ରାହୁଲ ଓ ପାଣ୍ଡ୍ୟାଙ୍କ କଟିବ ପତ୍ତା, ଟିମ ଇଣ୍ଡିଆର ନୂଆ ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ ଏପରି ନିଷ୍ପତି ନେଲେ କୋଚ ଗୌତମ ଗମ୍ଭୀର

ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା ଟିଟ୍ୱେଣ୍ଟି ଅଧିନାୟକ ଦୌଡ଼ରେ ସୂର୍ଯ୍ୟକୁମାର ମୁଖ୍ୟ ଦାବିଦାର ମୁଖ୍ୟ କୋଚ ଗୌତମ ଗମ୍ଭୀର ଚୟନ କମିଟି BCCI ମଧ୍ୟରେ ସମସ୍ତ ଆଲୋଚନା ଶେଷ ହୋଇଛି ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା ହେବ | ଟିଟ୍ୱେଣ୍ଟି ଦଳର ଅଧିନାୟକ ପଦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି କେବଳ BCCI ର ଘୋଷଣାକୁ ଅପେକ୍ଷା କରାଯାଇଛି | ସୂର୍ଯ୍ୟକୁମାର ଯାଦବ ଟିଟ୍ୱେଣ୍ଟି ଦଳର ସ୍ଥାୟୀ ଅଧିନାୟକ ବୋଲି ପ୍ରମୁଖ ଦାବିଦାର ବୋଲି ଉଭା ହୋଇଛନ୍ତି

ତାଙ୍କୁ ଆଗାମୀ 2026 ଟିଟ୍ୱେଣ୍ଟି ବିଶ୍ୱକପ ପର୍ଯ୍ୟନ୍ତ ଅଧିନାୟକ ଭାବରେ ନିଯୁକ୍ତି ନେବାକୁ ମୁଖ୍ୟ କୋଚ ଏବଂ ଚୟନ କମିଟି ନିଷ୍ପତି ନେଇଥିବାରୁ ବିଶେଷ ସୂତ୍ରରୁ ଜଣା ପଡ଼ିଛି |ଶ୍ରୀଲଙ୍କାରେ ଭାରତୀୟ ଦଳ ତିନୋଟି ଟି ତ୍ଵେଣ୍ଟି ଏବଂ ତିନୋଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ ବୋଲି ପୂର୍ବାନୁମାନ କରା ଯାଉଥିଲା । ସେ ଟି ତ୍ୱେନ୍ତି ବିଶ୍ଵକପ ଚମ୍ପିୟାନ ଦଳର ଉପ ଅଧିନାୟକ ଥିଲେ

ତେଣୁ ସେ ରୋହିତଙ୍କ ପରି ଅଧିନାୟକ ହେବା କଥା। ମାତ୍ର ନୂଆ ମୁଖ୍ୟ କୋଚ ଏବଂ ଚୟନ କମିଟି ଭିନ୍ନ ନିଷ୍ପତି ନେଇ କ୍ରିକେଟ ପ୍ରେମୀଙ୍କୁ ଚକିତ କରି ଦେଇଛନ୍ତି ବୋଲି ଗଣ ମାଧ୍ୟମ ନିଷ୍ପତି ନେଇଛି । ପାଣ୍ଡ୍ୟା ବାରମ୍ବାର ଆହତ ହେଉଥିବାରୁ ସୂର୍ଯ୍ୟ।କୁମାରଙ୍କୁ ପରବର୍ତ୍ତୀ ଅଧିନାୟକ ଭାବରେ ଚୟନ କରାଯାଉଛି ସେ ସାତୋଟି ମ୍ୟାଚ ରେ ଦଳର ନେତୃତ୍ୱ ନେଇଛନ୍ତି ଏବଂ ଏଥିରୁ ଭାରତ ପାଞ୍ଚୋଟି ମ୍ୟାଚ ଜିତିଛି ।

ଦଳର ସମସ୍ତ ଖେଳାଳିଙ୍କ ସହିତ ସୂର୍ଯ୍ୟକୁ ମାରଙ୍କ ଉନ୍ନତ ସମ୍ପର୍କ ମଧ୍ୟ ରହିଛି । ଟି ତ୍ଵେନ୍ତି ଦଳରେ ଯଶଶ୍ଵି ଜୈସ୍ୱାଲ ଏବଂ ୱା ଶିଙ୍ଗଟନ ସୁନ୍ଦର ଅଭିଷେକ ଶର୍ମା ସ୍ଥାନ ବଜାୟ ରଖିବା ଏକ ପ୍ରକାର ନିଶ୍ଚିତ । ରୋହିତ, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଟି ତ୍ଵେନ୍ତୀ ରୁ ଅବସର ନେଇ ଥିବାରୁ ସେମାନଙ୍କ ପାଇଁ ତିନି ଯୁବ ତାରକା ଙ୍କୁ ସ୍ଥାନ ମିଳିବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *