ନମସ୍କାର ବନ୍ଧୁଗଣ ଏହି ଦୁନିଆରେ ଏକ ଅଦ୍ଭୁତ କଥା ଦେଖାଯାଏ ସମସ୍ତେ ଜାଣିଛନ୍ତି ଯିଏ ଜୀବନସାରା ସବୁବେଳେ ପୂଜା ପାଠ କରେ ମନ୍ଦିର ପ୍ରତିଦିନ ଯାଏ ସତ୍ ପଥରେ ଥାଏ କାହାର କବେ ଅନିଷ୍ଠ କରେନାହିଁ ଦାନ ଧର୍ମ କରିଥାଏ ଅନ୍ୟକୁ ସାହାଯ୍ୟ କରିଥାଏ ସବୁବେଳେ ଈଶ୍ୱରଙ୍କୁ ଭଜନ କରେ ସେ ବୋହୁତ ଦୁଃଖରେ ଥାଏ ସମସ୍ତେ ତାକୁ ହଇରାଣ କରିଥାନ୍ତି ଜୀବନସାରା ବୋହୁତ କଷ୍ଟ ସିଏ ଭୋଗିଥାଏ କିନ୍ତୁ କିଏ କେବେ ପୂଜା ପାଠ କରେନାହିଁ କି ସେଥିରେ ବିଶ୍ୱାସ କରେ ନାହିଁ ଅସତ୍ ମାର୍ଗରେ ସବୁବେଳେ ଯାଉଥାଏ ଚୋରି ଡକାୟତି ସବୁବେଳେ କରେ ଅନ୍ୟକୁ ହଇରାଣ କରେ ସେ ସୁଖରେ ବାସ କରିଥାଏ ସେମାନଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥାନ୍ତି ଏହି କଥାକୁ ଦେଖି ପ୍ରଶ୍ନ ଉଠେ ସତରେ କଣ ଭଗଵାନ ଏହି ଦୁନିଆରେ ନାହାଁନ୍ତି ଭଗଵାନ ଥାଉ ଥାଉ କଣ ଏପରି ଅନ୍ୟ ହେଇ ପାରିବ ଏହିପରି ମନକୁ ବୋହୁତ ପ୍ରଶ୍ନ ଆସିଥାଏ ଆସନ୍ତୁ ଉତ୍ତର ଜାଣିବା।
ଥରେ ଭଗଵାନ କୃଷ୍ଣ ଆଉ ଅର୍ଜୁନଙ୍କ ମଧ୍ୟରେ ବାର୍ତ୍ତାଳାପ ହେଉଥିଲା ଅର୍ଜୁନ ପ୍ରଧାନ କଲେ ସଖା ମତେ କୁହନ୍ତୁ ଯେଉଁ ଲୋକମାନେ ଭଗଵାନଙ୍କୁ ଭକ୍ତି କରନ୍ତି ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ସେମାନେ କାହିଁକି ଦୁଃଖ କଷ୍ଟରେ ଥାଆନ୍ତି ଆଉ ଯିଏ ଅଧର୍ମ ଅସତ୍ୟ ମାର୍ଗରେ ଥାଆନ୍ତି ସେମାନେ ଭଲରେ ଥାଆନ୍ତି ଏହାର କାରଣ କଣ ଭଗଵାନ ଶ୍ରୀକୃଷ୍ଣ ଗୋଟିଏ ଗଳ୍ପ ମାଧ୍ୟମରେ ଏହାର ଉତ୍ତର ଦେଲେ ଗୋଟିଏ ଗୁରୁଙ୍କର ଦୁଇଜଣ ଶିଷ୍ୟ ଥିଲେ ଦୁଇଜଣ ଶିଷ୍ୟ ବୋହୁତ ବିଦ୍ୱାନ ଥିଲେ ମାତ୍ର ଦୁଇ ଜଣଙ୍କ ମଧ୍ୟରେ ତଫାତ୍ ଏତିକି ଥିଲା ଜଣେ ଭଗଵାନକୁ ମାନୁଥିଲା ପୂଜା ପାଠ କରୁଥିଲା ଜଣେ ପୂଜା ପାଠ କରୁଥିଲା ଆଉ ଅନ୍ୟଜଣେ ମଦ୍ୟପାନ କରୁଥିଲା ତଥା ସବୁବେଳେ ଖରାପ କାମରେ ବ୍ୟସ୍ତ ରହୁଥିଲା ଥରେ ମଦ୍ୟପାନ କରି ରାସ୍ତାରେ ଫେରିବା ସମୟରେ ତାକୁ ସୁନା ମୁଦ୍ରାରେ ଭରା ଏକ ବ୍ୟାଗ୍ ମିଳିଲା ସେ ବୋହୁତ ଖୁସୀ ହୋଇଗଲା ଖୁବ୍ ମଦ ପିଇବି ଟଙ୍କା ପାଇଁ ଆଉ କାହାକୁ ମାଗିବି ନାହିଁ।
