ଶନିବାର ଦିନ ଭୁଲରେବି କେବେବି କରନ୍ତୁ ନାହିଁ ଏହି ୪ଟି କାମ,ପ୍ରଭୁ ହନୁମାନ କରିଦେବେ ଦାଣ୍ଡର ଭିକାରୀ ଦାରିଦ୍ରତା ଆପଣଙ୍କ ପିଛା ଛାଡ଼ିବ ନାହିଁ

ବନ୍ଧୁଗଣ ହନୁମାନ ଏକ ଏମିତି ଦେବତା ଅଟନ୍ତି ଯିଏ ତାଙ୍କ ଭକ୍ତ ମାନଙ୍କ ରକ୍ଷା ପାଇଁ ତୁରନ୍ତ ପହଁଚି ଯାଆନ୍ତି ନିଜ ଭକ୍ତର ସବୁ ଅସୁବିଧାକୁ ଦୂର କରିବା ଵାଲା ପ୍ରଭୁ ହନୁମାନ ଅଷ୍ଟ ସିଦ୍ଧିର ସ୍ୱାମୀ ଅଟନ୍ତି ପ୍ରଭୁ ତାଙ୍କ ଭକ୍ତଙ୍କ ସବୁ ମନସ୍କାମନା ପୁରା କରିଥାଆନ୍ତି | ଯେଉଁ ମଣିଷ ପ୍ରତ୍ୟକ ଦିନ ହନୁମାନ ଚାଳିଶ ପଢ଼ିଥାଏ ବା ଶ୍ରୀ ରାମ ନାମ ଜପ କରିଥାଏ ସେହି ମଣିଷ ଜୀବନ ଉପରେ କେବେବି ଖରାପ ଶକ୍ତିର ପ୍ରଭାବ ପଡ଼ି ନଥାଏ | ବନ୍ଧୁଗଣ ପ୍ରଭୁ ହନୁମାନ ଚିରଞ୍ଜିବୀ ଅଟନ୍ତି ତାଙ୍କୁ ପ୍ରଭୁ ଶ୍ରୀରାମ କଳିଯୁଗର ଅନ୍ତ ପର୍ଯ୍ୟନ୍ତ ମୃତ୍ୟୁ ଲୋକରେ ବସ ବାସ କରିବା ପାଇଁ ବରଦାନ ଦେଇଛନ୍ତି ଏଥିପାଇଁ ପ୍ରଭୁ ହନୁମାନ ଆଜିବି ନିଜ ପୂର୍ଣ୍ଣ ସ୍ୱରୂପ ସହିତ ପୃଥିବୀରେ ଅଛନ୍ତି ଏବଂ ଏହାର କିଛି ପ୍ରମାଣ ମଧ୍ୟ ଆମେ ଦେଖିବାକୁ ପାଇଅଛୁ | ସଙ୍କଟ ମୋଚନ ହନୁମାନ ତାଙ୍କର ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ ଯାହା ଶନିବାର ଦିନ ନକରିବା ଉଚିତ |

ପ୍ରଥମ କଥା ଯେଉଁ ଘରେ ଆରଧ୍ୟା ରୁହନ୍ତି ନାହିଁ ଏବଂ ଯେଉଁ ଘରେ ଦେବୀ ଦେବତାଙ୍କ ଉପରେ ଭଗବାନଙ୍କ ଉପରେ ବିଶ୍ୱାସ କରାଯାଏ ନାହିଁ ଯେଉଁ ଘରର ଲୋକମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ନାହିଁ ଏବଂ ଯେଉଁ ଘରେ ଦେବୀ ଦେବତାଙ୍କ ନାଁ ରେ ମଜାଗ ଉଡ଼ାନ୍ତି ଦେବୀ ଦେବତାଙ୍କୁ ଅପମାନ କରନ୍ତି ସେହି ଘରର ଲୋକ ମାନଙ୍କୁ ଭଗବାନ ବୀର ହନୁମାନ କେବେବି ପସନ୍ଦ କରନ୍ତି ନାହିଁ ଏବଂ ନିଜର କୃପା ଦୃଷ୍ଟି ସେହି ଘରର ଲୋକମାନଙ୍କ ଉପରେ ପକାନ୍ତି ନାହିଁ | ପ୍ରଭୁ ବଜରଙ୍ଗ ବାଲି କେବେବି ଖରାପ ସମୟ ବେଳେ ଏମାନଙ୍କ ସାଦ ଦିଅନ୍ତି ନାହିଁ |

