ଶ୍ରାବଣ ମାସରେ କେବେବି କରନ୍ତୁ ନାହିଁ ଏହି ୫ଟି ଭୁଲ ଭୟାନକ ସର୍ବନାଶ ହେବ, ନଚେତ ସାରା ଜୀବନ ଦୁଃଖରେ ସମୟ ଯିବ

ପବିତ୍ର ଶ୍ରାବଣ ମାସ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ଶାସ୍ତ୍ରରେ ଉଲେଖ କରାଯାଇଛି ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ ଏହି ମାସରେ ବହୁତ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ ଶାସ୍ତ୍ର ଅନୁସାରେ ଏହି ମାସ ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଶେଷ ମହତ୍ତ୍ୱ ଅଟେ ଏହି ମାସରେ ବିଭିନ୍ନ ଦାନ ଏବଂ ଧର୍ମ କର୍ମ ଭଳି ଶୁଭ କାର୍ଯ୍ୟ କରା ଯାଇଥାଏ | ଏହି ମାସରେ ଭଗବାନ ଶିବଙ୍କ ଉପାସନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ନିଜର ମନସ୍କାମନା ପୂରଣ କରିବା ପାଇଁ ଏହି ମାସ ସୋମବାରରେ ବ୍ରତ ରଖିବା ସହିତ କାଉଡ଼ି ଯାତ୍ରା ମଧ୍ୟ କରା ଯାଇଥାଏ | ଏମିତି କିଛି କାର୍ଯ୍ୟ ଅଛି ଯାହା ପବିତ୍ର ଶ୍ରାବଣ ମାସରେ କରିବା ଅନୁଚିତ ହୋଇଥାଏ | କାରଣ ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡ଼ିଥାଏ | ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ପାଞ୍ଚୋଟି କାର୍ଯ୍ୟ କରିବା ଅନୁଚିତ ହୋଇଥାଏ |

ପ୍ରଥମେ ଏହି ମାସରେ ବ୍ରତ ଧାରୀ ଅନ୍ୟ କାହାଠାରୁ ଧାର କରଜ କରି ଫଳ ଆଣି ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ବ୍ରତର ସୁଫଳ ରହେନାହିଁ ଏବଂ ବ୍ରତ ଭାଙ୍ଗି ଯାଏ ।

ଦ୍ୱିତୀୟରେ ଶ୍ରାବଣ ମାସରେ ବ୍ରତଧାରୀ ନାସପାତି ଫଳ ଖାଇବା ଉଚିତ ନୁହେଁ । ଭଗବାନ ଶିବଙ୍କୁ ମଧ୍ୟ ଏହି ଫଳ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି ।

ତୃତୀୟରେ ଶ୍ରାବଣ ମାସ ସୋମବାର ବ୍ରତରେ କ୍ଷୀର କିମ୍ବା କ୍ଷୀରରୁ ତିଆରି ଜିନିଷର ସେବନ କରିବା ଆଦୋୖ ଉଚିତ ନୁହେଁ । ଏହାକୁ ଆପଣ ମହାଦେବଙ୍କୁ ଅର୍ପିତ କରି ପାରିବେ । କିନ୍ତୁ ନିଜେ ଏହାର ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଚତୁର୍ଥରେ ଅନେକ ଦିନରୁ ରଖିଥିବା ପୁରୁଣା ଅଟା ମଧ୍ୟ ଏହି ସମୟରେ ଖାଇବା ଉଚିତ ନୁହେଁ କାରଣ ସେଥିରେ ପୋକ ଲାଗିଥାଇ ପାରେ । ଏପରି ଅଟା ଖାଇବା ଦ୍ୱାରା ଅଜ୍ଞାତରେ ମାଂସର ସେବନ ହୋଇଥାଏ । ଯାହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *