ଫୁଣି କ୍ରିକେଟ କୁ ଫେରିବେ କିମ୍ବଦନ୍ତୀ ଯୁବରାଜ ସିଂ | ଆଇପିଏଲ ଇତିହାସ ର ଜଣେ ସଫଳ ଖେଳାଳୀ ହେଉଛନ୍ତି ଯୁବରାଜ ସିଂ | ସେ ୩୨ ଟି ମ୍ୟାଚ ରେ ୨୦୨୫ ରନ ସଂଗ୍ରହ କରିଛନ୍ତି ଏବଂ ଛତିଶି ଟି ଉଇକେଟ ମଧ୍ୟ ନେଇଛନ୍ତି | ପୂର୍ବତ୍ତନ ଭାରତର କ୍ରିକେଟର ଯଥା ବାମ ହାତି ବ୍ୟାଟ ମ୍ୟାନ୍ ଯୁବରାଜ ସିଂ ୬ବର୍ଷ ପରେ IPL କୁ ଫେରିପାରନ୍ତି | ତେବେ ଏଥର ସେ ଖେଳାଳୀ ଭାବେ ନୁହଁ କୋଚ ଭାବେ ପଡିଆ କୁ ପ୍ରବେଶ କରିପାରନ୍ତି | ଖବର ଅନୁଯାୟି ଗୁଜୁରାଟ ଟାଇଟେନ୍ସ ଦଳ ଯୁବରାଜ ସିଂ କୁ ନୂତନ କୋଚ କରିବାକୁ ଚାହୁଁଚି |
୨୦୨୨ ରେ ଗୁଜୁରାଟ ଟାଇଟେନ୍ସ ଚମତ୍କାର ପ୍ରଦର୍ଶନ କରି ସେମାନଙ୍କ ର ପ୍ରଥମ ଟାଇଟେଲ ଜିତିଥିଲା | ୨୦୨୩ ରେ ମଧ୍ୟ ସେ ଫାଇନାଲ ରେ ପହଂଚିଥିଲା କିନ୍ତୁ ସେମାନେ ଚେନ୍ନାଇ ସୁପର କିଙ୍ଗ ଦ୍ୱାରା ପରାସ୍ତ ହୋଇଥିଲେ | ଚଳିତ ବର୍ଷ ଦଳ ର ପ୍ରଦଶର୍ନ ବିଶେଷ ନଥିଲା ପଏଣ୍ଟ ଟେବଲ ରେ ଅଷ୍ଟମ ସ୍ଥାନ ରେ ରହିଥିଲା | ସେବେ ଠାରୁ ଦଳ ର ବିଶେଷ ପରିବର୍ତ୍ତନ ସାମ୍ନା କୁ ଆସିଛି | ମେଗା ନିଲାମ ପୂର୍ବରୁ ଆଶିଷ ମେହେରା ଓ ବିକ୍ରମ ସଲାଙ୍କି ଦଳ ଛାଡିପାରନ୍ତି ବୋଲି ସୂଚନା ମିଳିଛି |
ଏ ସମୟ ରେ ଗୁଜୁରାଟ ଟାଇଟେନ୍ସ ଯୁବରାଜ ସିଂ ଙ୍କ ସହ ଯୋଗାଯୋଗ କରୁଛି ଏବଂ ତାଙ୍କ ଦଳ ସହ ନୂତନ କପ ଛୁଇଁବ ବୋଲି ଖବର ମିଳୁଛି | ଆଇପିଏଲ ରେ ଯୁବରାଜ ସିଂ ବଡ଼ ରେକର୍ଡ କରିଛନ୍ତି | ଯୁବରାଜ ସିଂ ଆଇପିଏଲ ଇତିହାସ ରେ ଅନ୍ୟତମ ଖେଳାଳୀ ସେ ୧୩୨ ଟି ମ୍ୟାଚ ରେ ୨୭୫୦ ରନ ସଂଗ୍ରହ କରିଛନ୍ତି | ୩୬ ଟି ଉଇକେଟ ମଧ୍ୟ ନେଇଛନ୍ତି | ଉଭ ଆଇପିଏଲ ରେ ପଞ୍ଜାବ କିଂସ, ପୁନେ ୱାରୀୟରସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର୍, ଦିଲ୍ଲୀ କ୍ୟାପିଟାଲ, ସନ ରାଇଜର ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି |
୨୦୧୯ ମସିହା ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ | ଯୁବରାଜ ସିଂ ଙ୍କ କୋଚିଂ ଅଭିଜ୍ଞତା, ଯୁବରାଜ ସିଂ ଙ୍କ ର ଆଇପିଏଲ୍ ରେ କୌଣସି ଅଭିଜ୍ଞତା ନାହିଁ | କିଛି ସମୟ ପାଇଁ ସୁମନ ଗିଲ୍, ଅଭିଷେକ୍ ଶର୍ମା କିଛି ଯୁବ ଖେଳାଳୀ ଙ୍କୁ ପରାମର୍ଶ ଦେଇଛନ୍ତି | ସୁମନ ଗିଲ୍ ଏବେ ଗୁଜୁରାଟ ଟାଇଟେନ୍ସ ର ଅଧିନାୟକ ଅଛନ୍ତି | ବିଶ୍ୱାସ କରାଯାଏ ଯେ ଯୁବରାଜ ସିଂ ଏବଂ ସୁମନ ଗିଲ୍ ଙ୍କ ମଧ୍ୟ ରେ ଭଲ ସମ୍ପର୍କ ରହିଛି | ଏବଂ ଗୁଜୁରାଟ ଟାଇଟେନ୍ସ ତାଙ୍କୁ ନିଜର କୋଚ କରିବାକୁ ଚାହୁଁଚି ଏବଂ ଯୁବରାଜ ସିଂ ଯଦି କୋଚ ହୁଅନ୍ତି ତେବେ ତାଙ୍କ ପାଇଁ ଏହା ଏକ ଚାଲେଞ୍ଜେ ହେବ | ସେ ଏହି ଚାଲେଞ୍ଜେ କୁ କେତେ ଭଲ ଭାବରେ ଗ୍ରହଣ କରନ୍ତି ତାହା ଦେଖିବା ଉ ସମସ୍ତେ ଅପେକ୍ଷା ରେ |