ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଘୋଷଣା । ସ୍କୁଲରେ ପଢଥିବା ପିଲାଙ୍କ ଉନ୍ନତି ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଯାହାବି କିଛି ଅପଡେଟ ଆସିଛି ଆସନ୍ତୁ ଜାଣିବା। ଏଣିକି ପିଲାଙ୍କ ଦୈନନ୍ଦିନ ଜୀବନରେ ସାମିଲ ହେବ ଯୋଗାଭ୍ୟାସ। ପ୍ରତ୍ୟେକ ଦିନ ସ୍କୁଲରେ ପ୍ରାର୍ଥନା ପରେ ଯୋଗ ଶିକ୍ଷା କରିବେ ଛାତ୍ରଛାତ୍ରୀ।
ସ୍କୁଲ ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତ କରାଯାଇଛି ଏକ ନୂଆ ଗାଇଡଲାଇନ୍। ମେ’ ୬ ତାରିଖରେ ହୋଇଥୁବା କମିଶନରଙ୍କ ରିଭ୍ୟୁ ମିଟିଂ ନିଷ୍ପତ୍ତାକୁ ନେଇ ସୂଚନା ଜାରି କରାଯାଇଛି। ଏ ନେଇ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ଦୈନନ୍ଦିନ ପ୍ରାର୍ଥନା ପରେ ସ୍କୁଲରେ ପିଲାମାନେ ୧୦ ମିନିଟ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରିବେ ବୋଲି ନିର୍ଦ୍ଦେଶ ଦେଇଛି ଶିକ୍ଷା ନିର୍ଦ୍ଦେଶାଳୟ। ଦଣ୍ଡାୟମାନ । ନିର୍ଦ୍ଦେଶ ଦେଇଛି ଶିକ୍ଷା ନିର୍ଦ୍ଦେଶାଳୟ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ପାଇଁ ସ୍କୁଲରୁ ପ୍ରତିଭା ଚିହ୍ନଟ କରିବା ।
ଏଥିପାଇଁ ସମସ୍ତ ସ୍କୁଲକୁ ଏଭଳି ପରାମର୍ଶ ଦିଆଯାଇଛି। ତେବେ ଯେଉଁ ସ୍କୁଲ ଜିଲ୍ଲା ସୃତରେ ଭଲ । କରିବା। ଏଥିପାଇଁ ସମସ୍ତ ସ୍କୁଲକୁ ଏଭଳି ପରାମର୍ଶ ଦିଆଯାଇଛି। ତେବେ ଯେଉଁ ସ୍କୁଲ ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିବ, ସେହି ସ୍କୁଲକୁ ହିଁ ପୁରସ୍କାର ପ୍ରଦାନ କରାଯିବ। ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମକୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଦିଆଯିବ ବୋଲି ନିର୍ଦ୍ଦଶାବଳୀରେ କୁହାଯାଇଛି ।