ତୁଳସୀ ସନାତନ ଧର୍ମ ଏବଂ ଆମ ବାସ୍ତୁ ଶାସ୍ତ୍ରର ଏକ ମହତପୂର୍ଣ୍ଣ ତତ୍ତ୍ଵ,ଯାହାର ସଠିକ୍ ଉପସ୍ଥିତି ଏବଂ ସଠିକ୍ ବ୍ୟବହାର ଆପଣଙ୍କ ଜୀବନର ମୁହୂର୍ତ୍ତ ନିର୍ଦ୍ଧାରିତ କରିଥାଏ। ଏହା ଆପଣ ଜାଣିଥିବେ ଆମର ଶାସ୍ତ୍ର ଏବଂ ବିଜ୍ଞାନରେ ଅନେକ ତୁଳସୀର ଗୁଣାବଳୀ ରହିଅଛି। ଘର ମଧ୍ୟରେ ତୁଳସୀର ଉପସ୍ଥିତି ଘରର ପ୍ରତ୍ୟେକ ନକାରାତ୍ମକତା ଦୂର କରିଥାଏ। ଏହା ସହିତ ତୁଳସୀର ସୁଗନ୍ଧ ପ୍ରତ୍ୟକ୍ଷ ଘର ମଧ୍ୟରେ ଶାନ୍ତି ବଜାୟ ରଖିଥାଏ। ଏବଂ ଏହି ଆପଣଙ୍କ ଜୀବନରେ ଚାଲିଥିବା ପ୍ରତ୍ୟେକ ସମସ୍ୟା ଦୂର କରିବା ସହିତ ଜି ଜୀବନରେ ଉନ୍ନତିର ମାର୍ଗ ଆଣି ଆସିଥାଏ। ତୁଳସୀର ଏହିସବୁ ଗୁଣାବଳୀ ସେତେବେଳେ ପ୍ରତିଫଳିତ ହୋଇଥାଏ ଯେତେବେଳେ ତୁଳସୀର ସଠିକ୍ ବ୍ୟବହାର ଘର ମଧ୍ୟରେ ସଠିକ୍ ସ୍ଥିତି ଏବଂ ଯେତେବେଳେ ତୁଳସୀର ସଠିକ୍ ଭାବରେ ପୂଜା କରାଯାଇଥାଏ। ଆଜି ଆସନ୍ତୁ ଜାଣିବା ତୁଳସୀର ଏପରି ପୂଜା ବା ଏପରି ବ୍ୟବହାର ଯାହାକି ଆପଣଙ୍କୁ ବର୍ବାଦ କରିଦେଇଥାଏ। ଏହି ତୁଳସୀର ପ୍ରଭାବରେ ଆପଣ କେବେହେଲେ ଖୁସିରେ ରହିପରାନ୍ତି ନାହିଁ।
ତୁଳସୀ ଗଛକୁ ଘର ମଧ୍ୟରେ ସ୍ଥାପିତ କରିବାର ଶୁଭ ଦିନ ହେଉଛି ଗୁରୁବାର, ଏକାଦଶୀ ଏବଂ କାର୍ତ୍ତିକ ମାସ ହୋଇଥାଏ। ଏହି ଦିନ ଗୁଡ଼ିକରେ ଘର ମଧ୍ୟରେ ବା ଘରର ଅଗଣାରେ ତୁଳସୀ ବା ବୃନ୍ଦାବତୀଙ୍କୁ ସ୍ଥାପନ କରିବା ଶୁଭ ହୋଇଥାଏ। ଏହି ପବିତ୍ର ତୁଳସୀକୁ ସ୍ଥାପନ କରିଥିବା ସ୍ଥାନରେ ଅନ୍ୟ କୌଣସି ଗଛ, କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ୍ ହୋଇଥାଏ। ଏହି ବୃନ୍ଦାବତୀ ବା ଚଉଁରାର ଉପସ୍ଥିତି ପୂର୍ବ କିମ୍ବା ଉତ୍ତର ନଚେତ୍ ଉତ୍ତରପୂର୍ବ ଦିଗରେ ରହିବା ଘରପ୍ରତି ଅନେକ ଶୁଭଦାୟକ ହୋଇଥାଏ। ଦକ୍ଷିଣ ଦିଗରେ ଚଉଁରାର ଉପସ୍ଥିତି ଘର ମଧ୍ୟରେ ସବୁବେଳେ ଅଶାନ୍ତି କରିଥାଏ। ଯାହାକି ବାସ୍ତୁ ଜନିତ ପ୍ରଭାବରେ ଘରର ଆର୍ଥିକ କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହୋଇଥାଏ। ଏହି ପବିତ୍ର ତୁଳସୀ ବା ଚଉଁରା ନିକଟରେ କୌଣସି ଧାରୁଆ ଅସ୍ତ୍ର ଯେପରି ଛୁରୀ, କଟୁରୀ ପରି ବସ୍ତୁର ବ୍ୟବହାର କରନ୍ତୁ ନାହିଁ। ମହିଳାମାନେ
ଅଗଣାରେ ରଖିଥିବା ବୃନ୍ଦାବତୀ ବା ଚଉଁରା ନିକଟରେ ବସି ନିଜର ଶରୀରରେ କିମ୍ବା ନିଜ ମୁଣ୍ଡରେ ତେଲ ମାରନ୍ତୁ ନାହିଁ କି ମୁଣ୍ଡ ଚୁଟି ଖୋଲାକରି ବସନ୍ତୁ ନାହିଁ। ଏପରି କରିବା ଦ୍ବାରା ଘର ମଧ୍ୟରୁ ଅଧିକ ନକାରାତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ। ମହିଳାମାନଙ୍କର ମାନସିକ ଏବଂ ଶାରିରୀକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ ଯାହାକି ଘର ପ୍ରତି ବିପଦପୂର୍ଣ୍ଣ ହୋଇଥାଏ। ପବିତ୍ର ତୁଳସୀ ଗଛର ପତ୍ରକୁ ସେବନ କରିବା ସମୟରେ କଦାପି ସେହି ପତ୍ରକୁ ଚୋବେଇ ଚୋବେଇ ଖାଇବା ଉଚିତ୍ ନୁହେଁ। ସେହି ପତ୍ରକୁ ସିଧା ଢ଼ୋକି ଦେବା ହିଁ ଉଚିତ୍ ହୋଇଥାଏ।