ଦ୍ୱିତୀୟ କଥା ଯେଉଁ ଘରେ ମାଂସ ,ଆମିଷ ପ୍ରତ୍ୟକ ଦିନ ଖିଆ ଯାଉଥାଏ ଏବଂ ଯେଉଁ ଘରେ ପ୍ରତ୍ୟକ ଦିନ ମଦ୍ୟ ପାନ କରିବା ସହିତ ନିଶା ଦ୍ରବ୍ୟ ବ୍ୟବହାର କରା ଯାଉଥିବ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ | କାହିଁକିନା ଏସବୁ ଜିନିଷ ମା ଲକ୍ଷ୍ମୀଙ୍କ ଅପ୍ରିୟ ଜିନିଷ ହୋଇଥାଏ ତେଣୁ ଏସବୁ ଜିନିଷ ତାଙ୍କୁ କେବେ ପସନ୍ଦ ହୋଇନଥାଏ ଏହି ସବୁ ଜିନିଷ ବ୍ୟବହାର କରୁଥିବା ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ

ତୃତୀୟ କଥା ଯେଉଁ ଘରେ ମହିଳା ମାନଙ୍କ ଉପରେ ଅପମାନ କରାଯାଏ ଯେଉଁଠି ପୁରୁଷ ନିଜ ମର୍ଦ ପଣିଆ ଦେଖାଇବା ପାଇଁ ମହିଳା ମାନଙ୍କ ଉପରେ ହାତ ଉଠାଇ ଥାଏ ଅଥବା ପ୍ରତିଦିନ ଝଗଡ଼ା କରିଥାଏ ଏମିତି ବ୍ୟକ୍ତିଙ୍କୁ ପ୍ରଭୁ ହନୁମାନ ଦଣ୍ଡର ପ୍ରାପ୍ତ ବୁଝି ଥାଆନ୍ତି ମୃତ୍ୟୁ ପରେ ଏହି ଲୋକ ନର୍କକୁ ଯାଇ ଥାଆନ୍ତି ନିଜ କର୍ମର ଦଣ୍ଡ ମୃ-ତ୍ୟୁ ଲୋକରେ ରହି ଭୋଗଇ ଥାଆନ୍ତି |

ଚତୁର୍ଥରେ ଯେଉଁ ଘରେ ରହୁଥିବା ପରିବାର ଏକତରଫା ଭାଇ ଭାଇ ମଧ୍ୟରେ ସବୁବେଳେ ଝଗଡ଼ା ଗଣ୍ଡଗୋଳ ହୋଇଥାଏ ସେହି ଘର ଉପରେ ପ୍ରଭୁ ହନୁମାନ କେବେବି କୃପା କରିନଥାନ୍ତି ଯେମିତି ରାମ ,ଲକ୍ଷ୍ମଣ ,ଭରତ ଏବଂ ଶତ୍ରୁଘ୍ନ ଚାରି ଭାଇ ମଧ୍ୟରେ ନିବିଡ଼ ପ୍ରେମ ଏବଂ ସ୍ନେହ ଶ୍ରଦ୍ଧା ରହିଥାଏ ସେହିପରି ପରିବାରରେ ନିଜ ନିଜ ପ୍ରତି ମାନ ସମ୍ମାନ ରଖିବା ଦରକାର |

Leave a Reply

Your email address will not be published. Required fields are marked *