ନମସ୍କାର ବନ୍ଧୁଗଣ ବେଳେ ବେଳେ ଆପଣଙ୍କ ଆଖି ଆଗରେ ଥିବା ଜିନିଷକୁ ବି ଆପଣ ସଠିକ୍ ଭାବେ ଚିହ୍ନି ନଥାନ୍ତି କିମ୍ବା ତା ପଛରେ ଥିବା କାହାଣୀକୁ ଜାଣି ନଥାନ୍ତି। ତେବେ ଆପଣମାନେ ତ ଏହି ସୁନ୍ଦର ଦେଖା ଯାଉଥିବା ସମୁଦ୍ରକୁ ବେଶ୍ ଭଲ ଭାବରେ ଜାଣିଥିବେ ହେଲେ ଆପଣମାନେ ଏହି ସୁନ୍ଦର ଦେଖା ଯାଉଥିବା ସମୁଦ୍ରର କାହାଣୀ କଣ ଜାଣିଛନ୍ତି ଆଖି ପାଉ ନଥିବା ଏହି ସମୁଦ୍ର ତଳେ କଣ ରହିଛି କେବେ ଚିନ୍ତା କରିଛନ୍ତି କି ଅକାତ ପାଣି କେଉଁଠୁ ଆରମ୍ଭ ଓ କେଉଁଠି ଶେଷ ହେଉଛି ଆପଣମାନେ ଜାଣିଛନ୍ତି କି ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଏସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା ଏବଂ ଜାଣିବା ସମୁଦ୍ର ତଳେ କଣ ଥିବ।
ଆମର ଏହି ଦୁନିଆ ସୃଷ୍ଟି ହେବା ପଛରେ ବି ଏହି ସମୁଦ୍ରର ହାତ ରହିଛି କହିବାକୁ ଗଲେ ମଣିଷ ଏହି ଦୁନିଆକୁ ଆସିବା ପୂର୍ବରୁ ବି ସମୁଦ୍ର ଅଛି ହେଲେ ଯେବେ ଠାରୁ ମଣିଷ ଜନ୍ମ ନେଲା ସେବେଠାରୁ ଏହି ସମୁଦ୍ରର ଅକାତ ପାଣି ଓ ଲମ୍ବର ପରିକଳ୍ପନା କରି ପାରିଲା ନାହିଁ ସମୁଦ୍ରର ମାତ୍ର ୫ ପ୍ରତିଶତ ଭାଗ ଏହି ମଣିଷ ଖୋଳ ତାଡ଼ କରି ପାରିଛି। ବୈଜ୍ଞାନିକ ମାନେ ସମୁଦ୍ରର ରହସ୍ୟ ବିଷୟରେ ଜାଣିବା ପାଇଁ ରିସର୍ଚ୍ଚ ଜାରୀ ତ ରଖିଛନ୍ତି କିନ୍ତୁ ତାହାକୁ ଭେଦ କରିବା ଏତେଟା ସହଜ ନୁହେଁ। ତେବେ ଆଜିଯାଏଁ ସମୁଦ୍ର ଭିତରେ ଯାହାବି ରହିଛି ସେହି ବିଷୟରେ ଯେତେ ପରୀକ୍ଷା ହେଇଛି ସେଥିରୁ ଗୋଟିଏ ଜଗା ଏପର୍ଯ୍ୟନ୍ତ ମଣିଷ ପହଞ୍ଚି ପାରିଛି ତାହା ହେଲା ଚ୍ୟାଲେଞ୍ଜର ଡିପ୍।