ଯେଉଁ ମହିଳାମାନେ ନିଜର ମାସିକ ଧର୍ମ ପାଳନ କରୁଥାନ୍ତି ସେହି ସମୟରେ ତୁଳସୀ ଗଛକୁ ଛୁଇଁବା କିମ୍ବା ତୁଳସୀ ପତ୍ରକୁ ଛିଡ଼ାଇବା ଅଶୁଭ ହୋଇଥାଏ। ଏହା ସହିତ ଅପବିତ୍ର ସମୟ ଅଣସୁଧିୟା, ଛୁତିକିୟା ପାଳନ କରୁଥିବାବେଳେ ଘର ମଧ୍ୟରେ ତୁଳସୀର ପୂଜା କରିବା ଅନୁଚିତ୍ ହୋଇଥାଏ। ତୁଳସୀର ମୃତ୍ୟୁ କିମ୍ବା ତୁଳସୀ ଗଛ ଶୁଖିଯିବ ପରେ ସେହି ତୁଳସୀକୁ ଘରଠାରୁ ଯଥା ଶୀଘ୍ର ଦୂରାଇ ପାଣିରେ ବିସର୍ଜନ କରିଦେବା ଉଚିତ୍। ଏହା ସହିତ ଘର ମଧ୍ୟରେ ବେଶୀ ଦିନ ପର୍ଯ୍ୟନ୍ତ ଶୁଖୁଯିବା ତୁଳସୀକୁ ରଖନ୍ତୁ ନାହିଁ। ମୁଖ୍ୟତଃ ତୁଳସୀର ବିସର୍ଜନ ଗୁରୁବାର ଦିନ କରିବା ଉଚିତ୍ ହୋଇଥାଏ। ବିବାହିତ ମହିଳାମାନେ ଭୁଲରେ ବି ତୁଳସୀର ଫୁଲ ବା ତୁଳସୀର ଚୂଳକୁ ଛିଡାଇବା ବା ସେବନ କରିବା ଉଚିତ୍ ହୋଇ ନଥାଏ।
ଏହା ତାଙ୍କପାଇଁ ସଂପୂର୍ଣ୍ଣ ବାର୍ଜିତ ଅଟେ। ଘରର ଚଉଁରାକୁ ସଂପୂର୍ଣ୍ଣ ଘର ଭିତରେ ସ୍ଥାପିତ କରନ୍ତୁ ନାହିଁ। ଘରର ଅଗଣା କିମ୍ବା ବାଲକୁନିରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିବା ସ୍ଥାନରେ ସ୍ଥାପିତ କରନ୍ତୁ। ଘରର ସ୍ବଚ୍ଛତା,ପବିତ୍ରତା ଏବଂ ଘରେ ଶାନ୍ତି ବଜାୟ ରଖିବା ପାଇଁ ଗୋଟିଏ ତୁଳସୀ ପତ୍ରକୁ ଆଣି ଘର ମଝିରେ ସ୍ଥାପିତ କରନ୍ତୁ। ଏବଂ ସେହି ତୁଳସୀର ପୂଜା ସବୁଦିନ ସକାଳେ ଏବଂ ସନ୍ଧ୍ୟାବେଳେ ଗୋଟିଏ ଦ୍ଵୀପ ଲଗାଇ କରିବା ସହିତ ସେହି ତୁଳସୀ ଗଛର ପତ୍ରକୁ କଦାପି ଛିଡ଼ାନ୍ତୁ ନାହିଁ। ଏବଂ ଘରର ଉନ୍ନତି ପାଇଁ ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇଥିବା ତୁଳସୀ ମାଳକୁ ଭଗଵାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ନିକଟରେ ଚଢ଼ାନ୍ତୁ ଏପରି କରିବା ଦ୍ବାରା ଘରର ଆର୍ଥିକ ସ୍ଥିତି ପରିବର୍ତ୍ତନ ହେବା ସହିତ ଘର ମଧ୍ୟରେ ଧନର ବୃଦ୍ଧି ହୋଇଥାଏ। କିନ୍ତୁ ଭୁଲ୍ କରି ବି ଭଗଵାନ ଶିବ, ଭଗଵାନ ଗଣେଷଙ୍କ ନିକଟରେ ଏହି ପବିତ୍ର ତୁଳସୀ ମାଳକୁ ଚଢ଼ାନ୍ତୁ ନାହିଁ। ଏହି ପବିତ୍ର ତୁଳସୀର ପ୍ରଭାବ ଅନେକ ଥାଏ ଯାହାକି ଆପଣଙ୍କର ଜୀବନକୁ ନଷ୍ଟ କରିପାରେ। ଏହି ପବିତ୍ର ତୁଳସୀର ପ୍ରତିଫଳ ବା ଶୁଭଫଳ ଠିକ୍ ରେ ବ୍ୟବହାର କରିବା ଦ୍ଵାରା ଜୀବନକୁ ଉନ୍ନତିର ମାର୍ଗରେ ନେଇଚାଲେ।