ଠିକ୍ ସେହିପରି ଅନ୍ୟ ଜଣେ ଶିଷ୍ୟ ଭଜନ ସାରି ଫେରୁଥିବା ବେଳେ ବାଟରେ ଗୋଟିଏ ଲୁହା କଣ୍ଟା ତା ପାଦରେ ଫୁଟିଗଲା ସେହି ସମୟରେ ମଦ୍ୟପ ଶିଷ୍ୟଟି ତା ପାଖରେ ପହଞ୍ଚିଲା ଆଉ ତାକୁ କଷ୍ଟରେ ଦେଖି ହସିବାକୁ ଲାଗିଲା ଆଉ କହିଲା ତୁ ତ ବୋହୁତ ପୂଜାପାଠ କରୁ ମନ୍ଦିର ଯାଇ ଭଗଵାନଙ୍କୁ ଭଜନ କୀର୍ତ୍ତନ କରୁ ସତସଙ୍ଗ କରୁ କିନ୍ତୁ ତୋ ଭଗଵାନ ତତେ କଣ ଦେଲେ ଆଉ ମତେ ଦେଖେ ମୁଁ କେବେ ମନ୍ଦିର ଯାଏ ନାହିଁ ସତସଙ୍ଗ କରେ ନାହିଁ କଦାପି ଭଲ କାମ କରେ ନାହିଁ ତଥାପି ଦେଖେ ମୁଁ ବୋହୁତ ଖୁସିରେ ଅଛି ଏହି କଥାକୁ ନେଇ ଭଲ ଶିଷ୍ୟଟି ଗୁରୁଙ୍କ ପାଖକୁ ଗଲା ଗୁରୁଙ୍କ ପାଖରେ ମନକଥା ଖୋଲି କହିଲା ଗୁରୁ ହସି ହସି କହିଲେ ଭଗଵାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ।
ତୁମେ ପୂର୍ବ ଜନ୍ମରେ ବୋହୁତ ପାପ କରିଛ ଅନେକ ଲୋକଙ୍କୁ ହ-ତ୍ୟା କରିଛ ଲୋକମାନଙ୍କ ତଣ୍ଟି ଚିପି ଧନ ହରଣ କରିଛ ଯାହାର ପାପ ଫଳ ଯୋଗୁଁ ତୁମର ଆଜି ମୃ-ତ୍ୟୁ ଯୋଗ ଥିଲା ମାତ୍ର ତୁମର ଭଲ କର୍ମ ଏବଂ ଈଶ୍ବରଙ୍କ ଭକ୍ତି ଯୋଗୁଁ ତୁମର ମୃ-ତ୍ୟୁ ବଦଳରେ ଏହି କଣ୍ଟାଟିଏ ଗଳି ଗଲା ମାତ୍ର ତୁମ ମିତ୍ର ପୁର୍ବ ଜନ୍ମରେ ଜଣେ ସନ୍ଥ ମହାପୁରୁଷ ଥିଲେ ସେ ବୋହୁତ ପୁଣ୍ୟ କାମ କରିଛନ୍ତି ତେଣୁ ତାଙ୍କୁ ଏହି ଜନ୍ମରେ ଅନେକ ଧନ ରତ୍ନ ଓ ସମ୍ପତ୍ତି ମିଳିବାର ଥିଲା ମାତ୍ର ତାଙ୍କର ଖରାପ କାମ ଯୋଗୁଁ କୋଟି କୋଟି ଟଙ୍କା ସମ୍ପତ୍ତି ମିଳିବା ପରିବର୍ତ୍ତେ ତାକୁ ସାମାନ୍ୟ ସ୍ଵର୍ଣ୍ଣମୁଦ୍ରା ବ୍ୟାଗ୍ ଟିଏ ମିଳିଲା ଏଣୁ ତୁମେ ଭଗଵାନଙ୍କୁ ଦୋଷ ଦିଅନାହିଁ ବର୍ତ୍ତମାନ ସମୟ ସଦୁପଯୋଗ କର।