ପ୍ରଶାନ୍ତ ମହାସାଗରର ଗଭୀରତାକୁ ଯାଇ ମଣିଷ କେବଳ ୧୧ ହଜାର ମିଟରର ରାସ୍ତା ଅତିକ୍ରମ କରିଛି ଯାହା ସାଧାରଣରେ ଅସମ୍ଭବ ଆଉ ଚ୍ୟାଲେଞ୍ଜର ଡିପ୍ କୁ ଯାଇ ମାତ୍ର ୮ ଜଣ ଜୀବିତ ଫେରି ଆସିଛନ୍ତି। ଏଠାରେ ସୂର୍ଯ୍ୟ କିରଣ ପଡେ ନାହିଁ ସଂପୂର୍ଣ୍ଣ ଭାବରେ ଅନ୍ଧକାର ରହିଥାଏ ଏହି ଜାଗାଟି ଆଉ ଏଠାରେ ପାଣିର ପ୍ରେସର୍ ମଧ୍ୟ ଖୁବ୍ ଅଧିକ ରହିଥାଏ। ଏହି ଚ୍ୟାଲେଞ୍ଜର ଡିପ୍ କୁ ମଧ୍ୟ କଳ୍ପନା କରିବା ଏତେ ସହଜ ନୁହେଁ ଏହାଠାରୁ ଆହୁରି ଗଭୀରତାକୁ ମାପିବା ମଣିଷ ପାଖରେ ସମ୍ଭବ ହୋଇନାହିଁ କିନ୍ତୁ ସେ ଗଭୀରତା ଏଯାଏଁ ରହିଛି। ଯଦି ଗୋଟିଏ ସାଧାରଣ ଲୋକ ସମୁଦ୍ରର ଗଭୀରତାକୁ ମାପିବାକୁ ଚାହେଁ ସେ ଯଦି ଗୋଟିଏ ଗୋଟିଏ କିଲୋମିଟର ବାଟ ଯଦି ସମୁଦ୍ରର ଗଭୀରତାକୁ ଯାଏ ତାହେଲେ ତାଙ୍କୁ ଅକ୍ସିଯେନ ସିଲିଣ୍ଡର ନେବାକୁ ପଡ଼ିଥାଏ ଏବଂ ଅକ୍ସିଯେନ ସିଲିଣ୍ଡର ନେଇ ବି ଗୋଟିଏ ବ୍ୟକ୍ତିକୁ ୧ କିଲୋମିଟର ଯିବା ବୋହୁତ କଷ୍ଟ କାରଣ ପାଣିର ପ୍ରେସର୍ ଏତେ ବଢିଯିବ ଯେ ତାର ଫୁସ୍ ଫୁସ୍ ସେହି ସ୍ଥାନରେ ଫାଟିଯିବାର ସମ୍ଭାବନା ରହିଛି।
ଆପଣମାନେ ବ୍ଲୁହୁଏଲ୍ ବିଷୟରେ ନିଶ୍ଚିତ ଶୁଣିଥିବେ ତେବେ ଏହି ଗଭୀରତା ଭିତରେ ବ୍ଲୁହୁଏଲ୍ ମଧ୍ୟ ଦେଖିବାକୁ ମିଳେ ଏବଂ ବିଭିନ୍ନ ପ୍ରଜାତିର ମାଛ କୀଟ ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳନ୍ତି ଯାହାକୁ ସମିଦ୍ରୀ ଜୀବ ବୋଲି କୁହାଯାଏ। ହେଲେ କିଛି ଜିଓଲୋଜିଷ୍ଟଙ୍କ ଅନୁସାରେ ସମୁଦ୍ରର କିଛି ଗଭୀର ଦେଖିବାକୁ ସୁନ୍ଦର ହେଲେ ତାପରେ ତାର ରୂପ ଭୟଙ୍କର ହେଇଯାଏ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ ସମୁଦ୍ରର ମାତ୍ର ୮୦୦ ମୋଟର ତଳେ ଜ୍ୱାଳାମୁଖୀ ମଧ୍ୟ ଅଛି ଏହା ପ୍ରତି