା ଶୁଣି ରାଜା ଓ ରାଜ୍ୟ ବସି ତାଙ୍କ ପିତା ମାତାଙ୍କ ଆଶ୍ଚର୍ଯ୍ୟ ହେଲେ ଶେଷରେ ପ୍ରମାଣ ସ୍ୱରୂପ ସ୍ୱୟଂ ଭଗବାନ ପହଂଚି ସମସ୍ତ ସତ୍ୟ କଥା କହିଲେ ସେତେବେଳକୁ ପ୍ରୟୋଗ ଦାସଙ୍କ ଶରୀର ମାଡ଼ରେ ନାଲି ପଡିଯାଇଥାଏ | ତେବେ ପ୍ରୟୋଗ ଦାସ ଭିଣୋଇ ରାମଙ୍କ ଉପରେ କ୍ରୋଧ କରି କହିଲେ ମୁ କହିଛି ତୁମେ ଖାଇଲେ ହିଁ ଜାଣିବ କଷ୍ଟ କେତେ ଆଉ ସେହି ସମୟରେ ରାମଚନ୍ଦ୍ର ପ୍ରୟୋଗ ଦାସଙ୍କୁ ପିଠି ଦେଖାଇ ଦେଲେ ପ୍ରୟୋଗ ଦାସ ବିଧାଟିଏ ଥୋଇ କହିଲେ ମୋ ଭଉଣୀଙ୍କୁ କଷ୍ଟ ଦେବନି ସେହି ଦିନ ଠାରୁ ଏହି ପ୍ରଥା ଚାଲିଆସୁଛି | ସାନ ହୋଇ ମଧ୍ୟ ବଡ ଭିଣୋଇକୁ ବିଧା ଦିଅନ୍ତି ସଳା

Leave a Reply

Your email address will not be published. Required fields are marked *