ବନ୍ଧୁଗଣ ଆଜିକାଲି କିଛି ଲୋକଙ୍କ ଠାରେ ଦାନ୍ତ ବିନ୍ଧା ସମସ୍ଯା ଅଧିକ ଦେଖା ଯାଇଥାଏ । ଯାହା ଦ୍ଵାରା ଲୋକେ ବହୁତ କଷ୍ଟ ଅନୁଭବ କରିଥାନ୍ତି । ଏଥିପାଇଁ ଲୋକ ମାନେ ଅନେକ ମେଡ଼ିସିନର ବ୍ୟବହାର କରିଥାନ୍ତି । କିନ୍ତୁ କିଛି ସମୟ ପାଇଁ ଦାନ୍ତ ବିନ୍ଧା ଭଲ ହୋଇଥିଲେ ମଧ୍ୟ ପରେ ପୁଣି ଥରେ ଆରମ୍ଭ ହୋଇଯାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ୩ଟି ଘରୋଇ ଉପଚାର ନେଇ ଆସିଛୁ ଯାହା କରିବା ଦ୍ଵାରା ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଭଲ ହୋଇଯିବ । ଏଥିପାଇଁ ପ୍ରଥମ ରେମେଦିର ପାଇଁ ଆବଶ୍ୟକ ରହିଛି ହେଙ୍ଗୁ ଯାହା କୌଣସି ଦୋକାନରୁ ସହଜରେ ମିଳିଯିବ ।
୪ରୁ ୫ ଚିମୁଟା ହେଙ୍ଗୁ ପାଉଡର ନିଅନ୍ତୁ । ଏହା ପରେ ଆଡ କରରୁ ଏକ ଚାମଚ ଲେମ୍ବୁ ରସ । ଏହା ପରେ ଏହି ୨ଟି ସାମଗ୍ରୀର ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ଏହାକୁ ଅଳ୍ପ ଗରମ କରନ୍ତୁ । ଏହା ପରେ ଏକ କଟନ ତୁଳା ସାହାଯ୍ୟରେ ଦାନ୍ତ ବିନ୍ଧୁଛି ବା ପୋକ ହୋଇ ଯାଇଛି ଏହାକୁ ଏକ ଘଣ୍ଟା ଯାଏଁ ଲଗାଇ ରଖନ୍ତୁ । ସେହି ସମୟ ମଧ୍ୟରେ ଆପଣ କୌଣସି ଖାଦ୍ୟ ବା ପାଣିର ସେବନ କରନ୍ତୁ ନାହି । ଏହି ରେମେଡିର ପ୍ରୟୋଗ କରିବା ପରେ ତତକ୍ଷଣାତ ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଦୂର ହେବ । ଦିତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ପିଆଜ ।
ଗୋଟେ ପିଜା ନେଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ଏହାର ରସ ବାହାର କରନ୍ତୁ । ଏଥିପାଇଁ ଆପଣ ଗୋଟିଏ କଟନ ତୁଳା ନେଇ ପିଜା ରସକୁ ଦାନ୍ତ ବିନ୍ଧା ଜାଗାରେ ଏକ ଘଣ୍ଟା ଯାଏଁ ଲଗାଇ ରଖନ୍ତୁ ଏହି ସମୟରେ ଖାଦ୍ୟ ବା ପାଣିର ସେବନ କରନ୍ତୁ ନାହି । ଏହାର ପ୍ରୟୋଗ କରିଲେ ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଦୂର ହୋଇଯିବ । ତୃତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ପିଜୁଳି ପତ୍ର । ଆପଣ ୨ରୁ ୩ଟି ପିଜୁଳି ପତ୍ର ଆଣି ଦାନ୍ତ ବିନ୍ଧିବା ସମୟରେ ଭଲ ଭାବେ ଚୋବାଇ ଦିଅନ୍ତୁ ।
ଯଦି ଆପଣ ପିଜୁଳି ପତ୍ର ଚୋବାଇ ପାରିବେ ନାହି ତେବେ ଏକ ଗ୍ଳାସ ପାଣିରେ ୫ରୁ ୧୦ଟି ପିଜୁଳି ପତ୍ର ପକାଇ ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଆପଣ ୫ରୁ ୧୦ ମିନିଟ ଯାଏଁ ଏହି ପାଣିକୁ କୁଳିକରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଭଲ ହେବ । ଯଦି ଆପଣଙ୍କର ପାଇରିୟା ଭଳି ସମସ୍ଯା ରହିଛି ତେବେ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା ଭଲ ହୋଇଯିବ । ଏହା ସହ ଯଦି ଆପଣଙ୍କର ପାଟି ଦୁର୍ଗନ୍ଧ ହେଉଛି ତେବେ ମଧ୍ୟ ଆପଣ ଏହି ରେମେଡି ର ବ୍ୟବହାର କରି ପାରିବେ ।
ତେବେ ଏହା ଥିଲା ୩ ପ୍ରକାରର ଘରୋଇ ଉପଚାର ଯାହାର ବ୍ୟବହାର କରିବା ଦ୍ଵାରା ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଦୂର ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।