ସମୟରେ ସମୁଦ୍ର ଗର୍ଭରେ ରହି ମଧ୍ୟ ବିସ୍ପୋରଣ ହୁଏ ଏହିଭଳି ସ୍ଥିତି ଦେଇ ମଣିଷ ୧୧ ହଜାର ମିଟର ଯାଏଁ ପହଞ୍ଚି ପାରିଛି ଯାହାକୁ ଆମେ ଚ୍ୟାଲେଞ୍ଜର ଡିପ୍ ବୋଲି କହୁଛନ୍ତି। ତେବେ ସମୁଦ୍ରର ଗଭୀରତା ମାପିବା ମନୁଷ୍ୟ ପାଇଁ ଯେତେ ସମ୍ଭବ ହୋଇଛି ତାହା ତ ଆପଣମାନେ ଜାଣିଲେ ଏବେ ଆସନ୍ତୁ ଜାଣିବା ପ୍ରକୃତରେ ସମୁଦ୍ର ତଳେ କଣ ଥିବ।
ପ୍ରକୃତରେ ସମୁଦ୍ର ତଳେ ଆଉ କିଛି ନୁହେଁ କେବଳ ପାଣି ହିଁ ପାଣି ରହିଛି ହେଲେ ଏହି ପାଣି ସମୁଦ୍ରରୁ ଆସି ନାହିଁ ଯେତେବେଳେ ଏହି ପୃଥିବୀରେ ଜୀବନର ସୃଷ୍ଟି ହେଲା ସେତେବେଳେ ଏକ ବାତାବରଣ ପ୍ରଥମେ ତିଆରି ହେଲା ଆଉ ମୌସୁମୀ ଚକ୍ର ମଧ୍ୟ ଆରମ୍ଭ ହେଲା ଯେଉଁଥିରେ ଖରା ବର୍ଷା ଶୀତ ସହିତ ଆହୁରି ୩ଟି ଋତୁ ମଧ୍ୟ ଅନୁଭୂତ ହୁଏ କିନ୍ତୁ ପ୍ରକୃତରେ ଯେତେବେଳେ ମୌସୁମୀ ଚକ୍ର ଆରମ୍ଭ ହେଲା ସେତେବେଳେ କେବଳ ବର୍ଷା ଋତୁ ହିଁ ରହିଥିଲା ଯେଉଁଥିରେ ପୃଥିବୀରେ ଅନେକ ଦିନ ଧରି ବର୍ଷା ଲଗାତାର ହେଉଥିଲା ଆଉ ସବୁଆଡେ ଜଳମୟ ହୋଇଗଲା ହେଲେ ଧୀରେ ଧୀରେ ମାଟି ସବୁ ପାଣିକୁ ନିଜ ଭିତରକୁ ଟାଣିନେଲା ଆଉ କିଛି ବଳି ଯାଇଥିବା ପାଇଁ ନଦୀ ଓ ସମୁଦ୍ରର ରୂପ ଧାରଣ କଲା ଯାହା ଧୀରେ ଧୀରେ ବିଶାଳକାୟ ସାଗରରେ ପରିଣତ ହେଇଗଲା ଆଉ ପରବର୍ତ୍ତୀ ସମୟରେ ମାଛ କୀଟ ପତଙ୍ଗ ଏବଂ ଜୀବଜନ୍ତୁ ସେହି ସମୁଦ୍ର ମଧ୍ୟରେ ଜନ୍ମ ନେଇଛନ୍ତି ଦର୍ଶକ ବନ୍ଧୁ ସେଇଥି ପାଇଁ କୁହାଯାଏ ଆମ ପୃଥିବୀରେ ୭୦ ଭାଗ ଜଳ ଓ ବାକି ୩୦ ଭାଗ ସ୍ଥଳଭାଗ ରହିଛି ସେଥିପାଇଁ ମନୁଷ୍ୟ ଏହି ଅକାତ ପାଣିକୁ ମାପିବା ପାଇଁ ଏଯାଏଁ ସମର୍ଥ ହୋଇ ପାରି ନାହିଁ କାହିଁକି ନା ସମୁଦ୍ରର ଆଦି କିମ୍ବା ଅନ୍ତ କିଛିବି ନାହିଁ।